ଗୁରୁଡିଝାଟିଆ: ବାଳିରେ ଆଜି କୋଭିଡ ପରୀକ୍ଷଣ ଶିିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ୬୮ଜଣଙ୍କ ଆଣ୍ଟିଜେନ ପରୀକ୍ଷା କରାଯାଇଥିଲା। ସମସ୍ତ ପରୀକ୍ଷଣ ନେଗେଟିଭ ଥିବା ଜଣାପଡିଛି। ଗୋଷ୍ଠୀ ସ୍ୱାସ୍ଥ୍ୟାଧିକାରୀ ଡାକ୍ତର ଦିଲିପ ଦାସଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ଶିବିରରେ ଆୟୁଷ ଚିକିତ୍ସକ ଡାକ୍ତର ଦୀପକ ରାଜ, ଚନ୍ଦନ ବେହେରା, ରାଜଶ୍ରୀ ମହାନ୍ତି, ଅଙ୍ଗନୱାର୍ଡି କର୍ମୀ, ଆଶାକର୍ମୀ, ପୂବତନ ସରପଞ୍ଚ ପ୍ରଦୀପ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।



