www.samajalive.in
Tuesday, December 9, 2025
26.1 C
Bhubaneswar

ପାକିସ୍ତାନ ବୈଦେଶିକ ମନ୍ତ୍ରୀଙ୍କ ଭୟ: ଭାରତ କେତେବେଳେ ବି କରି ପାରେ ସର୍ଜିକାଲ ଷ୍ଟ୍ରାଇକ୍

ପାକିସ୍ତାନକୁ ସର୍ଜିକାଲ ଷ୍ଟ୍ରାଇକ୍ ଡ଼ର । ଭାରତ ଯେ କୌଣସି ମୁହୂର୍ତ୍ତରେ ବି ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍ କରିପାରେ ବୋଲି ପାକିସ୍ତାନ ଭାବୁଛି। ଖୋଦ୍ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହା ମେହେମ୍ମୁଦ କ୍ୟୁରେଶୀ ଏପରି ଆଶଙ୍କା କରିଛନ୍ତି ।

ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ଆଜି ୟୁଏଇରେ ପାକ୍ ବିଦେଶମନ୍ତ୍ରୀ ଶାହା ମେହମ୍ମୁଦ କହିଛନ୍ତି ଯେ ଭାରତ ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍ କରିବାର ଯୋଜନା କରୁଥିବା ଗୁପ୍ତଚର ସୂତ୍ରରୁ ସୂଚନା ମିଳିଛି । ଏଥିପାଇଁ ଭାରତ ନିଜର ଗୁରୁତ୍ବପୂର୍ଣ୍ଣ ସହଯୋଗୀମାନଙ୍କୁ ମନାଇ ସାରିଛି । ଭାରତରେ ବଢ଼ୁଥିବା ଆଭ୍ୟନ୍ତରୀଣ ପ୍ରସଙ୍ଗରୁଧ୍ୟାନ ହଟାଇବା ଲାଗି ସର୍ଜିକାଲ ଷ୍ଟ୍ରାଇକ୍ ଯୋଜନା କରାଯାଉଛି ବୋଲି ପାକ୍ ବୈଦେଶିକ ମନ୍ତ୍ରୀ କହିଛନ୍ତି ।

- Advertisement -

ଏପରିକି ନିର୍ଦିଷ୍ଟ ଭାବରେ କୃଷକ ଆନ୍ଦୋଳନରୁ ଧ୍ୟାନ ହଟାଇବା ପାଇଁ ଭାରତ ଏପରି ପଦକ୍ଷେପ ନେଇପାରେ ବୋଲି ଶାହା ମେହେମ୍ମୁଦ କ୍ୟୁରେଶୀ କହିଛନ୍ତି । ଏଥିପାଇଁ ଭାରତ ସୀମାରେ ଥିବା ସେନାମାନଙ୍କୁ ସଜାଗ ରହିବାକୁ କୁହାଯାଇଛି ଏବଂ ଭାରତର କୌଣସି ଆକ୍ରମଣର ଦୃଢ଼ ଜବାବ ଦିଆଯିବ ବୋଲି ସେ କହିଛନ୍ତି ।

Hot this week

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

ଖୋଲିଲା ଦର୍ଶକ ଗ୍ୟାଲେରୀ ଗେଟ୍

କଟକ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

Related Articles

Popular Categories