www.samajalive.in
Monday, December 15, 2025
24.1 C
Bhubaneswar

ପ୍ରଦୀପ ପାଣିଗ୍ରାହୀଙ୍କ ଲିଙ୍କ୍‌: ମିଳିଲେନି ଅଧ୍ୟାପକ, ଦାରିଙ୍ଗବାଡ଼ିରୁ ଫେରିଲା କ୍ରାଇମବ୍ରାଞ୍ଚ ଟିମ୍‍

ଫୁଲବାଣୀ/ଦାରିଙ୍ଗବାଡି:ବିଜେଡିରୁ ବହିଷ୍କୃତ ଗୋପାଳପୁରର ଗିରଫ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିଭିନ୍ନ ଲିଙ୍କ ଭିଜିଲାନ୍ସ ଏବଂ କ୍ରାଇମବ୍ରାଞ୍ଚ ଏସ୍‍ଆଇଟି ଠାବ କରିଛି। ଦିନକୁଦିନ ବିଧାୟକଙ୍କ ନୁଆ ନୂଆ ଲିଙ୍କ ପଦାକୁ ଆସୁଅଛି। ପ୍ରଦୀପଙ୍କ ସହ ଲିଙ୍କ ଯୋଗୁ ଦାରିଙ୍ଗବାଡ଼ି ଅଞ୍ଚଳର ଜଣେ ଘରୋଇ କଲେଜର ଅଧ୍ୟାପକ କ୍ରାଇବ୍ରାଞ୍ଚ ସ୍କାନରକୁ ଆସିଛନ୍ତି। ପ୍ରଦୀପ ପାଣିଗ୍ରାହୀ କ୍ଷମତାରେ ଥିବା ବେଳେ ଅଧ୍ୟାପକ ଜଣକ ବିଭିନ୍ନ ଉପାୟରେ ଉପାର୍ଜନ କରିଥିବା ବିପୁଳ ଟଙ୍କା କେଉଁକେଉଁ ସୁତ୍ରରୁ ହାସଲ କରିଛନ୍ତି ସେନେଇ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରଖିଛି। ପ୍ରଦୀପ ପାଣିଗ୍ରାହୀଙ୍କ ସମ୍ପତ୍ତି ନେଇ ଏସଆଇଟି ଖୋଳତାଡ଼ କରିବା ସମୟରେ ଦାରିଙ୍ଗବାଡ଼ି ଅଞ୍ଚଳର ଜଣେ ଘରୋଇ କଲେଜ ଜନୈକ ଅଧ୍ୟାପକ ତାଙ୍କୁ ସହଯୋଗ କରିଥିବା ନେଇ ପ୍ରାଥମିକ ପ୍ରମାଣ ମିଳିଥିଲା। ପ୍ରଦୀପଙ୍କ ଲିଙ୍କରେ ଥିବା ଏହି ଘରୋଇ କଲେଜ ଅଧ୍ୟାପକଙ୍କୁ କାବୁ କରିବା ପାଇଁ କ୍ରାଇମବ୍ରାଞ୍ଚର ଏକ ଟିମ ୫ଦିନ ହେଲା କନ୍ଧମାଳ ଜିଲାର ଦାରିଙ୍ଗବାଡ଼ି ସମେତ ବିଭିନ୍ନ ଅଞ୍ଚଳ ବୁଲିବା ସହ ଏଠାରେ ଡେରା ପକାଇଥିଲା। ପ୍ରଦୀପ ଉଚ୍ଚଶିକ୍ଷାମନ୍ତ୍ରୀ ରହିଥିବା ବେଳେ ଅଧ୍ୟାପକ ଜଣକ ଲଗାତାରଭାବେ ମନ୍ତ୍ରୀଙ୍କ ନିକଟକୁ ଯାଉଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଘନିଷ୍ଠ ହୋଇଥିଲା। ବିଭିନ୍ନ କାର୍ୟ୍ୟରେ ଅଧ୍ୟାପକ ଜଣକ କୁଆଡ଼େ ସାହାଯ୍ୟ କରିଥିବା କୁହାଯାଉଛି। ଏପରିକି ପ୍ରଦୀପଙ୍କ ଆର୍ଥିକ କାରବାର ସମ୍ପର୍କରେ ମଧ୍ୟ ସେ ବିଭିନ୍ନ ତଥ୍ୟ ଜାଣିଥିବା ନେଇ କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି। ଅଧ୍ୟାପକ ଜଣକ କ୍ରାଇମବ୍ରାଞ୍ଚର ସ୍କାନରକୁ ଆସିବା ପରେ ଘଟଣାର ଅଧିକ ତଦନ୍ତ କରିବା ଏବଂ ଅଧ୍ୟାପକଙ୍କୁ ଜେରା କରିବା ପାଇଁ ୫ଦିନ ହେଲା ଦାରିଙ୍ଗବାଡ଼ି ଆସିଥିବା ଟିମ ଅଧ୍ୟାପକ ଙ୍କ ସନ୍ଧାନ ପାଇନପାରି ନିରାଶ ହୋଇ ଫେରିଥିବା ସୂଚନା ମିଳିଛି। ତେବେ ଗିରଫ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ସହଯୋଗ କରିଥିବା ଦାରିଙ୍ଗବାଡ଼ି ଅଂଚଳର ଘରୋଇ କଲେଜର ଅଧ୍ୟାପକ ଜଣକ କିଏ ତାହାକୁ .ନେଇ ନାନା ଆଲୋଚନା ଚାଲିଛି।ଏହି ଘଟଣା ଜଣାପଡ଼ିବା ପରେ ଏ ଅଞ୍ଚଳ ଘରୋଇ କଲେଜର ବହୁ ଅଧ୍ୟାପକଙ୍କ ମଧ୍ୟରେ ଏବେ ଭାଳେଣି ପଡ଼ିଯାଇଛି। ତେବେ ଯେଉଁ ଅଧ୍ୟାପକ ସନ୍ଧାନରେ କ୍ରାଇମ୍‍ବ୍ରାଞ୍ଚଞ୍ଚ ଏଠାକୁ ଆସିଥିବା କୁହାଯାଉଛି ସେ ଗଞ୍ଜାମ ଜିଲାର ବୋଲି ମଧ୍ୟ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଛି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories