bjd gruha runa banner

ଶହେ ଦିନିଆ ଭାରତ ଭ୍ରମଣ କରିବେ ନଡ୍ଡା

bjd  ek lkhya koti banner

ନୂଆଦିଲ୍ଲୀ: ବିଜେପିକୁ ଅଧିକ ପରିବ୍ୟାପ୍ତ କରିବା ପାଇଁ ଏହାର ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା ୧୦୦ଦିନିଆ ଭାରତ ଭ୍ରମଣ କରିବେ। ଆସନ୍ତା ୨୬ରୁ ସେ ଆସାମରୁ ଏହି ଅଭିଯାନ ଆରମ୍ଭ କରିବେ। ଏହି ଅଭିଯାନ ଅବସରରେ ସେ ବିଭିନ୍ନ ରାଜ୍ୟର ଦଳୀୟ ବିଧାୟକ, ସାଂସଦ ଓ ଦଳୀୟ କର୍ମକର୍ତ୍ତାଙ୍କ ସହ ଅଲଗା ଅଲଗା ଆଲୋଚନା କରିବା କାର୍ୟ୍ୟକ୍ରମ ରହିଛି। ଆସନ୍ତା ବର୍ଷ ମଇରେ ଆସାମ ବିଧାନସଭା ନିର୍ବାଚନ ଥିବାରୁ ଗୁଆହାଟୀରେ ସେ ପ୍ରାୟ ୪ଟି ବୈଠକ ଆୟୋଜନ କରିଛନ୍ତି। ନଡ୍ଡାଙ୍କ ସହ ଦଳର ଆସାମ ପ୍ରଭାରୀ ବୈଜୟନ୍ତ ପଣ୍ଡା ଓ ଅନ୍ୟମାନେ ଉପସ୍ଥିତ ରହିବେ। ଆସାମ ପରେ ନଡ୍ଡା ମିଜୋରାମ, ମେଘାଳୟ, ନାଗାଲାଣ୍ଡ ଗସ୍ତ କରିବେ। ପରେ ଅନ୍ୟ ରାଜ୍ୟ ଗସ୍ତ କାର୍ୟ୍ୟକ୍ରମ ରହିଛି।

Comments are closed.