www.samajalive.in
Sunday, December 14, 2025
26.1 C
Bhubaneswar

ସବୁଠୁ ଦାମୀ ଓ ପବିତ୍ର ଫୁଲ: କଦୁପୁଲ, ଭଗବାନଙ୍କୁ ଅର୍ପଣ କଲେ ମନସ୍କାମନା ପୂରଣ ନିଶ୍ଚିତ

ଇଂଲଣ୍ଡରେ ଚାଷ ହେଉଥିବା ‘ଜୁଲିଏଟ୍ ରୋଜ୍’ ଗୋଲାପ ଫୁଲର ବିଶ୍ବସ୍ତରରେ ଖ୍ୟାତି ରହିଛି। କେବଳ ଧନିକ ଓ ରାଜପରିବାରର ବିବାହ ତଥା ଅନ୍ୟ ଉତ୍ସବରେ ଏହି ଫୁଲର ଆସର ଦେଖିବାକୁ ମିଳେ। ୨୦ଲକ୍ଷ ଟଙ୍କାରେ ବିକ୍ରି ହେଉଥିବା ଏହି ଫୁଲତୋଡ଼ା ବିଶ୍ବର ଅନ୍ୟତମ ଦାମୀ ଫୁଲ ଭାବେ ଜଣାଯାଏ।

ତେବେ ଏହାଠାରୁ ମଧ୍ୟ ଦାମୀ ଫୁଲ ବିଶ୍ବବଜାରରେ ବିକ୍ରି ହୋଇଥାଏ। ଏହି ଫୁଲଟି କେବଳ ଶ୍ରୀଲଙ୍କାରେ ହିଁ ଦେଖିବାକୁ ମିଳେ। ମାତ୍ର ୨ଟି ପ୍ରଜାତିରେ ଉପଲବ୍ଧ ହେଉଥିବା ଏହି ଫୁଲର ନାମ ହେଉଛି ‘କଦୁପୁଲ ଫୁଲ’। ୩୦ ସେଣ୍ଟିମିଟରର ଏହି ସୁନ୍ଦର ଫୁଲଟି ରାତି ୧୦ଟାରୁ ୧୧ଟା ମଧ୍ୟରେ ହିଁ ପ୍ରସ୍ଫୁଟିତ ହୁଏ। ମାତ୍ର ୨ଘଣ୍ଟା ପାଇଁ ହିଁ ଏହି ଫୁଲ ସତେଜ ରହୁଥିବାର ବିଶେଷଜ୍ଞଙ୍କ ମତ। ବିଭିନ୍ନ ଧାର୍ମିକ କାମରେ ଏହି ଫୁଲର ଉପଯୋଗ ହେଉଥିବା ଜଣାପଡ଼ିଛି।

- Advertisement -

କେରଳର ବୟୋଜ୍ୟେଷ୍ଠ ପଣ୍ଡିତ ଜି.ଚିନ୍ନସ୍ବାମୀଙ୍କ କହିବାନୁସାରେ ଭାରତର ଘଞ୍ଚ ଅରଣ୍ୟରେ ଏହି ଫୁଲ ଫୁଟେ। ତେବେ ଏହାର ସନ୍ଧାନ ମିଳିବା ଖୁବ୍ କାଠିକର କାମ। କଦୁପୁଲ ଏକ ପବିତ୍ର ଫୁଲ। ପୂଜା କାର୍ୟ୍ୟରେ ଭଗବାନଙ୍କୁ ଏହା ଅର୍ପଣ କରାଗଲେ ମନସ୍କାମନା ପୂରଣ ହେବା ନିଶ୍ଚିତ ବୋଲି କୁହାଯାଇଥାଏ। ଲୋକେ ବର୍ଷବର୍ଷ ଅପେକ୍ଷା କରି ହିଁ ଏହି ଫୁଲ ପାଇଥାନ୍ତି। ବିଶ୍ବବଜାରରେ ଏହି ଫୁଲର ମୂଲ୍ୟ କଳନା କରିବା ମୁସ୍କିଲ୍। ତେବେ ୩ ବର୍ଷ ତଳେ ଜନୈକ ଦକ୍ଷିଣ ଭାରତୀୟ ଦମ୍ପତି ନିଜ ମନୋବାଞ୍ଛା ପୂରଣ କରିବା ପାଇଁ ଏହି କଦୁପୁଲ ଫୁଲର ତୋଡ଼ାକୁ ୬୦ଲକ୍ଷ ଟଙ୍କାରେ କିଣିଥିଲେ। ଆଜିର ସମୟରେ ଏହି ଫୁଲର ଚୋରା କାରବାର ଚାଲିଛି।

 

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories