ସାଂସଦ ଭାବେ ଓଡ଼ିଆରେ ଶପଥ ନେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ
ନୂଆଦିଲ୍ଲୀ: ନୂଆ ସଂସଦ ଭବନରେ ଓଡ଼ିଆରେ ଶପଥ ନେଲେ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ। ଆଜି ସଂସଦର ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହେବା ମାତ୍ରେ ପ୍ରଥମେ ସାଂସଦ ଭାବେ ଶପଥ ନେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବ ନବ ନିର୍ବାଚିତ ସାଂସଦମାନଙ୍କୁ ଶପଥ ପାଠ କରାଇଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ ନିଜ ମାତୃଭାଷା ଓଡ଼ିଆରେ ଶପଥ ପାଠ କରିଛନ୍ତି। ଦୁଇ ଦିନ ଧରି ଶପଥ ଗ୍ରହଣ କାର୍ଯ୍ୟକ୍ରମ ଚାଲିବ। ଏହାପରେ ୨୬ରେ ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ।
#18thLokSabha: Dharmendra Pradhan, (BJP) takes oath as Member of Parliament (Sambalpur, Odisha)#Parliament | #LokSabha #RajyaSabha #parliamentsession @LokSabhaSectt @dpradhanbjp pic.twitter.com/RQoGIMfADk
— SansadTV (@sansad_tv) June 24, 2024
#18thLokSabha: Jual Oram, (BJP) takes oath as Member of Parliament (Sundargarh (ST),Odisha) #Parliament | #LokSabha #RajyaSabha #parliamentsession @LokSabhaSectt @jualoram pic.twitter.com/DyAGyyQX0v
— SansadTV (@sansad_tv) June 24, 2024
Comments are closed.