nua o banner

୨ରୁ ମାଓବାଦୀଙ୍କ ପିଏଲଜିଏ ସପ୍ତାହ , ବିଭିନ୍ନ ଅଞ୍ଚଳରେ ସୁରକ୍ଷା କଡ଼ାକଡ଼ି

BJD Bijuli 480×75 Mob

ମାଲକାନଗିରି: ଡିସେମ୍ବର ୨ରୁ ୮ ତାରିଖ ପର୍ଯ୍ୟନ୍ତ ଏକ ସପ୍ତାହ ବ୍ୟାପି ମାଓବାଦୀଙ୍କ ପିଏଲ୍‍ଜିଏ ସପ୍ତାହ ପାଳନ ଆରମ୍ଭ ହେବାକୁ ଯାଉଛି। ମାଲକାନଗିରି ପୁଲିସ ଏବଂ ବିଏସଏଫ ତରଫରୁ ଜିଲା ସଦର ମହକୁମାଠାରୁ ଆରମ୍ଭ କରି ବିଭିନ୍ନ ଅଞ୍ଚଳରେ ସୁରକ୍ଷାକୁ କଡାକଡି କରିବା ସହ ଗାଡି ଯାଞ୍ଚକୁ ତରାନ୍ୱିତ କରାଯାଉଛି। ଛତିଶଗଡ, ଆନ୍ଧ୍ର ଓ ଓଡ଼ିଶା ସିମାନ୍ତରେ ସୁରକ୍ଷା କର୍ମୀ ମାଓବାଦୀଙ୍କ ଗତିବିଧି ଉପରେ କଡା ନଜର ରଖିଛନ୍ତି। ଗତ କିଛିଦିନ ପୂର୍ବେ ଯନ୍ତ୍ରୀଠାରେ ଏନକାଉଣ୍ଟର କରି ଜଣେ ମାଓବାଦୀଙ୍କ ହତ୍ୟାର ପ୍ରତିଶୋଧ ନେବାକୁ ମାଓବାଦୀ ଅଣ୍ଟା ଭିଡିଥିଲେ। ସେହିପରି ଗତ ଦୁଇ ବର୍ଷ ପୂର୍ବେ ବିଚ୍ଛିନ୍ନାଞ୍ଚଳ ତଥା ବର୍ତ୍ତମାନର ସ୍ୱାଭିମାନ ଅଞ୍ଚଳ ପଣସପୁଟଠାରେ ଏନକାଉଣ୍ଟରରେ ମାଓନେତ୍ରୀ ମୀନାଙ୍କ ମୃତ୍ୟୁ ଓ ଗତ ସୁନ୍ଦରପାଲ୍ଲୀଠାରେ ଏନକାଉଣ୍ଟର, ଏନକାଉଣ୍ଟରରେ ୫ ଜଣ ମାଓବାଦୀଙ୍କ ମୃତ୍ୟୁ ପରେ ଗତ ଅକ୍ଟୋବରରେ ଜଣେ ମାଓ କମାଣ୍ଡରଙ୍କ ମୃତ୍ୟୁ ପରେ ମାଓ ସଙ୍ଗଠନକୁ ଶକ୍ତ ଧକ୍କା ଲାଗିଥିବା ବେଳେ ରକ୍ତମୁଖା ହୋଇ ଏହାର ଜବାବ ଦେଇ ପ୍ରତିଶୋଧ ନେବା ପାଇଁ ସୁଯୋଗ ଅପେକ୍ଷାରେ ରହିଛି ଏହି ସଙ୍ଗଠନ। ନୂତନ ଭାବେ ଦାୟିତ୍ୱ ନେଇଥିବା କେନ୍ଦ୍ରିୟ କମିଟିର ଆମ୍ବାଲା କେଶବ ରାଓଙ୍କ ନେତୃତ୍ୱରେ ସଙ୍ଗଠନ ସୁଦୃଢ଼ କରିବା ଉଦେଶ୍ୟରେ ଲାଲ ସଙ୍ଗଠନ ରହିଛି। ସଙ୍ଗଠନର ସମସ୍ତ ଋଣନୀତିକୁ ଉଚିତ ଜବାବ ଦେବା ସହ ଏହାକୁ ବିଫଳ କରିବାକୁ ପୁଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି। ବିଭିନ୍ନ ସମୟରେ କୁମ୍ବିଂ ଅପରେସନ ସହ ତଲାସୀ ଅଭିଯାନକୁ ବ୍ୟାପକ କରାଯାଉଛି। ପୂର୍ବ ଅପେକ୍ଷା ମାଓ ହିଂସା ରୋକିବାରେ ପୁଲିସ ସଫଳ ହୋଇଛି। ସପ୍ତାହ ବ୍ୟାପି ପାଳନ କରାଯାଉଥିବା ବେଳେ ମାଓବାଦୀଙ୍କ ପକ୍ଷରୁ ବିଭିନ୍ନ ଗ୍ରାମରେ ସଭା ସମିତି କରି ମାଓ ସଙ୍ଗଠନର କାର୍ଯ୍ୟ, ଆଦର୍ଶ ଓ ଅଭିମୁଖ୍ୟ ସମ୍ପର୍କରେ ଯୁବ ଗୋଷ୍ଠୀଙ୍କୁ ଜଣାଇ ମାଓ ସଙ୍ଗଠନରେ ସାମିଲ କରିବା ପାଇଁ ଆହ୍ୱାନ ଦିଆଯାଇଥାଏ। ବିଶେଷ କରି ଯୁବ ଗୋଷ୍ଠୀଙ୍କୁ ସାମିଲ କରିବା ଏହାର ମୁଖ୍ୟ ଉଦେଶ୍ୟ। ଗତ ୨୦୦୦ ମସିହାରେ ପ୍ରଥମେ ମାଓ ସଙ୍ଗଠନ ପକ୍ଷରୁ ଏହି ପିପୁଲ୍ସ ଲିବରେସନ ଗରିଲା ଆର୍ମି ସ୍ଥାପନ କରାଯାଇଥିଲା। ଶତ୍ରୁ ସହ ମୁକାବିଲା କରିବା ବା ଶତ୍ରୁକୁ ଆକ୍ରମଣ କରିବା ଏହାର ମୁଖ୍ୟ କାର୍ଯ୍ୟ। ଆସନ୍ତା ୨ ତାରିଖରୁ ହେବାକୁ ଥିବା ଏହି ମାଓବାଦୀଙ୍କ ପିଏଲଜିଏ ସପ୍ତାହରେ ଜିଲାରୁ ଭୁବନେଶ୍ୱର ବଲାଙ୍ଗିର, କଟକ, ସମ୍ବଲପୁର, ଭବାନୀପାଟଣା, ଜୟପୁର, ବ୍ରହ୍ମପୁର, ଭଞ୍ଜନଗର, ବିଶାଖାପାଟଣା ଦୂର ଦୂରାନ୍ତରକୁ ଯାଉଥିବା ସରକାରୀ ବସ୍‍ଗୁଡିକ ବନ୍ଦ ରହିବ ବୋଲି ଜଣାପଡିଛି।

Comments are closed.