www.samajalive.in
Monday, December 8, 2025
14.1 C
Bhubaneswar

ମିଳିମିଶି ଉଠାଇନେଲେ ସରକାରୀ ଜମିରୁ ୫ହଜାର ଟ୍ରକ ମାଟି, କାହା ଚାପରେ ରାଜସ୍ୱ ପ୍ରଶାସନର ପାଟି ଚୁପ୍‍?

ଗୁରୁଡିଝାଟିଆ: ମନଇଚ୍ଛା ଖୁଲମଖୁଲା ଭାବରେ ସରକାରୀ ଜମିରୁ ଉଠାଇ ନେଇଛନ୍ତି ୫ହଜାର ଟ୍ରକରୁ ଊର୍ଦ୍ଧ୍ବ ମାଟି। ୧୫୦ ମିଟର ଲମ୍ବ ଓ ୧୫୦ ମିଟର ପ୍ରସ୍ତ ଓ ୩୦ ଫୁଟର ଗଭୀର ସ୍ଥାନରୁ ମାଟି ଚୋରା ଚାଲାଣ ହୋଇଛି। ବେଧଡକ ଭାବରେ ଏଭଳି ବେଆଇନ କାର୍ଯ୍ୟ କରାଯାଉଥିଲେ ମଧ୍ୟ କିଭଳି ରାଜସ୍ୱ ପ୍ରଶାସନର ଦୃଷ୍ଟିକୁ ଆସିଲା ନାହିଁ ତାହା ଏବେ ବଡ ପ୍ରଶ୍ନ ସୃଷ୍ଟି କରିଛି। ସରକାରୀ ଜାଗାର ତତ୍ୱାବଧାରକ ଓ ରକ୍ଷକ ତହସିଲ କର୍ତ୍ତୃପକ୍ଷ ହୋଇଥିଲେ ମଧ୍ୟ କିଭଳି ଭାବରେ ହଜାର ହଜାର ଟ୍ରକ ମାଟି ଚୋରା ଚାଲାଣ ହେଲା ଜାଣିପାରିଲେ ନାହିଁ। ଏଭଳି ନିୟମ ଉଲ୍ଲଂଘନ କାର୍ଯ୍ୟ ଆଠଗଡ ତହସିଲ ଅନ୍ତର୍ଗତ କୁଷ୍ପଙ୍ଗି ପଞ୍ଚାୟତର ବଉଳ ଠାରେ ହୋଇଛି। ଆଠଗଡ ପାର୍ଶ୍ବରୁ ଆସିଲେ ୫୫ନଂ ଜାତୀୟ ରାଜପଥ ଠାରୁ ମାତ୍ର ୨ଶହ ମିଟର ଦୂରରେ ଏଭଳି ବେଆଇନ ଚୋରା ମାଟି ଚାଲାଣ ହୋଇଛି। ମାଟି ଚୋରା ଚାଲାଣ ହୋଇଥିବା ସ୍ଥାନଟିର ଚତୁଃପାର୍ଶ୍ବରେ ଝାଟି ଜଙ୍ଗଲ ଥିବାର ପରିବେଶ ରହିଛି। ବନ୍ୟପ୍ରାଣୀ ମଧ୍ୟ ଏହି ବାଟଦେଇ ଯାତାୟାତ କରିଥାନ୍ତି। ବିଶେଷତଃ ବର୍ଷର ବିଭିନ୍ନ ସମୟରେ ହାତୀ ଉକ୍ତ ଅଞ୍ଚଳ ଦେଇ ଚଳାଚଳ କରିଥାନ୍ତି।

ଚୋରା ମାଟି ଚାଲାଣ ଯୋଗୁଁ ବିରାଟ ଗର୍ତ୍ତ ହୋଇଥିବାରୁ ବନ୍ୟପ୍ରାଣୀଙ୍କ ଜୀବନ ପ୍ରତି ବିପଦ ଦେଖାଦେଇଛି। ଏଠାରେ ପ୍ରଶ୍ନ ଉଠୁଛି କିଏ କାହାର ଛତ୍ରଛାୟାତଳେ ରହି ବେଧଡକ ଭାବରେ ହଜାର ହାଜର ଟ୍ରକ ମାଟି ଚୋରା ଚାଲାଣ କରିଛି। କିଭଳି ଭାବରେ ଆଠଗଡ ତହସିଲ କର୍ତ୍ତୃପକ୍ଷ ଏହା ଜାଣିପାରିଲେ ନାହିଁ। ଏହାଦ୍ୱାରା ସରକାରଙ୍କ ଲକ୍ଷଲକ୍ଷ ଟଙ୍କାର ରାଜସ୍ୱହାନୀ ମଧ୍ୟ ଘଟିଛି। ଏହାର ଭରଣା ପାଇଁ ଦାୟୀ ହେବ କିଏ? କଣ ପାଇଁ ପ୍ରଶାସନ ହାତଗୋଡ ବାନ୍ଧି ବସିଛି। ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପଛରେ କୌଣସି ଚାପ ରହିଛି କି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କିଛି ମାଟିମାଫିଆ ମିଳିମିଶି ଚତୁରତାର ସହିତ ଏହି ବେଆଇନ କାର୍ଯ୍ୟ ସଂପାଦନ କରିଛନ୍ତି। ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଏହି କାର୍ଯ୍ୟରେ ସଂପୃକ୍ତ ଥିବା ମାଫିଆଙ୍କଠାରୁ ଆରମ୍ଭ କରି ବିଭିନ୍ନ ବ୍ୟକ୍ତିବିଶେଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଦାବି ହୋଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories