www.samajalive.in
Sunday, December 7, 2025
26.1 C
Bhubaneswar

ସ୍ୱାଭିମାନ ଲୋକଙ୍କ ମଧ୍ୟରେ ଖୁସିର ଲହରୀ ; ଭିଡିଓ କଂଫେରନ୍ସ ଜରିଆରେ କଥା ହେଲେ ମୁଖ୍ୟମନ୍ତ୍ରୀ

ମାଲକାନଗିରି  : ମାଲକାନଗିରି ଜିଲାର ସ୍ୱାଭିମାନ ଅଞ୍ଚଳ ବିକାଶ ଦିଗରେ ଅଗ୍ରଗତି କରୁଥିବା ବେଳେ ଅଞ୍ଚଳର ଲୋକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।ସ୍ୱାଭିମାନ ଅଞ୍ଚଳର ଲୋକଙ୍କ ସହ ସିଧାସଳଖ ଭିଡିଓ କଂଫେରନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଥା ହୋଇଥିବା ବେଳେ ଲୋକେ ବି ବେଶ ଖୁସିର ସହ ପ୍ରସ୍ତୁତ ହୋଇଛନ୍ତି। ନିଜ ଅଞ୍ଚଳରେ ହୋଇଥିବା ବିକାଶ ଓ ଅନ୍ୟାନ୍ୟ ସମସ୍ୟା ବିଷୟରେ ଜଣାଇବା ପାଇଁ ସେମାନେ ମତ ରଖିଛନ୍ତି । ବିଏସଏଫ କ୍ୟାମ୍ପରେ ମୁଖ୍ୟମନ୍ତ୍ରୀଙ୍କ ଭିଡିଓ କଂଫେରନ୍ସର ତଦାରଖ କରିବା ପାଇଁ ଜନତାପାଇ ବିଏସଏଫ କ୍ୟାମ୍ପରେ ପହଞ୍ଚିଛନ୍ତି । କ୍ରୀଡା ଓ ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରା ଓ କଟକ ସଦର ବିଧାୟକ ଚନ୍ଦ୍ର ସାରଥୀ ବେହେରା ଜନତାପାଇ ଠାରେ ଏହି କାର୍ୟ୍ୟକ୍ରମ ହେବାକୁ ଥିବାବେଳେ ଏମାନେ ତାହା ପୂର୍ବରୁ ପହଞ୍ଚି ସମସ୍ତ ପ୍ରସ୍ତୁତିକୁ ତଦାରଖ କରୁଛନ୍ତି । ଆଜି ଭିଡିଓ କଂଫେରନ୍ସ ଯୋଗେ ମୁଖ୍ୟମନ୍ତ୍ରୀ ଅଞ୍ଚଳବାସୀଙ୍କ ସହ କଥା ହେବା ସହିତ ମୋବାଇଲ ବଣ୍ଟନ କାର୍ଯ୍ୟକ୍ରମର ଉଦଘାଟନ କରିବେ ।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories