www.samajalive.in
Monday, December 8, 2025
14.1 C
Bhubaneswar

ସ୍କୁଲ ଫି ପ୍ରସଙ୍ଗ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ

ସ୍କୁଲ ଫି’ ଛାଡ଼ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ ବିରୋଧୀଦଳ ନେତା ପ୍ରଦୀପ୍ତ ନାଏକ, ସ୍କୁଲ ଫି ଛାଡ଼ ନେଇ ଅଭିଭାବକ ସଂଘ ଦାବି କରିଥିଲା। କ୍ଷମତା ନ ଥିବା କହି କୋର୍ଟରେ ରାଜ୍ୟ ସରକାର ହାତ ଟେକିଦେଲେ। ଅକ୍ଷମତା ନ ଦର୍ଶାଇ ରାଜ୍ୟ ସରକାର ଏନେଇ ଅଧ୍ୟାଦେଶ ଆଣିପାରିଥାନ୍ତେ। ସରକାରଙ୍କ ବାହାନା ଘରୋଇ ସ୍କୁଲ ସହ ଭିତିରି ବୁଝାମଣା ଥିବା ଜଣାପଡୁଛି। ଆବଶ୍ୟକ ପଦକ୍ଷେପ ନେଇ ଅଭିଭାବକ ସଂଘ ପ୍ରତି ବିଚାର ପାଇଁ କହିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ।

 

- Advertisement -

ବିରୋଧୀଦଳ ନେତା ପ୍ରଦୀପ୍ତ କିଶୋର ନାଏକ କହିଛନ୍ତି ଯେ ପ୍ରାଇଭେଟ୍‌ ସ୍କୁଲର ପ୍ୟାରେଣ୍ଟସ୍‌ ଆସୋସିଏସନ୍‌ ସ୍କୁଲ ଫି ଛାଡ଼ କରିବା ପାଇଁ ହାଇକୋର୍ଟରେ ଏକ ମାମଲା ଦାୟର କରିଥିଲେ। ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବର ଅନୁଯାୟୀ ସରକାର ଏହି ମାମଲାଟିକୁ ବିଚାର ନ କରି, ଆଇନ ଅଭାବରୁ ଏହାର ସରକାରଙ୍କ କ୍ଷମତା ପରିସରଭୁକ୍ତ ନୁହେଁ ବୋଲି ହାଇକୋର୍ଟଙ୍କୁ ଜଣାଇଛନ୍ତି।
ସରକାର ମହାମାରୀ ଆଇନ ଓ ବିପର୍ଯ୍ୟୟ ପରିଚାଳନ ଆଇନ ଅନୁଯାୟୀ ବିଶେଷ କ୍ଷମତା ପାଇଛନ୍ତି। ସେହି କ୍ଷମତା ଅନୁଯାୟୀ ଗ୍ରାମ ପଞ୍ଚାୟତ ସରପଞ୍ଚମାନଙ୍କୁ ଜିଲାପାଳ ହିସାବରେ ଘୋଷଣା କରି ଲକ୍‌ଡାଉନ୍‌ ଓ ସଂଗରୋଧରେ ରଖିବା ଲାଗି କ୍ଷମତା ପାଇଛନ୍ତି। ତେବେ ଗ୍ରାମପଞ୍ଚାୟତ ଆଇନରେ ଏ ସଂକ୍ରାନ୍ତରେ କୌଣସି ବିଧିବଦ୍ଧ ଆଇନଗତ ବ୍ୟବସ୍ଥା ନ ଥିବାବେଳେ ସରକାର ଉପରୋକ୍ତ ୨ଟି ଆଇନ ଅନୁଯାୟୀ ଏହା କରିଛନ୍ତି।
ଲକ୍‌ଡାଉନ୍‌ ଯୋଗୁଁ ଦୀର୍ଘଦିନ ଧରି ବିଦ୍ୟାଳୟ ବନ୍ଦ ରହିଛି ଓ ଛାତ୍ରଛାତ୍ରୀମାନେ ପାଠ ପଢ଼ିବା ପାଇଁ ବିଦ୍ୟାଳୟକୁ ଯାଉନାହାନ୍ତି। ଏହାବ୍ୟତୀତ କାମଧନ୍ଦା ଅଭାବରୁ ଲୋକମାନଙ୍କର ଆୟ ମଧ୍ୟ ନାହିଁ। ଏପରିସ୍ଥଳେ ଉପରୋକ୍ତ ୨ଟି ଆଇନ୍‌ରେ ସରକାରଙ୍କୁ ଦିଆଯାଇଥିବା ବିବିଧ କ୍ଷମତା ଅନୁଯାୟୀ ଅଭିଭାବକ ସଂଘର ଏହି ଦାବିକୁ ସହୃଦୟତାର ସହ ବିଚାର କରିବାରେ କୌଣସି ଅସୁବିଧା ନାହିଁ। ରାଜ୍ୟ ସରକାର ବିଶ୍ବବିଦ୍ୟାଳୟ ଆଇନ ୧୯୮୯କୁ ଯେଭଳି ସଂଶୋଧନ କରିଛନ୍ତି, ସେଭଳି ମଧ୍ୟ ଏହା କରିପାରିବେ। ସେହିପରି ଶିକ୍ଷା ଆଇନ ଅନୁଯାୟୀ ଏକ କାର୍ଯ୍ୟନିର୍ବାହୀ ନିର୍ଦେଶନାମା ଜାରି କରି ମଧ୍ୟ ଏହା କରିପାରିବେ। ହେଲେ ରାଜ୍ୟ ସରକାର ଗୋଟିଏ ଯୁକ୍ତିଯୁକ୍ତ ଦାବିକୁ ବିଚାର କରିବାକୁ ଅଗ୍ରାହ୍ୟ କରିଦେବା ଗୋଟିଏ ଜନବିରୋଧୀ କାର୍ଯ୍ୟ। ଏହାର ପୁନର୍ବିଚାର କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରୁଛି।

 

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories