www.samajalive.in
Monday, December 15, 2025
24.1 C
Bhubaneswar

ବାରଖଣ୍ଡିଆରେ ଟାଉନହଲ ଭୂମି ପୁଜନତ୍ସବ

ବରପାଲି : ବରପାଲି ୨୬ନମ୍ବର ଜାତିୟ ରାଜପଥ ବାରଖଣ୍ଡିଆ ଖୋଲା ପଡ଼ିଆରେ ରାଜ୍ୟ ନଗର ଉନ୍ନୟନ ଓ ଗୃହ ନିର୍ମାଣ ବିଭାଗ ପକ୍ଷରୁ ନିର୍ମାଣ ହେବାକୁ ରହିଥିବା ଟାଉନହଲ ବିଧାୟିକା ରିତା ସାହୁଙ୍କ ଦ୍ୱାରା ଭୂମି ପୁଜନ ହୋଇଯାଇଛି। ବିଜ୍ଞାପିତ ଅଚଂଳ ପରିଷଦ ପକ୍ଷରୁ ଆୟୋଜିତ ଉତ୍ସବରେ ସମ୍ମାନିତ ଅତିଥି ଭାବେ ବରଗଡ଼ ଜିଲ୍ଲାପାଲ ଜ୍ୟୋତିରଞ୍ଜନ ପ୍ରଧାନ,ଉପ ଜିଲ୍ଲାପାଲ ପ୍ରଭାସ କୁମାର ଦଣ୍ଡସେନା ବ୍ଲକ ଅଧ୍ୟକ୍ଷ କିଶୋର ଦଫାଦାର,ତହସିଲଦାର ଅକ୍ଷୟ କୁମାର ବାଗ,ପୁର୍ବତନ ଏନଏସି ଉପାଧ୍ୟକ୍ଷ ପ୍ରଦ୍ୟୁମ୍ନ ତ୍ରିପାଠୀ,ଆନନ୍ଦ ବାବୁ,ମହେନ୍ଦ୍ର ମେହେର,ନରେନ୍ଦ୍ର ହୋତା,ତରଣି ଦେବତା,ସୌରଭ ସାହୁ,ଟିକାୟତ୍ତ ମହତ୍ତମ,ଡ଼ିରେକ୍ଟର ବେହେରା  ପ୍ରମୁଖଙ୍କ ସହିତ ବହୁ ବିଶିଷ୍ଠ ବ୍ୟକ୍ତି ମାନେ ଉପସ୍ଥିତ ରହିଥିଲେ। ପଣ୍ଡିତଙ୍କ ଦ୍ୱାରା ଭୂମି ପୁଜାର୍ଚ୍ଚନା ପରେ ଅତିଥି ମାନେ କୋଦାଳ ସହାୟତାରେ ନିର୍ମାଣ ସକାଶେ କୋଦାଳ ସହାୟତାରେ ମାଟି ଖୋଲି ଶୁଭ ଉଦଘାଟନ କରିଥିଲେ। ଏକ କୋଟି ବ୍ୟୟ ଅଟକଳରେ ଟାଉନହଲଟି ନିର୍ମାଣ ହେଉଥିବା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ମେହେରଙ୍କ ଦ୍ୱାରା ସୂଚିତ ହୋଇଥିଲା।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories