www.samajalive.in
Friday, December 5, 2025
20.1 C
Bhubaneswar

ନିଜ ଗାଁ ମାଟିରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି

ସମାଜ ଡିଜିଟାଲ ଡେସ୍କ: ରାଜ୍ୟର ମୁଖ୍ୟମନ୍ତ୍ରୀ ଭାର ଗ୍ରହଣ କରିବା ପରେ ପ୍ରଥମ କରି ନିଜ ଗାଁ ମାଟିରେ ପାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ଗାଁ କେନ୍ଦୁଝର ଜିଲାର ରାଇକଳା ସୋମବାର ବେଶ୍‌‌ ଉତ୍ସବ ମୁଖର ହୋଇଉଠିଥିଲା। ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିବା ଲାଗି ଗ୍ରାମବାସୀ ଚାହିଁ ରହିଥିଲେ। ମୁଖ୍ୟମନ୍ତ୍ରୀ ବି ଏକ ବିରାଟ ରୋଡ୍‌‌ ଶୋ’ କରି ଗାଁରେ ପହଞ୍ଚିଥିଲେ। ଦୁର୍ଗା ପଡ଼ିଆରୁ ରାଇକଳା ଗାଁକୁ ଶୋଭାଯାତ୍ରା ଯାଇଥିଲା। ହଜାର ହଜାର ଲୋକ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଗାଁରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀଙ୍କ ଉପରେ ପୁଷ୍ପ ବର୍ଷା ହୋଇଥିଲା।

ମୁଖ୍ୟମନ୍ତ୍ରୀ ମାଝି ଗତ ରବିବାର କେନ୍ଦୁଝର ଆସିଥିଲେ। କେନ୍ଦୁଝରର ପ୍ରସିଦ୍ଧ ତାରିଣୀ ମନ୍ଦିର ପରିଦର୍ଶନ କରିବା ସହିତ ମନ୍ଦିରର ବିକାଶ ପାଇଁ ଆଲୋଚନା କରିଥିଲେ। ପୂର୍ବରୁ ମନ୍ଦିର ଏବଂ ପାରିପାର୍ଶ୍ବିକ ଅଞ୍ଚଳର ବିକାଶ ପାଇଁ ୫୦ କୋଟି ଟଙ୍କା ବ୍ୟୟବରାଦ ହୋଇଥିବାବେଳେ ପୁନର୍ବାର ଆଉ ୫୦ କୋଟି ଟଙ୍କା ଅନୁଦାନ ଘୋଷଣା କରିଥିଲେ।

- Advertisement -

ସୋମବାର ମୁଖ୍ୟମନ୍ତ୍ରୀ ନିଜ ଗାଁକୁ ଯିବାର କାର୍ଯ୍ୟକ୍ରମ ରହିଥିଲା। ତଦନୁଯାୟୀ ମୁଖ୍ୟମନ୍ତ୍ରୀ ଅପରାହ୍ନ ପ୍ରାୟ ସାଢ଼େ ୧୨ଟା ବେଳକୁ ଗାଁରେ ପହଞ୍ଚିଥିଲେ। ନିଜ ଘରେ ମୁଖ୍ୟମନ୍ତ୍ରୀ ମଧ୍ୟାହ୍ନଭୋଜନ କରିବାର କାର୍ଯ୍ୟକ୍ରମ ରହିଛି। ପରିବାର ଲୋକେ ବି ମୁଖ୍ୟମନ୍ତ୍ରୀଙ୍କ ବାଟକୁ ଚାହିଁ ରହିଥିଲେ। ତାଙ୍କୁ ସ୍ୱାଗତ କରିବା ଲାଗି ପରିବାର ଏବଂ ଗ୍ରାମବାସୀଙ୍କ ପକ୍ଷରୁ ପ୍ରସ୍ତୁତି ହୋଇଥିଲା।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories