www.samajalive.in
Tuesday, December 9, 2025
17.1 C
Bhubaneswar

୨୪୩ ଜଣଙ୍କର କୋଭିଡ ପରୀକ୍ଷା, ଶୂନ୍ୟ ସଂକ୍ରମିତ

ଆଠଗଡ : ଆଠଗଡ ବ୍ଲକରେ ଗତ ୨ଦିନ ମଧ୍ୟରେ ୧୯୯ଜଣଙ୍କର ଆଣ୍ଟିଜେନ ଏବଂ ୪୩ଜଣଙ୍କର ଆରଟିପିସିଆର କୋଭିଡ ପରୀକ୍ଷା କରାଯାଇଛି। ୧୯୯ ଆଣ୍ଟିଜେନ ପରୀକ୍ଷଣରୁ ଜଣେ ମଧ୍ୟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇନଥିବା ଏକ ଅଶ୍ୱସ୍ତିର ବିଷୟ ବ୍ରହ୍ମପୁର ସିଏଚସିରେ ବୁଧବାର ୨୭ଜଣ ମଙ୍ଗଳବାର ୩୯ଜଣ ଏବଂ ଆଠଗଡ ଡାକ୍ତରଖାନାରେ ଗତ ୨ଦିନରେ ୨୦ଜଣଙ୍କର ଆଣ୍ଟିଜେନ ପରୀକ୍ଷଣ କରାଯାଇଥିଲା। ସେହିପରି ବ୍ରହ୍ମପୁର ସିଏଚସି ପକ୍ଷରୁ ଇଚ୍ଛାପୁର ପଞ୍ଚାୟତର ଅରଖପାଟଣା ଗ୍ରାମରେ ବୁଧବାର ଅନୁଷ୍ଠିତ ସ୍ୱତନ୍ତ୍ର ଶିବିରରେ ୧୧୩ଜଣଙ୍କର ଆଣ୍ଟିଜେନ ପରୀକ୍ଷଣ କରାଯାଇଥିଲା। ଏହି ସମସ୍ତ ପରୀକ୍ଷଣରୁ ସଂକ୍ରମିତଙ୍କ ସଂଖ୍ୟା ଶୂନ୍ୟ ଥିବା ବ୍ରହ୍ମପୁର ସିଏଚସି ଅଧିକ୍ଷକ ଡାକ୍ତର ଦିଲ୍ଲୀପ କୁମାର ଦାସଙ୍କ ସୁତ୍ରରୁ ପ୍ରକାଶ। ଇଚ୍ଛାପୁର ଶିବିରରୁ ୪୩ଜଣଙ୍କର ସ୍ୱାବ୍ ନମୁନା ଆରଟିପିସିଆର ପରୀକ୍ଷା ପାଇଁ ଏସସିବି ମେଡିକାଲ କଲେଜକୁ ପଠାଯାଇଥିବାବେଳେ ଏହାର ରିପୋର୍ଟ ଆସନ୍ତା ୪୮ଘଣ୍ଟା ମଧ୍ୟରେ ହସ୍ତଗତ ହେବ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories