www.samajalive.in
Sunday, December 7, 2025
13.1 C
Bhubaneswar

ବଡଦିନ ସ୍ୱତନ୍ତ୍ର : ଜାଣନ୍ତୁ ସାନ୍ତାଙ୍କ ସହ ଜଡିତ ଏହି ସ୍ଥାନ

ପାଖେଇ ଆସୁଛି ବଡଦିନ। ପିଲାଦିନେ ସମସ୍ତେ ନିଶ୍ଚୟ ସାନ୍ତା କ୍ଲଜଙ୍କ କାହାଣୀ ଶୁଣିଥିବେ। ଏକ ଛୋଟ କାଗଜରେ ନିଜର ଇଚ୍ଛା ସବୁ ଲେଖି ପରଦିନ ସକାଳେ ସେ ସବୁ ପୂରଣ ହେଉ ବୋଲି ମଧ୍ୟ ଅପେକ୍ଷା କରିଥାଆନ୍ତି। ମାତ୍ର ସାନ୍ତା କ୍ଲଜଙ୍କ ସହ ଜଡ଼ିତ କିଛି କଥା ଓ ଏପରି ଏକ ସ୍ଥାନ ରହିଛି , ଯେଉଁଠାରେ ସାନ୍ତା ରହିଛନ୍ତି ବୋଲି କୁହାଯାଏ। ଜାଣନ୍ତୁ ଏହା ବିଷୟରେ …….
ଫିନଲ୍ୟାଣ୍ଡରେ ରୋବାନିଏମୀ ନାମକ ଏକ ସ୍ଥାନ ରହିଛି, କୁହାଯାଏ ଏଠାରେ ହିଁ ସାନ୍ତାଙ୍କ ଗାଁ ରହିଛି। ଏଠାରେ ଅତ୍ୟଧିକ ମାତ୍ରାରେ ଥଣ୍ଡା ଅନୁଭବ ହୋଇଥାଏ। ଏହାସହ ୬ ମାସ ଦିନ ଓ ୬ ମାସ ରାତି ହେଉଥିବା ଏହି ଦେଶ ବର୍ଷଯାକ ବରଫର ଚାଦରରେ ଆଚ୍ଛାଦିତ ହୋଇ ରହିଥାଏ। ରୋବାନିଏମୀରେ ଏକ ଛୋଟ ଗାଁ ରହିଛି, ଯାହା ସାନ୍ତା ଗାଁ ଭାବେ ପରିଚିତ। ଏହି ଗାଁରେ ଅଧିକ ଲମ୍ବା ଧଳା ଦାଢି ରଖିଥିବା ଲାଲ ବସ୍ତ୍ର ପିନ୍ଧିଥିବା ଜଣେ ବ୍ୟକ୍ତି ଅଛନ୍ତି, ଯାହାଙ୍କୁ ଲୋକେ ପ୍ରକୃତ ସାନ୍ତା ବୋଲି କହିଥାଆନ୍ତି। ଏହି ଗାଁର ବିଶେଷତ୍ୱ ହେଉଛି ଏଠାକୁ ଯିବା ମାତ୍ରେ କାଠରେ ନିର୍ମିତ ଝୁମ୍ପୁଡ଼ି ଘର ଦେଖିବାକୁ ମିଳିଥାଏ। ଏଠାକାର ପ୍ରତିଟି ଦୃଶ୍ୟ ପିଲାବେଳେ ଶୁଣିଥିବା କାହାଣୀର ଦୃଶ୍ୟ ପରି ଅନୁଭବ ହୋଇଥାଏ।
ଏହି ଗାଁରେ ଏପରି ଏକ ସ୍ଥାନ ରହିଛି, ଯେଉଁଠାରେ କେବଳ ସାନ୍ତା ଓ ତାଙ୍କ ପତ୍ନୀ ରହନ୍ତି। ଲାଲ ଓ ଧଳା ରଙ୍ଗରେ ସଜ୍ଜିତ ହୋଇଥିବା ଏକ ବିଶେଷ ଜିନିଷ ଦେଖାଯାଇଥାଏ। ତାହା ହେଉଛି ପିଲାଙ୍କ ରଙ୍ଗବେରଙ୍ଗର ଚିଠି। ଲୋକେ ଏଠାକୁ ଯାଇ ସାନ୍ତାଙ୍କୁ ଭେଟି ମଧ୍ୟ ଆସନ୍ତି।
ସାନ୍ତାଙ୍କ ଘର ନିକଟରେ ଏକ ପାର୍କ ରହିଛି। ଏହି ପାର୍କକୁ ମଧ୍ୟ ବହୁ ଲୋକେ ବୁଲିବା ପାଇଁ ଯାଇଥାଆନ୍ତି। ଏଠାକାର ୩ଟି ବିଶେଷତ୍ୱ ହେଉଛି ବରଫର ଝୁଲା, ବରଫ ଘର, ନିଆଁରେ ହାତ ସେକିବା ପାଇଁ ଏକ ସ୍ଥାନ।
ଏହି ସୁନ୍ଦର ମନୋରମ ସ୍ଥାନକୁ ବାସ୍ତବରେ ଦେଖିବା ପାଇଁ ଆପଣଙ୍କୁ ସର୍ବପ୍ରଥମେ ରୋବାନିଏମୀ ସହରକୁ ଯିବାକୁ ପଡ଼ିବ। ଏଠାରେ ପହଞ୍ଚିବାକୁ ଆପଣଙ୍କୁ ହେଲସିଙ୍କି ଯିବାକୁ ପଡ଼ିବ, ଯାହା ଫିନଲ୍ୟାଣ୍ଡର ରାଜଧାନୀ। ଫିନଲ୍ୟାଣ୍ଡରୁ ବିମାନରେ ହେଲସିଙ୍କି ଯାଇ ପାରିବେ। ଏହାପରେ ବସରେ ରୋବାନିଏମୀ ଯାଇପାରିବେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories