www.samajalive.in
Monday, December 15, 2025
24.1 C
Bhubaneswar

ବିଭିନ୍ନ ସମସ୍ୟାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ଉମରକୋଟ ବିଧାୟକ

ନବରଙ୍ଗପୁର : ଉମରକୋଟ ବିଧାୟକ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଆଜି ଉମରକୋଟ ବିଜେପି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଉପରେ ବର୍ଷିଛନ୍ତି । ଦୀର୍ଘ ୨୦ ବର୍ଷର ଶାସନ ପରେ ବି ଉମରକୋଟ ନିର୍ବାଚନ ମଣ୍ଡଳୀର ଲୋକଙ୍କ ହିତ କଥା ଚିନ୍ତା କରୁ ନ ଥିବା କହିଛନ୍ତି ।ଏହି ଅଞ୍ଚଳରେ ଚାଷ ହିଁ ଏକ ଭରସା କାରଣ ଲୋକଙ୍କ ଆର୍ଥିକ ସ୍ଥିତି ମଜ୍ ବୁତ୍ କରିବା ପାଇଁ କୌଣସି କଳକାରଖାନା କିମ୍ବା ଅନ୍ୟ କିଛି ବିକଳ୍ପ ସରକାର କରିନାହାନ୍ତି।ତେଣୁ ଲୋକେ ଚାଷ କାମକୁ ଆଦରି ନେଇ ଚାଷ କରନ୍ତି। ଏଠି ମକା ଚାଷକୁ ପ୍ରାଧାନ୍ୟ ଦେଇ ଲୋକେ ଚାଷ କରନ୍ତି କିନ୍ତୁ ଉଚିତ୍ ମୂଲ୍ୟ ନ ପାଇ ଲୋକେ କମ୍ ମୂଲ୍ୟରେ ବିକ୍ରି କରୁଛନ୍ତି। କେନ୍ଦ୍ର ସରକାର ମକା ପାଇଁ ଏକ ମୂଲ୍ୟ ଧାର୍ଯ୍ୟ କରିଛନ୍ତି କିନ୍ତୁ ରାଜ୍ୟ ସରକାର ସେହି ମୂଲ୍ୟ ନ ଦେଇ ଚାଷୀଙ୍କୁ ଭୁଁଆ ବୁଲାଉଥିବା କଥା କହିଛନ୍ତି ବିଧାୟକ । ଉମରକୋଟ ଅଞ୍ଚଳ ମକା ପାଇଁ ବହୁତ୍ ନା କରିଛି କିନ୍ତୁ ତାହା କାଗଜ କଲମରେ ହିଁ ସୀମିତ ।ଏଠାରେ ମକା ପ୍ରୋଷେଶିଂ ପ୍ଲାଣ୍ଟ ପାଇଁ ଅନେକ ପୂର୍ବରୁ ପ୍ରତିଶ୍ରୁତି ଦେଇଥିଲେ ଖୋଦ୍ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କ ଅନେକ ଅଧିକାରୀ । କିନ୍ତୁ ଦୁର୍ଭାଗ୍ୟବଶତଃ ପ୍ଲାଣ୍ଟ କାମ ପାଇଁ ଏହି ଅଞ୍ଚଳକୁ ଚୟନ ନକରି ଏକ ବିବାଦିତ ଅଞ୍ଚଳ ଚୟନ କରିଛନ୍ତି, ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର କାହା ସ୍ୱାର୍ଥକୁ ସୁହାଇଲା ଭଳି ଏଭଳି କାର୍ଯ୍ୟ କରୁଛନ୍ତି ତାହା ଏକ ଚିନ୍ତାର ବିଷୟ ବୋଲି କହିଛନ୍ତି ଉମରକୋଟ ବିଧାୟକ । ଯଦି ଉମରକୋଟ ଅଞ୍ଚଳ ପ୍ଲାଣ୍ଟ ପାଇଁ ଚୟନ କରିଥାନ୍ତେ ତାହେଲେ ଜମି ଅଧିଗ୍ରହଣ ପାଇଁ ଏତେ ଅସୁବିଧାର ସମ୍ମୁଖୀନ ହେବାକୁ ପଡି ନଥାନ୍ତା। ଉମରକୋଟ ବିଧାୟକ ରାଜ୍ୟ ସରକାରଙ୍କୁ ଏହି ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଉମରକୋଟ ଅଞ୍ଚଳର ଉନ୍ନତି ପାଇଁ ଚିନ୍ତା କରିବାକୁ କହିଛନ୍ତି । ନଚେତ୍ ଆଗାମୀ ଦିନରେ ସ୍ଥିତି ଭୟାବହ ହେବ ବୋଲି କହିଛନ୍ତି ।

Hot this week

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

Related Articles

Popular Categories