www.samajalive.in
Tuesday, December 9, 2025
15.1 C
Bhubaneswar

ବିହାର ନିର୍ବାଚନ: ତେଜସ୍ବୀଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ କଟାକ୍ଷ – କ୍ୟାବିନେଟ ବନାନ ଆସିବନି, ସିଏ ପୁଣି ଚାକିରୀ ଦେବେ

ବିହାର ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପାଖେଇ ଆସୁଥିବାରୁ ବିଭିନ୍ନ ଦଳର ପ୍ରାର୍ଥୀମାନେ ଅନ୍ୟ ପ୍ରାର୍ଥୀମାନଙ୍କୁ କଟାକ୍ଷ କରିବାରେ ଲାଗିଛନ୍ତି। କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ଚୋୖବେ ଆରଜେଡି ମହାଗଠବନ୍ଧନ ପକ୍ଷରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଥିବା ତେଜସ୍ୱୀ ଯାଦବଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନିର୍ବାଚନୀ ପ୍ରସଙ୍ଗ କରିଦେଇଛନ୍ତି। ସେ କହିଛନ୍ତି ଯେ ଏନଡିଏର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନୀତୀଶ କୁମାର ଏବଂ ତେଜସ୍ୱୀ ଯାଦବଙ୍କ ମଧ୍ୟରେ ମୁକାବିଲା ହେବା ନାହିଁ। ନୀତୀଶ କୁମାର ଜଣେ ଯୋଗ୍ୟ ଇଞ୍ଜିନିୟର ହୋଇଥିବା ବେଳେ ତେଜସ୍ୱୀ ‘କ୍ୟାବିନେଟ’ ଶବ୍ଦର ବନାନ ମଧ୍ୟ କହିପାରିବେ ନାହିଁ। ସେ କହିଛନ୍ତି, ତେଜସ୍ୱି ନବମ ପାସ କିନ୍ତୁ ନୀତୀଶ ଜଣେ ଇଞ୍ଜିନିୟର।

ବିହାରରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ନଭେମ୍ବର ୩ରେ ହେବାକୁ ଥିବା ବେଳେ ପ୍ରଚାର ଯୁଦ୍ଧ ଚରମ ସୀମାରେ ପହଂଚିଛି। ସାଂସଦ ଅଶ୍ୱିନୀ ଚୋୖବେ ଶନିବାର ଏକ ନିର୍ବାଚନ ସଭାରେ ସମ୍ବୋଧିତ କରିବା ବେଳେ ତେଜସ୍ୱୀଙ୍କ ୧୦ ଲକ୍ଷ ସରକାରୀ ଚାକିରୀ ଦେବାର ପ୍ରତିଶ୍ରୁତିକୁ ଦୃଢ ଭାବେ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ଦଶମ ଶ୍ରେଣୀ ପରୀକ୍ଷା ଦେଇପାରିନଥିବା ବ୍ୟକ୍ତି ନୀତୀଶ କୁମାରଙ୍କ ପରି ଜଣେ ଇଞ୍ଜିନିୟରଙ୍କୁ ସମାଲୋଚନା କରୁଛନ୍ତି। ପ୍ରଥମ କ୍ୟାବିନେଟ ବୈଠକରେ ସେ ଏକ ଲକ୍ଷ ଲୋକଙ୍କୁ ଚାକିରି ଦେବା କଥା କହୁଛନ୍ତି, କିନ୍ତୁ ସେ କ୍ୟାବିନେଟର ବନାନ ଲେଖି ପାରିବେ ନାହିଁ। ତେଜସ୍ୱୀଙ୍କ ପିତା ଆରଜେଡି ସଭାପତି ଲାଲୁ ପ୍ରସାଦ ଯାଦବ ମଧ୍ୟ କ୍ୟାବିନେଟର ପ୍ରଥମ ବୈଠକରେ ଏକ ଲକ୍ଷ ଲୋକଙ୍କୁ ଚାକିରି ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ହେଲେ ସେଥିପାଇଁ ହୋଇଥିବା ଆବେଦନଗୁଡ଼ିକ ଏବେ ବି ଅଳିଆଗଦାରେ ପଡ଼ିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories