www.samajalive.in
Sunday, December 7, 2025
26.1 C
Bhubaneswar

ଆରକ୍ଷୀ ମହାନିର୍ଦେଶକ ଅଭୟଙ୍କ ସମୀକ୍ଷା ବୈଠକ, ‘ମୋ ସରକାର’ ଟେଲିଫୋନ୍‌ ଫିଡ୍‌ବ୍ୟାକ୍‌ ବ୍ୟବସ୍ଥାର ପୁନଃ ଆରମ୍ଭ ଉପରେ ଆଲୋଚନା

ଭୁବନେଶ୍ବର: ରାଜ୍ୟ ଆରକ୍ଷୀ ମହାନିର୍ଦେଶକ ଅଭୟ ଆଜି ରାଜ୍ୟର ସମସ୍ତ ଆରକ୍ଷୀ ଅଧିକ୍ଷକ, କଟକ ଓ ରାଉରକେଲାର ରେଳବାଇ ଆରକ୍ଷୀ ଅଧିକ୍ଷକ ଏବଂ ସମସ୍ତ ରେଞ୍ଜ ଆଇଜି ଏବଂ ଡିଆଇଜିଙ୍କ ସହ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ବଭିିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ସମୀକ୍ଷା କରିଥିଲେ। ଏହି ବୈଠକରେ ‘ମୋ ସରକାର’ ଟେଲିଫୋନ୍‌ ଫିଡ୍‌ବ୍ୟାକ୍‌ ବ୍ୟବସ୍ଥାର ପୁନଃ ଆରମ୍ଭ ଏବଂ ଗିରଫ ଓ ହାଜତ ରହଣି ସମୟରେ ନୟିମ ବହିର୍ଭୁତ କାର୍ଯ୍ୟ କିମ୍ବା ଅନିୟମିତତାକୁ ପ୍ରତିଯୋଧ କରିବା ଉପରେ ଆଲୋଚନା କରାଯାଇଥିଲା। ସେହିପରି ଏଏସ୍ଆଇ ପଦବୀକୁ ପଦୋନ୍ନତି ପ୍ରସଙ୍ଗ, ବିଭନ୍ନ ଜିଲାରେ କନେଷ୍ଟବଳରୁ ସିଆଇ ହାବଲିଦାର ଓ ଲାନ୍ସ ନାୟକ ପଦବୀର ପଦୋନ୍ନତିରେ ଅଗ୍ରଗତି, ପଦୋନ୍ନତି ଅବଧି ପୂର୍ବରୁ ଅବସର ନେବା ଓ ଭଲ କାର୍ଯ୍ୟ ପାଇଁ ପ୍ରୋତ୍ସାହନ ପ୍ରଦାନ, ତଦନ୍ତ ର ମାନବୃଦ୍ଧକିୁ ସୁନିଶ୍ଚିତ କରିବା, ସିସିଟିଏନ୍ଏସ୍ ମାଧ୍ୟମରେ ଅପରାଧ ସମୀକ୍ଷା ପାଇଁ ଏସ୍‌ଆର୍‌ ମଡ୍ୟୁଲ୍‌ର ଅଗ୍ରଗତି, ପୁଲିସ ଷ୍ଟେସନ୍‌ରେ ସିସିଟିଭିର କାର୍ଯ୍ୟକାରିତା, ଡିଜିପି ଡିସ୍କ ପ୍ରଦାନ ପ୍ରସଙ୍ଗରେ ଏହି ଅବସରରେ ଆଲୋଚନା ହୋଇଥିଲା।


ଏହି ସମୀକ୍ଷା ବୈଠକରେ ଭୁବନେଶ୍ବରରୁ ଅତିରିକ୍ତ ଆରକ୍ଷୀ ମହାନିର୍ଦେଶକ ରେଳବାଇ, ନିର୍ଦେଶକ ରାଜ୍ୟ କ୍ରାଇମ ରେକର୍ଡ ବ୍ୟୁରୋ ଏବଂ ଆଇଜି (ଅପରେସନ) ଅଂଶଗ୍ରହଣ କରିଥିଲେ। ଏହାସହିତ ଅତିରିକ୍ତ ଆରକ୍ଷୀ ମହାନିର୍ଦେଶକ (ସଦର ମହକୁମା), ଅତରିକ୍ତି ଆରକ୍ଷୀ ମହାନିର୍ଦେଶକ (ଆଇନ୍ ଶୃଙ୍ଖଳା), ଆଇ.ଜ୍ି (ଆଧୁନିକୀକରଣ), ଆଇଜି (ପ୍ରୋଭିଜନିଂ) ଓ ଆଇଜି (ପର୍ସୋନେଲ୍‌) ପ୍ରମୁଖ କଟକ ପୁଲିସ ମୁଖ୍ୟାଳୟରୁ ଯୋଗ ଦେଇଥିଲେ।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories