www.samajalive.in
Monday, December 15, 2025
16.1 C
Bhubaneswar

ଟଙ୍କା ଗଣିବା ପାଇଁ ଭିକାରି ଦିଏ ଟିପ୍ସ

ଧନିକ ଓ ସମ୍ଭ୍ରାନ୍ତ ବର୍ଗର ଲୋକେ ସଉକରେ ହିଁ ଅନ୍ୟମାନଙ୍କୁ ଟିପ୍ସ ଦେଇଥାନ୍ତି। ଏହା ସେମାନଙ୍କ ରହଣିଶୈଳୀର ଷ୍ଟାଇଲ୍ କହିଲେ ଭୁଲ ହେବନାହିଁ। ହେଲେ ଜଣେ ଭିକାରି ଅନ୍ୟମାନଙ୍କୁ ଟିପ୍ସ ଦେବା ନିହାତି ଭାବେ ଆଶ୍ଚର୍ୟ୍ୟକର ଘଟଣା।

ଚୀନ୍ ଗଣମାଧ୍ୟମର ଏହି ଖବରଟି ପୂରା ବିଶ୍ବସ୍ତରରେ ଲୋକପ୍ରିୟ ହୋଇଛି। ଭିକାରିିିର ନାମ ଯଦିଓ ଜଣାପଡ଼ିନାହିଁ, ତେବେ ତାର ଗତିବିଧି ଓ କାର୍ୟ୍ୟକଳାପ ସୁଟିଂ ହୋଇ ସୋସିଆଲ ସାଇଟରେ ଲୋକପ୍ରିୟ ହୋଇଛି।

- Advertisement -

ଏହି ଭିକାରି ଜଣକ ସେଠାକାର ବିଭିନ୍ନ ମଲ୍, ସିନେମା ହଲ୍ ସମ୍ମୁଖରେ ବସିଥାଏ। ଦୈନିକ ୧୨-୧୪ ଘଣ୍ଟା ନିଜ ବୃତ୍ତିକୁ ଆଦରି ମାସିକ ୧ଲକ୍ଷ ଟଙ୍କାରୁ ଅଧିକ ରୋଜଗାର କରୁଛି।

ଭିକାରିର ୩ଟି ପିଲା ବେଜିଂର ସବୁଠୁ ବଡ଼ ତଥା ନାମକରା ବିଦ୍ୟାଳୟରେ ପଢ଼ୁଛନ୍ତି। ନିଜ ଭିକ୍ଷା ବୃତ୍ତିର ଆୟରେ ସେ ସୁନ୍ଦର ଦୁଇ ମହଲା ଘରଟିଏ ମଧ୍ୟ ତିଆରି କରିସାରିଲାଣି।

ପ୍ରତି ମାସ ସ୍ଥାନୀୟ ଡାକଘରେ ଭିକାରି ଟଙ୍କା ଜମା କରିବାକୁ ଯାଏ। ନିଜ ମୁଣି ଖୋଲି ଯେତେବେଳେ ସେ ଡାକଘରେ ଗୋଟିଏ ସ୍ଥାନରେ ଟଙ୍କା ଗଦା କରେ, ଉପସ୍ଥିତ ଅନ୍ୟମାନଙ୍କ ସହାୟତାରେ ଭିକାରି ଟଙ୍କା ଗଣେ।

ଏହି କାମ ପାଇଁ ସେ ସେହି ଲୋକଙ୍କୁ ମୋଟା ଅଙ୍କର ଟିପ୍ସ ଦେଉଥିବାର ପ୍ରକାଶ। ଘଟଣାଟି ପ୍ରଚାରିତ ହେବା ପରେ କେତେକ ବର୍ଗର ଲୋକ ଯୁକ୍ତି କରିଛନ୍ତି ଯେ ଶିକ୍ଷିତ ହୋଇ କାମ କରି ରୋଜଗାର କରିବା ଯେ ଯଥାର୍ଥ, ଏହା ଆଉ ହୃଦବୋଧ ହେଉନାହିଁ।

Hot this week

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

Related Articles

Popular Categories