କାଶ୍ମୀର ସମସ୍ୟାରର କାରଣ ଓ ତାହାର ସମାଧାନ

0
    ୧୭୬୬ରେ ଶ୍ରୀନଗରର କାଶ୍ମୀର ପଣ୍ଡିତ ରାଧୋ ରାଓ କୋଲ ଇସଲାମ ଧର୍ମ ଗ୍ରହଣ କରିଥିଲେ। ଏହି କଥା ଶେଖ୍‍ ଅବଦୁଲ୍ଲା ନିଜ ଆତ୍ମକଥା ‘ଆତିଶ-ଏ-ଚିନାର’ରେ ଲେଖିଛନ୍ତି। ପଣ୍ଡିତ ନେହେରୁଙ୍କ ପରିବାର ମଧ୍ୟ କାଶ୍ମୀର ବ୍ରାହ୍ମଣ କୋଲଙ୍କ ପରିବାରର ଥିଲେ। ପଣ୍ଡିତ ନେହେରୁ ଯେଭଳି କାଶ୍ମୀରରେ ଅବଦୁଲ୍ଲା ବଂଶର ସ୍ଥାପନା କରିବାର ପ୍ରୟାସ କରିଥିଲେ, ଏଥିରୁ ସ୍ପଷ୍ଟ ଜଣାପଡୁଛି ଏହି ଦୁଇ ପରିବାର ଗୋଟିଏ ବଂଶର ଥିଲେ, ନଚେତ କୌଣସି ବ୍ୟକ୍ତି ଅନ୍ୟ କୌଣସି ବ୍ୟକ୍ତିଙ୍କ ବଂଶବାଦର ସ୍ଥାପନା ପାଇଁ ଏତେ ଅଧିକ ପ୍ରୟାସ କେବେ କରିବେ ନାହିଁ ଯେଭଳି ପଣ୍ଡିତ ନେହେରୁ, ଶେଖ ଅବଦୁଲ୍ଲାଙ୍କ ପାଇଁ କରିଥିଲେ।
କେବଳ ଶେଖ୍‍ ଅବଦୁଲ୍ଲାଙ୍କୁ ସାହାଯ୍ୟ କରିବା ପାଇଁ ପଣ୍ଡିତ ନେହେରୁ କାଶ୍ମୀର ପ୍ରସଙ୍ଗକୁ ନିଜ ହାତକୁ ନେଇଥିଲେ। ଏହା ବ୍ୟତୀତ ଅନ୍ୟ କୌଣସି କାରଣ ନ ଥିଲା କି ପଣ୍ଡିତ ନେହେରୁ କାଶ୍ମୀର ପ୍ରସଙ୍ଗକୁ ନିଜ ହାତକୁ ନେଇଥିଲେ। ତତ୍କାଳୀନ ବ୍ରଟିଶ ସରକାର, ୧୫ ଅଗଷ୍ଟ ୧୯୪୭ ସୁଦ୍ଧା ହିନ୍ଦୁସ୍ଥାନର ସମସ୍ତ ରାଜା ମହାରାଜାମାନଙ୍କୁ ହିନ୍ଦୁସ୍ଥାନ ଅଥବା ପାକିସ୍ତାନରେ ମିଶିିବା ପାଇଁ ଘୋଷଣା କରିଥିଲେ। କିନ୍ତୁ ଏଥିପାଇଁ ଆବଶ୍ୟକତା ଥିଲା ସେହି ରାଜ୍ୟର ସୀମା ହିନ୍ଦୁସ୍ଥାନ ଅଥବା ପାକିସ୍ତାନ ସହିତ ଲାଗି ରହିଥିବ। କିନ୍ତୁ କାଶ୍ମୀର ଏକମାତ୍ର ରାଜ୍ୟ ଥିଲା ଯାହାର ସୀମା ଉଭୟ ଭାରତ ଓ ପାକିସ୍ତାନକୁ ଲାଗି ରହିଥିଲା। ମହାରାଜା ହରି ସିଂହ ନିଜ ରାଜ୍ୟକୁ ଭାରତ ସହିତ ମିଶାଇବାକୁ ଚାହୁଁଥିଲେ। କିନ୍ତୁ ପଣ୍ଡିତ ନେହେରୁ ରାଜା ହରି ସିଂହଙ୍କ ନିକଟରେ ସର୍ତ୍ତ ରଖିଥିଲେ ଯେ, ଶେଖ ଅବଦୁଲ୍ଲା ଯଦି ରାଜ୍ୟର ପ୍ରଧାନମନ୍ତ୍ରୀ ହେବ ତେବେ ଯାଇ କାଶ୍ମୀର ଭାରତରେ ମିଶିବ। ତେବେ ରାଜା ହରି ସିଂହ ଏହାକୁ ସହଜରେ ଗ୍ରହଣ କରି ପାରିଲେ ନାହିଁ। ତେଣୁ ୧୫ ଅଗଷ୍ଟ ୧୯୪୭ କାଶ୍ମୀରର ଭାରତ ସହିତ ବିଲୟ ଘଟି ପାରିଲା ନାହିଁ।
ଭାରତ ବିଭାଜନ ପରେ କାଶ୍ମୀରର ସପ୍ଳାଏ ଲାଇନ ପାକିିସ୍ତାନକୁ ଚାଲିଗଲା। ମହାରାଜା ହରି ସିଂହ ବାଧ୍ୟ ହୋଇ ଜିନ୍ନାଙ୍କ ସହିତ ବୁଝାମଣା କଲେ ଫଳରେ ବାହାରୁ କାଶ୍ମୀରକୁ ଖାଦ୍ୟ ପେୟ ସାମଗ୍ରୀ ଆସିପାରିବ। କିନ୍ତୁ ଜିନ୍ନା ୧୯୪୭ ଅକ୍ଟୋବରରେ କାଶ୍ମୀର ଉପରେ ଆକ୍ରମଣ କରିଦେଲେ। ତେଣୁ ରାଜା ହରି ସିଂହଙ୍କୁ ନିଜ ଜନତାଙ୍କୁ ରକ୍ଷା କରିବା ପାଇଁ ଓ ପାକିସ୍ତାନୀ ଆକ୍ରମଣରୁ ବଞ୍ଚିବା ପାଇଁ ପଣ୍ଡିତ ନେହେରୁଙ୍କ ସର୍ତ୍ତ ଆଗରେ ଆତ୍ମ ସମର୍ପଣ କରିବାକୁ ପଡିଲା। ଆଉ ଶେଖ ଅବଦୁଲ୍ଲା ଯିଏ କି ବ୍ରିଟିଶ ସରକାରଙ୍କ ଦଲାଲ ଭାବେ କାର୍ଯ୍ୟ କରୁଥିଲେ ପଣ୍ଡିତ ନେହେରୁଙ୍କ ଯୋଗୁଁ ତାଙ୍କୁ କାଶ୍ମୀରର ପ୍ରଧାନମନ୍ତ୍ରୀ ପଦ ମିଳିଗଲା। ଶେଖ ଅବଦୁଲ୍ଲାଙ୍କ ପ୍ରଭାବ ସମ୍ପୂର୍ଣ୍ଣ ରାଜ୍ୟରେ ନ ଥିଲା। କେବଳ କାଶ୍ମୀର ଉପତ୍ୟାକାରେ ହିଁ ସାମାନ୍ୟ ପ୍ରଭାବ ଥିଲା। ସମଗ୍ର କାଶ୍ମୀର ଉପତ୍ୟାକାରେ ମୁସଲିମ୍‍ ଲିଗ୍‍ ର ପ୍ରଭାବ ଥିଲା। ଶେଖ ଅବଦୁଲ୍ଲା ରାଷ୍ଟ୍ରୀୟ ନେତୃବର୍ଗଙ୍କୁ ଭ୍ରମରେ ରଖିବା ପାଇଁ ୧୯୩୯ରୁ ନିଜ ପାର୍ଟିର ନାମ ମୁସଲିମ୍‍ କନଫରେନ୍ସରୁ ବଦଳାଇ ନେସନାଲ କନଫରେନ୍ସ କରିଦେଲେ। ଯେତେବେଳେ କାଶ୍ମୀର ଉପରେ ପାକିସ୍ତାନୀ ଆକ୍ରମଣ ହେଲା ସେତେବେଳେ ଶେଖ ଅବଦୁଲ୍ଲା ନିଜ ପ୍ରାଣ ବଞ୍ଚାଇ ଭୋପାଳ ପଳାଇଥିଲେ। ଏଥିରୁ ପ୍ରମାଣିତ ହେଉଥିଲା ଯେ କାଶ୍ମୀର ଉପତ୍ୟାକାରେ ଶେଖ ଅବଦୁଲ୍ଲାଙ୍କ ଆଦୌ ପ୍ରଭାବ ନ ଥିଲା। ଯେତେବେଳେ ପର୍ଯ୍ୟନ୍ତ ଭାରତୀୟ ସୈନ୍ୟ ଶ୍ରୀନଗରରେ ପହଞ୍ଚିନ ଥିଲେ ସେତେବେଳ ପର୍ଯ୍ୟନ୍ତ ପ୍ରଫେସର ବଲରାଜ ମଧୋକଙ୍କ ନେତୃତ୍ୱରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘର କାର୍ଯ୍ୟକର୍ତ୍ତା ୨୦୦୦ରୁ ଅଧିକ ସଂଖ୍ୟାରେ ଶ୍ରୀନଗରର ସୁରକ୍ଷା କରିଥିଲେ। ଶେଖ ଅବଦୁଲ୍ଲା କାଶ୍ମୀରର ପ୍ରଧାନମନ୍ତ୍ରୀ ହୋଇଯିବା ପରେ ଆମ ସେନାର ନେତୃତ୍ୱ ତାଙ୍କ ହାତକୁ ଆସି ଯାଇଥିଲା। ଯେତେବେଳେ ଭାରତୀୟ ସେନା କାଶ୍ମୀର ଉପତ୍ୟାକାରୁ ଅନୁପ୍ରବେଶକାରୀଙ୍କୁ ବିତାଡିତ କରିଦେଲେ ସେତେବେଳେ ଶେଖ ଅବଦୁଲ୍ଲା ଅସ୍ତ୍ର ବିରତୀ ଘୋଷଣା କରିଦେଲେ। କାରଣ ସେତେବେଳେ ପାକ୍‍ ଅଧିକୃତ କାଶ୍ମୀରରେ ତାଙ୍କର କୌଣସି ପ୍ରଭାବ ନ ଥିଲା। ୧୯୪୯ରେ ଯେତେବେଳେ ମିଳିତ ଜାତିସଙ୍ଘ ନିଷ୍ପତ୍ତି ନେଲା କି ଜମ୍ମୁ-କାଶ୍ମୀରରେ ଜନମତ ସଂଗ୍ରହ କରାଯିବ। ସେତେବେ ଶେଖ ଅବଦୁଲ୍ଲା, ପଣ୍ଡିତ ନେହେରୁଙ୍କୁ କହିଲେ କି ତାଙ୍କୁ ସମ୍ବିଧାନର ୩୭୦ ଧାରା ଦରକାର। ଅନ୍ୟଥା ସେ କେଉଁ ମୁହଁରେ ଜନତାଙ୍କ ପାଖକୁ ଭାରତ ପାଇଁ ଭୋଟ ଆଣିବାକୁ ଯିବେ। ପଣ୍ଡିତ ନେହେରୁ ତାଙ୍କୁ ସମ୍ବିଧାନ ସଭାର ଅଧ୍ୟକ୍ଷ ଡକ୍ଟର ଭୀମରାଓ ଆମ୍ବେଦକରଙ୍କୁ ସାକ୍ଷାତ କରିବାକୁ କହିଥିଲେ। ଡକ୍ଟର ଭୀମରାଓ ଆମ୍ବେଦକର ମଧ୍ୟ ଶେଖ ଅବଦୁଲ୍ଲାଙ୍କ ସ୍ପଷ୍ଟ ମନା କରି ଦେଇଥିଲେ ଯେ ଆପଣଙ୍କର ଏହି ଦାବି ମୁଁ କେବେ ମଧ୍ୟ ମାନି ପାରିବି ନାହିଁ। ଭାରତର କାଶ୍ମୀର ପ୍ରତି ଯେଉଁ ଦାୟିତ୍ୱ ଅଛି ତାହା ପୂରଣ ହେଉ, ଏବଂ ଭାରତ କାଶ୍ମୀର ଉପରେ କୌଣସି ଅଧିକାର ନ ରହୁ ତାହା ହୋଇ ପାରିବ ନାହିଁ।
ପୁଣି ପଣ୍ଡିତ ନେହେରୁ ନିଜ ମନ୍ତ୍ରିମଣ୍ଡଳର ସହଯୋଗୀ ଗୋପାଳ ସ୍ୱାମୀ ଆୟଙ୍ଗାରଙ୍କୁ ଦାୟିତ୍ୱ ଦେଲେ କି ସମ୍ବିଧାନ ସଭାରେ ସେ ୩୭୦ଧାରକୁ ଗୃହିତ କରାଇ ନିଅନ୍ତୁ। ସମ୍ବିଧାନ ସଭା ମଧ୍ୟ ଗୋପାଳ ସ୍ୱାମୀ ଆୟଙ୍ଗାରଙ୍କ ଏହି ପ୍ରସ୍ତାବକୁ ନାମଞ୍ଜୁର କରିଦେଲେ। ସେତେବେଳେ ଗୋପାଳ ସ୍ୱାମୀ ଆୟଙ୍ଗାର ସମ୍ବିଧାନକୁ ବୁଝାଇଥିଲେ କି ୩୭୦ ଧାରା ଅସ୍ଥାୟୀ ଭାବେ କାର୍ଯ୍ୟକାରୀ କରାଯିବ ଏବଂ କାଶ୍ମୀରରେ ଜନମତ ସଂଗ୍ରହ ସରିବା ପରେ ତୁରନ୍ତ ପ୍ରତ୍ୟାହାର କରି ନିଆଯିବ। କେବଳ ଶେଖ ଅବଦୁଲ୍ଲାଙ୍କୁ କିଛି ଶକ୍ତି ଦେବା ପାଇଁ ଏହା କାର୍ଯ୍ୟକାରୀ କରାଯିବ, କାରଣ ଜନମତ ସଂଗ୍ରହ ସମୟରେ ଭାରତ ସପକ୍ଷରେ ଦୃଢତାର ସହ ସେ ମତ ରଖି ପାରିବେ। ଏଥିପାଇଁ ଅସ୍ଥାୟୀ ଭାବେ ଏହି ଧାରାକୁ ଲଗୁ କରାଯାଉ। କେବଳ ଅସ୍ଥାୟୀ ପ୍ରସଙ୍ଗ ଯୋଗୁ ସମ୍ବିଧାନ ସଭା ଏହାକୁ ମଞ୍ଜୁର କରିଦେଲେ।
ପଣ୍ଡିତ ନେହେରୁ ଶେଖ ଅବଦୁଲ୍ଲାଙ୍କୁ ଉପକୃତ କରିବା ପାଇଁ ଗଳାବାଟ ଦେଇ ସେଥିରେ ଧାରା-୧୫ ଯୋଡିଦେଲେ। ଏହା ଲାଗୁ ହେବା ପୂର୍ବରୁ ସଂସଦରେ ଏହା ଉପରେ ଆଲୋଚନା ହେବାର ଆବଶ୍ୟକତା ଥିଲା। କିନ୍ତୁ ତାହା କରା ନ ଯାଇ ରାଷ୍ଟ୍ରପତିଙ୍କ ଦ୍ୱାରା ଅଧ୍ୟାଦେଶ ମାଧ୍ୟମରେ ଲାଗୁ କରି ଦିଆଗଲା।
ଶେଖ ଅବଦୁଲ୍ଲାଙ୍କୁ ଉପରୁ ସହାୟତା ମିଳିବା ଦ୍ୱାରା ଜମ୍ମୁ-କାଶ୍ମୀର ସହିତ ଅନ୍ୟାୟ ହେଲା। ଜମ୍ମୁର ଜନସଂଖ୍ୟା କାଶ୍ମୀର ଉପତ୍ୟାକା ଠାରୁ ଅଧିକ ଥିଲା। କିନ୍ତୁ ଶେଖ ଅବଦୁଲ୍ଲାଙ୍କର ଜମ୍ମୁ ଉପତ୍ୟାକାରେ ନଗନ୍ୟ ପ୍ରଭାବ ଥିଲା ତେଣୁ କାଶ୍ମୀରକୁ ଅଧିକ ବିଧାୟକ ପଦ ଦେଲେ ତଥା କାଶ୍ମୀର ଉପତ୍ୟାକାକୁ କମ୍‍ ବିଧାୟକ ପଦ ଦେଲେ। ଶେଖ ଅବଦୁଲ୍ଲାଙ୍କୁ ପ୍ରଥମ ନିର୍ବାଚନରେ ଜିତାଇବା ପାଇଁ ରାଜ୍ୟ ନିର୍ବାଚନ ଅଧିକାରୀ ପ୍ରଜାପରିଷଦ ଏବଂ ମୁସଲିମ୍‍ ଲିଗ ପ୍ରାର୍ଥୀଙ୍କର ସମସ୍ତ ନାମାଙ୍କନ ପତ୍ର ଖାରଜ କରିଦେଲେ। ପଣ୍ଡିତ ନେହେରୁଙ୍କ ଅପାର କରୁଣାରୁ ନିର୍ବାଚନ ନ ଲଢି ଶେଖ ଅବଦୁଲ୍ଲା କାଶ୍ମୀରର ନିର୍ବାଚିତ ମୁଖ୍ୟମନ୍ତ୍ରୀ ହୋଇଗଲେ।
କାଶ୍ମୀରର ଲୋକ କେବେ ମଧ୍ୟ ପାକିସ୍ତାନ ସହିତ ନିଜ ରାଜ୍ୟର ବିଲୟ କରିବାକୁ ଦେବେ ନାହିଁ। ପଞ୍ଜାବୀଙ୍କ ଦ୍ୱାରା ନିୟନ୍ତ୍ରିତ ପାକିସ୍ତାନର ସିନ୍ଧ,ବଲୁଚ, ସୀମାନ୍ତ ପ୍ରଦେଶ ଆଦିର ଲୋକ ପାକିସ୍ତାନକୁ ଯାଇ ନର୍କ ଯନ୍ତ୍ରଣା ଭୋଗିବାକୁ ଚାହୁଁନାହାନ୍ତି।
କାଶ୍ମୀର ସମସ୍ୟାର ସମାଧାନ :
୧. କାଶ୍ମୀର ମିଶ୍ରଣ ଭାରତ ବର୍ଷରେ ସେହିଭଳି ହେଲା ଯେଉଁଭଳି ଭାବେ ଭାରତର ୫୦୦ ଗ୍ରାମର ବିଲୟ ହେଲା। ୩୭୦ ଏବଂ ୧୫ ଧାରାର କୌଣସି ଔଚିତ୍ୟ ନାହିଁ। ତାହାକୁ ତୁରନ୍ତ ହଟାଇ ଦେବା ଦରକାର।
୨. ଜମ୍ମୁ ଉପତ୍ୟାକା ସହିତ ଯେଉଁ ଅନ୍ୟାୟ ଚାଲିଛି ତାହାକୁ ସମାପ୍ତ କରିବା ଦରକାର ଏବଂ ଜମ୍ମୁ କ୍ଷେତ୍ରକୁ ଜନସଂଖ୍ୟା ଆଧାରରେ କିଭଳି ଅଧିକ ବିଧାୟକ ପଦ ମିଳିବ ତାହାର ଅବିଳମ୍ବେ ବ୍ୟବସ୍ଥା କରିବା ଦରକାର।
୩. ଲଦାଖ ସହିତ ବହୁତ ଅନ୍ୟାୟ ହୋଇଛି ତାକୁ ରାଜ୍ୟରୁ ଅଲଗା କରି କେନ୍ଦ୍ର ଶାସିତ ପ୍ରଦେଶ କରିବା ଦରକାର। କାରଣ ଏହା ଦ୍ୱାରା ଆମେ ଚୀନକୁ ଉଚିତ ଜବାବ ଦେଇ ପାରିବା।
୪. ଯେଉଁମାନେ ଭାରତରେ ରହିବାକୁ ଖୁସି ମଣୁ ନାହାନ୍ତି ସେମାନଙ୍କ ପାଇଁ ପାକିସ୍ତାନ ଯିବା ନିମନ୍ତେ ପଥ ଉନ୍ମୁକ୍ତ କରିବା ଦରକାର।
୫. ପାକ ଅଧିକୃତ କାଶ୍ମୀରକୁ ଭାରତରେ ମିଶାଇବା ପାଇଁ ସଂସଦରେ ପ୍ରସ୍ତାବ ଗୃହୀତ କରାଇବା ଆବଶ୍ୟକ।
  -: ଶ୍ୟାମ ସୁନ୍ଦର ପୋଦ୍ଦାର, କଟକ
Leave A Reply