www.samajalive.in
Thursday, December 11, 2025
18.1 C
Bhubaneswar

ନଳକୂଅରୁ ବାହାରୁଛି ଦୁର୍ଗନ୍ଧ ପାଣି, ପାନୀୟ ଜଳ ପାଇଁ ନାଳ ପାଣି ଭରସା

କଲମପୁର: ନଳକୂଅରୁ ଦୁର୍ଗନ୍ଧ ପାଣି ବାହାରୁଛି। ବେଳେ ବେଳେ ପାଣି ଉପରେ ଏକ ହଳଦିଆ ରଙ୍ଗର ଆସ୍ତରଣ ରହିଥିବା ଦେଖାଯାଉଛି। ଯାହାକୁ ଦେଖିଲେ ଘୃଣା ଲାଗେ। ତେଣୁ ବାଧ୍ୟ ହେଇ ଗାଁ ଲୋକ ନିକଟସ୍ଥ ନାଳରୁ ପିଇବା ପାଣି ସଂଗ୍ରହ କରି ଥାନ୍ତି। କେବଳ ପିଇବା ନୁହେଁ ଗାଧୋଇବା ଓ ଶୌଚକର୍ମ ପାଇଁ ମଧ୍ୟ ସେହି ପାଣିକୁ ବ୍ୟବହାର କରନ୍ତି। ଏହି ପାଣି ସଂଗ୍ରହ ପାଇଁ ମହିଳା ମାନଙ୍କୁ ବିଶେଷ ଭାବେ ସତର୍କ ରହିବାକୁ ପଡେ। ନାଳକୁ ଯିବା ରାସ୍ତାରେ ଜଙ୍ଗଲ। ଯେଉଁଠି ଭାଲୁ ଓ ବାରହା ଭଳି ହିଂସ୍ର ଜନ୍ତୁଙ୍କ ପ୍ରଭାବ। ଏହି ରାସ୍ତାରେ ନାଳକୁ ଏକାକୀ ପାନୀୟ ଜଳ ସଂଗ୍ରହ କରିବା ନିରାପଦ ନୁହେଁ। ତେଣୁ ମହିଳା ମାନେ ଏକତ୍ରିତ ହେଇ ନାଳକୁ ଯାଇ ପାଣି ସଂଗ୍ରହ କରନ୍ତି। ବିଶେଷ ଭାବେ ଖରା ଦିନେ ନାଳ ସ୍ରୋତ କମି ଯାଉଥିବା ବେଳେ ବର୍ଷା ଦିନେ ଗୋଳିଆ ପାଣି ଆସୁଛି। ଫଳରେ ପିଇବା ପାଣି ପାଇଁ ଲୋକେ ବହୁ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ସେହିପରି ଏହି ଜନବସତି ପାଇଁ ଥିବା ରାସ୍ତା କେବଳ ୫୦ ମିଟର ମଧ୍ୟରେ ସୀମିତ। ଗାଁ ଭିତରକୁ ରାସ୍ତାର ଅଭାବ। ତେଣୁ ଲୋକେ ବାଧ୍ୟ ହେଇ ଯେକୌଣସି କାମରେ ଗଲେ ବାହାରେ ଯାନ ବାହନ ରଖି ଦେଇ ଗାଁ ଭିତରକୁ ଯାଇଥାନ୍ତି। ଏହେଉଛି କଲମପୁର ବ୍ଲକ ତଥା କଲମପୁର ପଞ୍ଚାୟତ ଅଧୀନରେ ଥିବା ଘୋଡାବନ୍ଧା ପିପଲପଡାର ଦୃଶ୍ୟ। ଏହି ପଡାର ୯୯ ପ୍ରତିଶତ କେବଳ ଗରୀବ ଆଦିବାସୀ ବର୍ଗର ଲୋକ ବାସ କରନ୍ତି। ଯେଉଁ ମାନଙ୍କ ଜିବୀକା କହିଲେ ଜଙ୍ଗଲି ଜାତ ଦ୍ରବ୍ୟ ସଂଗ୍ରହ ୂଅଥବା ଅନ୍ୟ ପାଖରେ ମୂଲ ଲାଗିବା। କାହାର ଜମି ନାହିଁ। ଦୟନୀୟ ଜୀବନ ଜିଉଁଥିଲେ ମଧ୍ୟ କେହି ସଭ୍ୟ ସମାଜର ଦୃଷ୍ଟି ନପଡିବା ପରିତାପର ବିଷୟ। ତେଣୁ ଜିଲା ପ୍ରଶାସନ ପକ୍ଷରୁ ଏହି ଗ୍ରାମରେ ପିଇବା ପାଣି ବ୍ୟବସ୍ଥା ସାଙ୍ଗକୁ ରାସ୍ତା ନିର୍ମାଣ ପାଇଁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।

Hot this week

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

ପରିବାରରୁ ଦୁର୍ନୀତି ବିରୋଧରେ ଶିକ୍ଷା ଦିଆଯାଉ: ଜଷ୍ଟିସ ନାୟକ

ଦୁର୍ନୀତି ମୁକ୍ତ ଓଡ଼ିଶା ସାମୂହିକ ସଂକଳ୍ପ ହେଉ: ରାଜ କୁମାର ଭୁବନେଶ୍ବର :...

ମହିଳାଙ୍କୁ ଦୁର୍ବ୍ୟବହାର- ବୃଦ୍ଧଙ୍କୁ ଲଣ୍ଡା କରି ଚପଲ ମାଳ ପିନ୍ଧାଇଲେ

ଭବାନୀପାଟଣା - ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ସଦରଥାନା ଅନ୍ତର୍ଗତ...

୨୦୦ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ, ଚେତା ହରାଇଲେ ଛାତ୍ରୀ

ସମାଜଲାଇଭ ଡେସ୍କ: ଛାତ୍ରୀଙ୍କୁ ଦୁଇ ଶହ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ।...

 ବସ୍‌ ସହ ବାଇକ ମୁହାଁ ମୁହିଁ ଧକ୍କା, ୨ ଛାତ୍ରଙ୍କ ମୃତ୍ୟୁ  

ଗୁଣପୁର, - -ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ ପାଲୁପାଇ ନିକଟରେ...

Related Articles

Popular Categories