www.samajalive.in
Sunday, December 7, 2025
14.1 C
Bhubaneswar

ଚଳଚ୍ଚିତ୍ର ହେଉ କି ସମ୍ବାଦ, ମଣିଷର କଥା କହିପାରିଲେ ହିଁ ସଫଳତା ମିଳିପାରିବ

କଟକ ଜିଲ୍ଲାର ମାହାଙ୍ଗା ସ୍ଥିତ ଅଗ୍ରଣୀ ଉଚ୍ଚ ଶିକ୍ଷାନୁଷ୍ଠାନ ଜବାହରଲାଲ ନେହେରୁ ମହାବିଦ୍ୟାଳୟର ଇତିହାସ ଓ ରାଜନୀତି ବିଜ୍ଞାନ ବିଭାଗ ଏବଂ ଓଡିଶା ସରକାରଙ୍କ ଆଦିବାସୀ ଗବେଷଣା ଓ ବିକାଶ କେନ୍ଦ୍ରର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ରଣଜିତ ଗୁରୁ ସ୍ମାରକୀ ଆନ୍ତର୍ଜାତିୟ ସମ୍ପାନ କାର୍ଯ୍ୟକ୍ରମରେ ଆଜି ଅନୁଷ୍ଠିତ ଭର୍ଚୁଆଲ୍ ଆଲୋଚନା ଚକ୍ରରେ ବିଶିଷ୍ଟ ବକ୍ତାମାନେ ସିନେମା, ସମ୍ବାଦ, ବଲିଉଡ ଓ ଏସବୁର ସାମାଜିକତା ଉପରେ ଭାବଗର୍ଭକ ଆଲୋଚନା କରିଛନ୍ତି।

ଏହି ସଂପାନରେ ମହୀଶୂର ବିଶ୍ୱବିଦ୍ୟାଳୟର ଗଣଯୋଗାଯୋଗ ବିଭାଗର ସହକାରୀ ପ୍ରାଧ୍ୟାପିକା ଡଃ ନଞ୍ଜୁଦପା ମମତା ‘ଆଇଡ଼ିଆ ଆଣ୍ଡ କନସେପ୍ଟ ଅଫ ଫିଲ୍ମ ମେକିଙ୍ଗ’ ଶୀର୍ଷକ ବିଷୟରେ ସମୟ ସହ ତାଳ ଦେଇ ଭାରତରେ କିଭଳି ଚଳଚ୍ଚିତ୍ର ନିର୍ମାଣ କ୍ଷେତ୍ରରେ ବିଷୟବସ୍ତୁ ଓ ଭାବାବେଗରେ ପରିବର୍ତ୍ତନ ଘଟିଛି ଓ ସମାଜର ପ୍ରତ୍ୟେକ ବର୍ଗକୁ ଛୁଇଁ ପାରିଛି, ସେ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ଅନ୍ୟତମ ବକ୍ତା ଭାବେ ପ୍ରଫେସର ରଜନେଶ ଗର୍ଗ ‘ନିୟୁଜ ନିୟୁଜରୁମ ଆଣ୍ଡ ବଲିଉଡ’ ପ୍ରସଙ୍ଗରେ ଆଲୋଚନା କରି ସାମ୍ପ୍ରତିକ ସମସ୍ୟାଗୁଡିକର ଯଦି ଉଭୟ ସମ୍ବାଦ ଓ ଚଳଚିତ୍ରରେ ସହଜ ଓ ସରଳ ଭାବରେ ପ୍ରତିଫଳିତ ହୋଇପାରିବ ତେବେ ନିଶ୍ଚିତ ଭାବେ ପରିବର୍ତ୍ତନ ହୋଇପାରିବ ବୋଲି କହିଛନ୍ତି। ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଗଣଯୋଗାଯୋଗ ବିଭାଗର ସହକାରୀ ପ୍ରାଧ୍ୟାପକ ଡଃ ସୁଜିତ କୁମାର ମହାନ୍ତି ‘ସିନେମା ଆଣ୍ଡ ୟଙ୍ଘ ମାଇଣ୍ଡସ: ଫ୍ରମ ଅଡ଼ିଏନ୍ସ ପ୍ରୄସ୍ପେକ୍ଟିଭ’ ଶୀର୍ଷକରେ ଯୁବପିଢିଙ୍କ ପାଇଁ ପାରିବାରିକ ସମସ୍ୟା ଜଡିତ ଚଳଚ୍ଚିତ୍ର ଉପାଜଗୀ ହୋଇପାରିବ ବୋଲି କହିଛନ୍ତି।

- Advertisement -

ଏହି ୱେବିନାରରେ କାର୍ଡର ନିର୍ଦେଶକ ବିକ୍ରମ କେଶୋରୀ ଜେନା, ସହ ନିର୍ଦେଶକ ଚିନ୍ମୟ କୁମାର ସାହୁ ଓ ଦେଶ ବିଦେଶରୁ ଅନେକ ପ୍ରାଧ୍ୟାପକ, ଅଧ୍ୟାପକ, ଗବେଷକ ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ପଲ୍ଲବ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ୱେବିନାରରେ ଆବାହକ ପ୍ରଫେସର ଶରତ ଚନ୍ଦ୍ର ପ୍ରଧାନ ସ୍ୱାଗତ ଭାଷଣ ପ୍ରଦାନ ଦେଇଥିବା ବେଳେ ଅଧ୍ୟାପିକା ପାୟଲ ଅଗ୍ରୱାଲ ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ଅଧ୍ୟାପକ ରୁଦ୍ରନାରାୟଣ ଦାଶ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅଧ୍ୟାପକ ବାଇଧର ଦାସ ଓ ଅଧ୍ୟାପକ ଶୁଭମ ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories