www.samajalive.in
Monday, December 8, 2025
16.1 C
Bhubaneswar

ରାଶି ଅନୁଯାୟୀ ଚୟନ କରନ୍ତୁ ସଠିକ ରଙ୍ଗର ପର୍ସ

ରଙ୍ଗର ଆମ ଜୀବନ ଓ ଶରୀର ସହ ଗଭୀର ସମ୍ବନ୍ଧ ରହିଛି। ରଙ୍ଗର ଚୟନ ଦ୍ୱାରା ହିଁ ବ୍ୟକ୍ତିର ଭାବନା ଉଜାଗର ହୋଇଥାଏ, ସ୍ୱଭାବ ବିଷୟରେ ମଧ୍ୟ ଅଧିକ ଜଣାପଡ଼ିଥାଏ। ଆମ ଚାରିପାଖରେ ଥିବା ରଙ୍ଗ ଅନୁଯାୟୀ ଏହାର ପ୍ରଭାବ ମାନସିକ ଓ ଶରୀର ଉପରେ ପଡିଥାଏ। ଜ୍ୟୋତିଷଙ୍କ ମତାନୁଯାୟୀ, ରଙ୍ଗ ଆମ ପାଇଁ ଖୁବ ଭାଗ୍ୟଶାଳୀ। ଯଦି ଆପଣ ରାଶି ଅନୁଯାୟୀ, ସଠିକ ରଙ୍ଗର ପର୍ସ ନିଜ ପାଖରେ ରଖିବେ ତେବେ ଆପଣଙ୍କୁ ଶୁଭ ଫଳ ନିଶ୍ଚୟ ପ୍ରାପ୍ତି ହେବ। ଏହାସହ ଜୀବନରେ ସୁଖସମୃଦ୍ଧି, ସଫଳତା ମିଳିବ। ଜାଣନ୍ତୁ……
ମେଷ ରାଶି – ମେଷ ରାଶିର ସ୍ୱାମୀ ମଙ୍ଗଳ। ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ଲାଲ, ହଳଦିଆ, ଗୋଲାପି, କେସରି ରଙ୍ଗର ପର୍ସ ନିଜ ପାଖରେ ରଖିବା ଉଚିତ। ଏହା ଦ୍ୱାରା ଆପଣଙ୍କ ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମଧ୍ୟ ମିଳିଥାଏ। ବିଭିନ୍ନ ସମସ୍ୟାର ସମାଧାନ ହୋଇଥାଏ।
ବୃଷ ରାଶି – ବୃଷ ରାଶିର ସ୍ୱାମୀ ଶୁକ୍ର। ଏହି ରାଶିର ବ୍ୟକ୍ତି ବିଶେଷ ଧଳା, ସବୁଜ, ପାଉଁଶିଆପର୍ସର ବ୍ୟବହାର କରି ପାରିବେ। ଏହାଦ୍ୱାରା ଶୁଭଫଳ ମିଳିବା ସହ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିଥାଏ।
ମିଥୁନ ରାଶି – ଏହି ରାଶିର ସ୍ୱାମୀ ବୁଧ। ଏହି ରାଶିର ବ୍ୟକ୍ତି ବିଶେଷ ସବୁଜ, ନୀଳ, ବାଇଗଣୀ, ସମୁଦ୍ର ନୀଳ ରଙ୍ଗର ପର୍ସ ବ୍ୟବହାର କରିପାରିବେ। ଏହା ଦ୍ୱାରା ଆପଣଙ୍କ ଉତ୍ତମ ଚିନ୍ତାଧାରା ବୃଦ୍ଧି, ଧନଲାଭ, ସକରାତ୍ମକ ଶକ୍ତି ଜୀବନରେ ଆସିଥାଏ।
କର୍କଟ ରାଶି – ଏହି ରାଶିର ସ୍ୱାମୀ ଚନ୍ଦ୍ରମା। ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ଧଳା, ଗୋଲାପି, କ୍ରିମ, ଲାଲ ଅଥବା କମଳା ଭଳି ରଙ୍ଗର ପର୍ସ ରଖିବା ଶୁଭଙ୍କର। ଏହା ଦ୍ୱାରା ମାନସମ୍ମାନ ବୃଦ୍ଧି ହୋଇଥାଏ।
ସିଂହ ରାଶି – ଏହି ରାଶିର ସ୍ୱାମୀ ସୂର୍ଯ୍ୟ। ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ଲାଲ, କେସରି, ଗୋଲାପି, ହଳଦିଆ, ଧଳା ରଙ୍ଗର ପର୍ସ ରଖିପାରିବେ।ଏହାଦ୍ୱାରା ଖୁବ ଶୁଭଫଳ ମିଳିଥାଏ। ସୂର୍ଯ୍ୟଦେବଙ୍କ କୃପା ମଧ୍ୟ ପ୍ରାପ୍ତି ହେବ।
କନ୍ୟା ରାଶି – ଏହି ରାଶିର ସ୍ୱାମୀ ବୁଧ। ଏହି ରାଶିର ବ୍ୟକ୍ତି ବିଶେଷ ସବୁଜ, ନୀଳ, ବାଇଗଣୀ, ଆଦି ରଙ୍ଗର ପର୍ସ ରଖିପାରିବେ। ଏହାଦ୍ୱାରା ଶୁଭଫଳ ପ୍ରାପ୍ତି ହେବ।
ତୁଳା ରାଶି – ଏହି ରାଶିର ସ୍ୱାମୀ ଶୁକ୍ର। ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ଧଳା, ଗୋଲାପି, , ହାଲକା ରଙ୍ଗର ପର୍ସ ବ୍ୟବହାର କରିବା ଶୁଭଙ୍କର। ଏହା ଦ୍ୱାରା କର୍ମକ୍ଷେତ୍ରରେ ସଫଳା ଓ ଧନ ଲାଭ ହେବ।
ବିଛା ରାଶି – ଏହି ରାଶିର ସ୍ୱାମୀ ମଙ୍ଗଳ। ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ଲାଲ, ଗୋଲାପି, ଧଳା, କେସରି ରଙ୍ଗର ପର୍ସ ବ୍ୟବହାର କରିବା ଶୁଭଙ୍କର। ଏହାଦ୍ୱାରା ଶୁକ୍ରଙ୍କ ଉତ୍ତମ ଫଳ ମିଳିଥାଏ। ସକରାତ୍ମକ ଶକ୍ତି ପ୍ରବେଶ କରିଥାଏ। ଧନଲାଭ ହୋଇଥାଏ। ଭୂମି, ବାହନ କିଣିବାର ସ୍ୱପ୍ନ ପୂରଣ ହୋଇଥାଏ।
ଧନୁ ରାଶି – ଏହି ରାଶିର ସ୍ୱାମୀ ବୃହସ୍ପତି। ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ହଳଦିଆ, ଲାଲ, ଗୋଲାପି ରଙ୍ଗର ପର୍ସ ବ୍ୟବହାର କରିପାରିବେ। ଏହାଦ୍ୱାରା ଜୀବନରେ ଶୁଭଫଳ ମିଳିଥାଏ। ସଫଳତା ମିଳିଥାଏ।
ମକର ରାଶି – ଏହି ରାଶିର ସ୍ୱାମୀ ଶନି। ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ନୀଳ, କଳା, ଆକାଶୀ, ଧଳା ରଙ୍ଗର ପର୍ସ ବ୍ୟବହାର କରିବା ଶୁଭଙ୍କର। ଏହାଦ୍ୱାରା ଆପଣଙ୍କ ଜୀବନରେ ଥିବା ବାଧା ଦୂର ହେବ। କର୍ମକ୍ଷେତ୍ରରେ ସଫଳତା ମିଳିବ।
କୁମ୍ଭ ରାଶି – ଏହି ରାଶିର ସ୍ୱାମୀ ଶନି। ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ନୀଳ, କଳା, ଧଳା, ସବୁଜ ରଙ୍ଗ ବ୍ୟବହାର ଦ୍ୱାରା ଶୁଭଫଳ ପ୍ରାପ୍ତି ହୋଇଥାଏ।
ମୀନ ରାଶି – ଏହି ରାଶିର ସ୍ୱାମୀ ଗୁରୁ। ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ହଳଦିଆ, କେସରି, ଲାଲ, ଧଳା, ଗୋଲାପି ରଙ୍ଗର ପର୍ସ ବ୍ୟବହାର କରିବା ଶୁଭଙ୍କର। ଏହାଦ୍ୱାରା ଆତ୍ମବିଶ୍ୱାସ ବୃଦ୍ଧି ହୋଇଥାଏ। ମାନସମ୍ମାନ ମଧ୍ୟ ବୃଦ୍ଧି ହୋଇଥାଏ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories