www.samajalive.in
Monday, December 15, 2025
24.1 C
Bhubaneswar

ଜିଲ୍ଲା ସ୍ତରୀୟ ୬୯ତମ ଗୋ-ସମ୍ବର୍ଦ୍ଧନା ସପ୍ତାହ ପାଳନ ଓ ଭର୍ଚୁଆଲ ପ୍ରଶିକ୍ଷଣ ଶିବିର

ବାଙ୍କୀ: ଜିଲ୍ଲା ସ୍ତରୀୟ ଗୋ-ସମ୍ବର୍ଦ୍ଧନା ସପ୍ତାହ ପାଳନ ଅବସରରେ ବାଙ୍କୀ ପ୍ରାଣୀସମ୍ପଦ ବିକାଶ ବିଭାଗ ସୌଜନ୍ୟତାରେ ଗୁରୁବାର ଉପଖଣ୍ଡ କାର୍ଯ୍ୟାଳୟ ଠାରେ ଏକ ଗୋ-ପୂଜନ,ଗୋପାଳକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପ୍ରଥମେ ପାରମ୍ପରିକ ଭାବରେ ଗୋ-ମାତାକୁ ପୂଜା କରିବା ସହିତ ଖମାରଙ୍ଗ ଗ୍ରାମର ୨ଜଣ ଅଗ୍ରଣୀ ଗୋପାଳକ ରତ୍ନମଣି ତ୍ରିପାଠୀ ଓ ସତ୍ୟନାରାୟଣ ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। କାର୍ଯ୍ୟକ୍ରମରେ ଡମପଡା ବ୍ଲକ ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ ସ୍ୱରୂପ ରଞ୍ଜନ ମହାପାତ୍ର, ବାଙ୍କୀ ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର କୃଷ୍ଣ କେଶବ ସଡଙ୍ଗୀ, ଅବସରପ୍ରାପ୍ତ ଉପନିର୍ଦ୍ଦେଶକ ଶରତ ଚନ୍ଦ୍ର ସ୍ୱାଇଁ ସମ୍ମାନିତ ଅତିଥି ଭାବରେ ଉପସ୍ଥିତ ଥିଲେ। କୋଭିଡ୍‍ ନିୟମ ଅନୁପାଳନ କରାଯାଇ ସଂକ୍ଷିପ୍ତ ଭାବରେ କାର୍ଯ୍ୟକ୍ରମଟି ସଞ୍ଚାଳିତ ହୋଇଥିଲା। ଭୁବନେଶ୍ୱର ସ୍ଥିତ ସହିଦ ନଗର ପ୍ରଣୀଚିକିତ୍ସାଳୟ ପରିସରରୁ ରାଜ୍ୟ ସ୍ତରୀୟ ଗୋ-ସମ୍ବର୍ଦ୍ଧନା ସପ୍ତାହ ପାଳନ ଅବସରରେ ଏକ ଭର୍ଚୁଆଲ ପ୍ରଶିକ୍ଷଣ ଶିବିର ଗୋପାଳକ ମାନଙ୍କ ପାଇଁ ଅନୁଷ୍ଠିତ ହୋଇଥିଲା। ବାଙ୍କୀ ଠାରେ ଆୟୋଜିତ ଶିବିରରେ ଉପସ୍ଥିତ ବାଙ୍କୀ ଉପଖଣ୍ଡର ୩୦ଜଣ ଅଗ୍ରଣୀ ଗୋପାଳକ ଭର୍ଚୁଆଲ ପ୍ରଶିକ୍ଷଣ ଗ୍ରହଣ କରି ଦିବସର ଅନୁଚିନ୍ତା ଓ ଗୋପାଳନର ବ୍ୟବସ୍ଥା ସମ୍ପର୍କରେ ଅବଗତ ହୋଇଛନ୍ତି। ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ଅନ୍ତର୍ଯ୍ୟାମୀ ବାରିକ,ଡାକ୍ତର ଅର୍ପିତା ପାଢୀ କାର୍ଯ୍ୟକ୍ରମ ସଞ୍ଚାଳନରେ ସହଯୋଗ କରିଥିଲେ। ପ୍ରାଣୀ ଚିକିତ୍ସା ବିଭାଗର କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories