www.samajalive.in
Sunday, December 14, 2025
19.1 C
Bhubaneswar

ସଫଳତାର ୫୦ତମ ସୋପାନରେ ଜବାହାରଲାଲ ନେହେରୁ ମହାବିଦ୍ୟାଳୟ, ରଣଜିତ ଗୁରୁ ସ୍ମାରକୀ ଅନ୍ତର୍ଜାତୀୟ ୱେବିନାର

କଟକ ଜିଲ୍ଲାର ମାହାଙ୍ଗା ସ୍ଥିତ ଅଗ୍ରଣୀ ପ୍ରତିଷ୍ଠାନ ଜବାହରଲାଲ ନେହେରୁ ମହାବିଦ୍ୟାଳୟର ଇତିହାସ ଓ ରାଜନୀତି ବିଜ୍ଞାନ ବିଭାଗ ଏବଂ ଓଡିଶା ସରକାରଙ୍କ ଆଦିବାସୀ ଗବେଷଣା ଓ ବିକାଶ କେନ୍ଦ୍ରର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ରଣଜିତ ଗୁରୁ ସ୍ମାରକୀ ଆନ୍ତର୍ଜାତିୟ ସମ୍ପାନ କାର୍ଯ୍ୟକ୍ରମର ୫୦ତମ ସୋପାନରେ ପହଂଚିବା ସହ ଓଡିଶା ସମେତ ଭାରତରେ କରୋନା ମହାମାରୀ ସମୟରେ ଅନଲାଇନ ମାଧ୍ୟମରେ ଖ୍ୟାତନାମା ବ୍ୟକ୍ତିବିଶେଷଙ୍କୁ ନେଇ ଉଚ୍ଚମାନର ଆଲୋଚନା ଆୟୋଜନ କରିବାରେ ସଫଳ ହୋଇଛି। ୱେବିନାରର ୫୦ତମ ସଂସ୍କରଣରେ ସେଣ୍ଟର ଫର ପବ୍ଲିକ ହିଷ୍ଟ୍ରର ନିର୍ଦ୍ଦେଶିକା ପ୍ରଫେସର ଇନ୍ଦିରା ଚୌଧୁରୀ ‘ରିଏଲ ଆଣ୍ଡ ଈମାଜିନାରୀ ଜର୍ଣ୍ଣିଜ: ପାର୍ଟିସନ ଆଣ୍ଡ ମେମୋରୀ କମୁନିଟିଜ’ ଶୀର୍ଷକ ଉପରେ ଆଲୋଚନା କରିଥିଲେ। ସେ ଭାରତ ବିଭାଜନ ସମୟର ବିଭୀଷିକା ପୂର୍ଣ୍ଣ ମୌଖିକ ଇତିହାସର ବିଭିନ୍ନ ଦିଗ ତଥା ପ୍ରଭାବ ଉପରେ ଆଲୋଚନା କରିଥିଲେ। ପରବର୍ତ୍ତୀ ବକ୍ତା ଭାବରେ ନୂଆଦିଲ୍ଲୀ ଜାମିଆ ମିଲିଆ ଇସ୍ଲାମିୟା ବିଶ୍ୱବିଦ୍ୟାଳୟରୁ ପ୍ରଫେସର ବିଶ୍ୱଜିତ ଦାସ ‘ଗାନ୍ଧୀଆନ ଥଟ ଆଣ୍ଡ କମ୍ୟୁନିକେସନ’ ବିଷୟରେ ଆଲୋକପାତ କରି ଗାନ୍ଧିବାଦୀ ଯୋଗାଯୋଗ ଉପରେ ବିଷଦ ଆଲୋଚନା କରିଥିଲେ। ସଂପାନର ଅନ୍ୟତମ ବକ୍ତା ଭାବରେ ଉତ୍କଳ ବିଶ୍ଵବିଦ୍ୟାଳୟ ଇଂରାଜୀ ବିଭାଗର ପୂର୍ବତନ ପ୍ରଫେସର ଯତୀନ୍ଦ୍ର କୁମାର ନାୟକ ‘ନଲେଜ ସୋସାଇଟି ୩.୦’ ଶୀର୍ଷକରେ ସାମ୍ପ୍ରତିକ ଶିକ୍ଷା ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଥିଲେ।

ଏହି ସଂପାନର ପରବର୍ତ୍ତୀ ସଂସ୍କରଣରେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ଶଶୀ ଯୋଶୀ ‘ହ୍ବାଟ ଗାନ୍ଧୀ ଲର୍ଣ୍ଣ ଫର୍ମ ଦ ୱେଷ୍ଟ’, ସସେକ୍ସ ବିଶ୍ୱବିଦ୍ୟାଳୟ ଲଣ୍ଡନରୁ ଗବେଶିକା ସୁଶ୍ରୀ ସଂଗୀତା ପୁହାଣ ‘ଇଲୁମିନେଟିଙ୍ଗ ଆଡପ୍ଟିଭ ଫାମିଲି ପ୍ରାକ୍ଟିସେଶ ଇନ କଣ୍ଟେମ୍ପୋରାରି ଇଣ୍ଡିଆ’ ଏବଂ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟରୁ ଡକ୍ଟର ଶୁଭଶ୍ରୀ ପଣ୍ଡା ‘ହୀରାକୁଦ ମୁଭମେଣ୍ଟ ଆଣ୍ଡ ଅନସ୍ପୋକନ ରିଏଲିଟିଜ’ ଶୀର୍ଷକ ବିଷୟରେ ମିଜ ମତାମତ ଉପସ୍ଥାପନ କରିଥିଲେ। ଏଥିରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗର ପ୍ରଫେସର ପ୍ରିୟଦର୍ଶୀ କର ସଂଯୋଜକ ଭାବେ କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ।

- Advertisement -

ଏହି ୱେବିନାରରେ କାର୍ଡର ନିର୍ଦେଶକ ବିକ୍ରମ କେଶୋରୀ ଜେନା, ସହ ନିର୍ଦେଶକ ଚିନ୍ମୟ କୁମାର ସାହୁ ଓ ଦେଶ ବିଦେଶରୁ ଅନେକ ପ୍ରାଧ୍ୟାପକ, ଅଧ୍ୟାପକ, ଗବେଷକ ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ପଲ୍ଲବ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ୱେବିନାରରେ ଆବାହକ ପ୍ରଫେସର ଶରତ ଚନ୍ଦ୍ର ପ୍ରଧାନ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅଧ୍ୟାପିକା ପାୟଲ ଅଗ୍ରୱାଲ ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ଅଧ୍ୟାପକ ରୁଦ୍ରନାରାୟଣ ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅଧ୍ୟାପକ ବାଇଧର ଦାସ ଓ ଅଧ୍ୟାପକ ଶୁଭମ ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Hot this week

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

Related Articles

Popular Categories