ଯୋଡା ହଂସର ଫଟୋ ଲଗାଇଲେ ମିଳେ ଶୁଭ ଫଳ

0

ଘର ସଜାଇବା ପାଇଁ ଆମେ ଘରେ ବିଭିନ୍ନ ପ୍ରକାରର ଫଟୋ ଲଗାଇଥାଉ। ବେଳେ ବେଳେ କିଛି ଫଟୋ ଦ୍ୱାରା ଜୀବନରେ ନକାରାତ୍ମକ ପ୍ରଭାବ ପଡିଥାଏ। ବାସ୍ତୁଶାସ୍ତ୍ର ଅନୁସାରେ ଫଟୋ ଲଗାଇବା ଦ୍ୱାରା ଘରେ ସକାରାତ୍ମକ ଶକ୍ତିର ପ୍ରଭାବ ବଢିଥାଏ। ଏହାଦ୍ୱାରା ଘରେ ଖୁସିର ପରିବେଶ ସୃଷ୍ଟି ହୋଇଥାଏ। ଘରେ ଯୁଗଳ ହଂସଙ୍କର ଫଟୋ ଲଗାଇବା ଦ୍ୱାରା ଅନେକ ସୁଫଳ ମିଳିଥାଏ। ଆସନ୍ତୁ ଜାଣିବା ଏହାଦ୍ୱାରା କି ଲାଭ ମିଳିଥାଏ..
ଘରେ ଯୋଡା ହଂସଙ୍କର ଫଟୋ ଲଗାଇବା ଦ୍ୱାରା ଟଙ୍କାପଇସାର ଅଭାବ ରହି ନଥାଏ। ଏହାଦ୍ୱାରା ଘରେ ସୁଖଶାନ୍ତିର ବାତାବରଣ ସୃଷ୍ଟି ହୋଇଥାଏ।
ସମୁନ୍ଦ୍ର କୂଳରେ ଦୌଡୁଥିବା ୭ଟି ଘୋଡାର ଫଟୋ ରଖିବା ଦ୍ୱାରା ସକାରାତ୍ମକ ଶକ୍ତି ବଢିଥାଏ।ଘରର ବୈଠକ ଖାନାରେ ହଂସର ବଡ ଫଟୋ ଲଗାଇବା ଦ୍ୱାରା ଶୁଭ ହୋଇଥାଏ। ଏହାଦ୍ୱାରା କୁଦୃଷ୍ଟି ନଷ୍ଟ ହୋଇଯାଇଥାଏ।
ପାହାଡରେ ଉଡୁଥିବା ପକ୍ଷୀର ଚିତ୍ର ଲଗାଇବା ଦ୍ୱାରା ପରିବାର ସଦସ୍ୟଙ୍କର ଆତ୍ମବିଶ୍ୱାସ ବଢିଥାଏ।
ରୋଷେଇ ଘରେ ଫଳ ଓ ପନିପରିବାର ଫଟୋ ଲଗାଇବା ଦ୍ୱାରା ଖାଦ୍ୟର ଅଭାବ ରହି ନଥାଏ।

Leave A Reply