www.samajalive.in
Sunday, December 7, 2025
26.1 C
Bhubaneswar

ଶ୍ରାବଣ ମାସକୁ କାହିଁକି ଭଗବାନ ଶିବଙ୍କ ମାସ କୁହାଯାଏ? ଜାଣନ୍ତୁ କିଛି ଅଲୌକିକ କଥା

ପୌରାଣିକ ମତ ଅନୁସାରେ ସୃଷ୍ଟିର ଆରମ୍ଭରୁ ବେଦପତି ବ୍ରହ୍ମା ସୃଷ୍ଟିକର୍ତ୍ତା, ଭଗବାନ ବିଷ୍ଣୁ ପାଳନ କର୍ତ୍ତା ଓ ଦେବଦେବ ମହାଦେବ ସଂହାରକର୍ତ୍ତା ଭାବେ ସଂସାର ପରିପାଳନ କରିଆସୁଛନ୍ତି। ଶ୍ରାବଣ ମାସ ଆରମ୍ଭରେ ଭଗବାନ ବିଷ୍ଣୁ ହରିଶୟନ ଏକାଦଶୀ ପରେ ସୃଷ୍ଟିର ସମସ୍ତ ଦାୟିତ୍ୱ ଶିବଙ୍କୁ ଦେଇ ଯୋଗ ନିଦ୍ରାରେ ପାତାଳକୁ ଗମନ କରିଥାଆନ୍ତି। ଏହାପରେ ଶ୍ରାବଣ ମାସରେ ଭଗବାନ ଶିବ ଜାଗ୍ରତ ରହି ମାତା ପାର୍ବତୀଙ୍କ ସହ ସମଗ୍ର ପୃଥିବୀ ପରିକ୍ରମା କରିଥାଆନ୍ତି। ତେଣୁ ଶ୍ରାବଣ ମାସରେ ଶିବଙ୍କର ସ୍ୱତନ୍ତ୍ର ପୂଜା ଅର୍ଚ୍ଚନା କରାଯାଏ।
ପୌରାଣିକ ମତବାଦ ଅନୁସାରେ ଭଗବାନ ଶିବ ଶ୍ରାବଣ ମାସରେ ସମୁଦ୍ର ମନ୍ଥନରୁ ବାହରିଥିବା ହଳାହଳ ବିଷକୁ ପାନ କରି ସୃଷ୍ଟିକୁ ରାକ୍ଷସଙ୍କ କବଳରୁ ରକ୍ଷା କରିଥିଲେ। ତେଣୁ ଏହି ମାସ ଶିବଙ୍କର ପ୍ରିୟ ମାସ ବୋଲି ଧାରଣା ରହିଛି। ଏହାବ୍ୟତୀତ ବିଷପାନ ପରେ ଶିବଙ୍କ ଶରୀର ଅଧିକ ଗରମ ହୋଇଯାଇ ଥିବାରୁ ଶ୍ରାବଣ ମାସରେ ଜଳ ଲାଗି କରାଯାଇ ତାଙ୍କୁ ଥଣ୍ଡା କରାଯାଏ ବୋଲି ଅନେକଙ୍କ ବିଶ୍ୱାସ ରହିଛି।
ସେହିପରି ପୌରାଣିକ କଥା ଅନୁସାରେ ଶ୍ରାବଣ ମାସରେ ଦେବୀ ସତୀ ପିତା ଦକ୍ଷଙ୍କ ଘରେ ଶିବଙ୍କୁ ପାଇବା ପାଇଁ ତପସ୍ୟା ମାଧ୍ୟମରେ ଶରୀର ତ୍ୟାଗ କରିବାକୁ ମନସ୍ଥ କରିଥିଲେ। କିନ୍ତୁ ଭଗବାନ ଶିବଙ୍କୁ ନ ପାଇବା ପରେ ସେ ପର ଜନ୍ମରେ ପାର୍ବତୀଙ୍କ ରୂପ ଧାରଣ କରି କଠୋର ତପସ୍ୟା ମାଧ୍ୟମରେ ଭଗବାନ ଶିବଙ୍କୁ ପାଇଥିଲେ। ତେଣୁ ଲୋକଙ୍କର ବିଶ୍ୱାସ ରହିଛି ଯେ, ଶ୍ରାବଣ ମାସରେ ଶିବଙ୍କୁ ପୂଜା କରିବା ଦ୍ୱାରା ଝିଅ ମାନଙ୍କୁ ଭଲ ବର ପ୍ରାପ୍ତ ହୋଇଥାଏ।
ହିନ୍ଦୁ ବର୍ଷର ମାସ ଗୁଡିକର ନାମ ନକ୍ଷତ୍ର ଅନୁସାରେ ରହିଥାଏ। ଯେପରିକି ପ୍ରଥମ ମାସ ଚୈତ୍ର, ଯାହାର ଚୈତ୍ର ନକ୍ଷତ୍ର ସହିତ ସମ୍ପର୍କ ରହିଛି। ସେହିପରି ଶ୍ରାବଣ ମାସ ଶ୍ରବଣା ନକ୍ଷତ୍ର ସହିତ ସଂପର୍କ ରହିଛି। ଏହି ଅନୁସାରେ ଶ୍ରବଣା ନକ୍ଷତ୍ରର ସ୍ୱାମୀ ହେଉଛନ୍ତି ଚନ୍ଦ୍ର, ଯିଏ ଭଗବାନ ଶିବଙ୍କର ମସ୍ତକରେ ଶୋଭା ପାଇଥାଆନ୍ତି। ତେଣୁ ସୂର୍ଯ୍ୟ ଚନ୍ଦ୍ରଙ୍କର ପ୍ରଭାବରେ ଶୀତଳ ରହିଥାଆନ୍ତି। ଯାହାଫଳରେ ସୂର୍ଯ୍ୟ କର୍କଟ ରାଶିରେ ପ୍ରବେଶ କରିବାପରେ ଶ୍ରାବଣ ମାସ ଆସିଥାଏ। ଏହି ଶ୍ରାବଣ ମାସରେ ପ୍ରବଳ ବର୍ଷା ହୋଇଥାଏ। ଯାହାଦ୍ୱାରା ଭଗବାନ ଶିବଙ୍କୁ ଥଣ୍ଡା ମିଳିଥାଏ।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories