www.samajalive.in
Monday, December 8, 2025
16.1 C
Bhubaneswar

୧୦ଟି ରାଜ୍ୟର ୫୩ଟି ବିଧାନସଭା ଉପନିର୍ବାଚନ ପାଇଁ ମତଦାନ ଶେଷ, ଓଡ଼ିଶାରେ ୬୮.୦୮ ପ୍ରତିଶତ ମତଦାନ

ଦେଶର ୧୦ଟି ରାଜ୍ୟରେ ଆଜି ୫୩ଟି ବିଧାନସଭା ଉପନିର୍ବାଚନ ପାଇଁ ମତଦାନ ଜାରି ରହିଛି। ସେହି ରାଜ୍ୟଗୁଡ଼ିକ ହେଉଛି – ଗୁଜୁରାଟ୍‍, ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ, ଝାଡ଼ଖଣ୍ଡ, କର୍ଣ୍ଣାଟକ, ଓଡ଼ିଶା, ହରିୟାଣା, ଛତିଶଗଡ଼, ତେଲଙ୍ଗାନା ଏବଂ ନାଗାଲ୍ୟାଣ୍ଡ୍‍। ନିର୍ବାଚନ କମିଶନଙ୍କ ସୂତ୍ରରୁ ମିଳୁଥିବା ସୂଚନା ଅନୁଯାୟୀ, ଓଡ଼ିଶାରେ ସନ୍ଧ୍ୟା ୫ଟା ସୁଦ୍ଧା ୬୮.୦୮ ପ୍ରତିଶତ ମତଦାନ ହୋଇଥିବା ରେକର୍ଡ କରାଯାଇଛି। ବାଲେଶ୍ୱରରେ ୬୮.୧୯ ପ୍ରତିଶତ ଏବଂ ତିର୍ତ୍ତୋଲରେ ୬୭.୯୭ ପ୍ରତିଶତ ମତଦାନ ହୋଇଛି। ସେହିପରି ଅପରାହ୍ନ ୩ଟା ସୁଦ୍ଧା ଛତିଶଗଡ଼ରେ ୫୯.୦୫, ଗୁଜରାଟରେ ୪୭.୯୮, ହରିୟାଣାରେ ୪୬.୨୩, ଝାଡ଼ଖଣ୍ଡରେ ୫୭.୫୫, କର୍ଣ୍ଣାଟକରେ ୪୧.୮୬, ମଧ୍ୟପ୍ରଦେଶରେ ୫୬.୭୯, ନାଗାଲାଣ୍ଡରେ ୮୧.୯୩, ତେଲେଙ୍ଗାନାରେ ୭୧.୧୦ ଏବଂ ଉତ୍ତରପ୍ରଦେଶରେ ୪୧.୦୫ ପ୍ରତିଶତ ମତଦାନ ହୋଇଛି।

ଓଡ଼ିଶାର ବାଲେଶ୍ୱର ସଦର ଏବଂ ତିର୍ତ୍ତୋଲ ବିଧାନସଭା ଆସନ ପାଇଁ ଶାନ୍ତିଶୃଙ୍ଖଳାର ସହ କୋଭିଡ୍‍ ନିର୍ଦ୍ଦେଶାବଳୀ ଅନୁଯାୟୀ ମତଦାନ ଶେଷ ହୋଇଛି। ଏହି ଦୁଇଟି ବିଧାନସଭା ଆସନପାଇଁ ୮୦୦ ମତଦାନ କେନ୍ଦ୍ର ସ୍ଥାପନ କରାଯାଇଥିଲା। ଶାନ୍ତିଶୃଙ୍ଖଳାର ସହ ମତଦାନ ପାଇଁ ୯୦ ପ୍ଲାଟୁନ୍‍ ପୁଲିସ୍‍ ଫୋର୍ସ ଏବଂ ୬ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବଳ ମୁତୟନ କରାଯାଇଥିଲା। ପ୍ରାୟ ୩ ହଜାରରୁ ଅଧିକ କର୍ମଚାରୀ ମତଦାନ ପ୍ରକ୍ରିୟାରେ ସାମିଲ ହୋଇଥିଲେ। ପ୍ରଥମ ଥରପାଇଁ ୮୦୦ ଅଙ୍ଗନୱାଡ଼ି ଏବଂ ଆଶାକର୍ମୀଙ୍କ ସହ ସମାନ ସଂଖ୍ୟକ ସ୍ୱେଚ୍ଛାସେବୀଙ୍କୁ ଏହି ପ୍ରକ୍ରିୟାରେ ନିୟୋଜିତ କରାଯାଇଥିଲା। ଚଳିତ ଉପନିର୍ବାଚନରେ କୋଭିଡ୍‍ ସୁରକ୍ଷା ନିମନ୍ତେ ମତଦାନ କେନ୍ଦ୍ର ସଂଖ୍ୟା ଦୁଇଗୁଣ କରାଯାଇଥିବା ବେଳେ ଥର୍ମାଲ୍‍ ସ୍କ୍ରିନିଂ ସମୟରେ ଅଧିକ ତାପମାତ୍ରା ରହୁଥିବା ଭୋଟର୍‍ମାନେ ଶେଷ ସମୟରେ ମତଦାନ କରିଛନ୍ତି।

- Advertisement -

ଗୁଜୁରାଟରେ ଆଜି ପ୍ରାୟ ୧୮ଲକ୍ଷରୁ ଅଧିକ ଭୋଟର୍‍ ମତଦାନ କରିଛନ୍ତି। ସେମାନଙ୍କ ମଧ୍ୟରେ ୯ ଲକ୍ଷ ମହିଳା ଭୋଟର୍‍ ରହିଥିବା ଜଣାପଡ଼ିଛି। ୧୮୦୭ଟି ସ୍ଥାନରେ ୩ ହଜାର ୨୪ଟି ମତଦାନ କେନ୍ଦ୍ର ସ୍ଥାପନ କରାଯାଇଥିଲା। ମଧ୍ୟପ୍ରଦେଶରେ ୨୮ଟି ବିଧାନସଭା ଆସନ ପାଇଁ ଆଜି ମତଦାନ ଶେଷ ହୋଇଛି। ଏଥିରେ ୨୨ ଜଣ ମହିଳା ପ୍ରାର୍ଥୀଙ୍କ ସମେତ ୩୫୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସୁରକ୍ଷା ଦୃଷ୍ଟିରୁ ୮୪ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବଳ ମୁତୟନ କରାଯାଇଥିଲା। ସେଠାରେ ଏହି ଉପନିର୍ବାଚନରେ ୧୪ ଜଣ ମନ୍ତ୍ରୀ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସୂଚନା ଅନୁଯାୟୀ ୩ ହଜାର ୩୮ଟି ସମ୍ବେଦନଶୀଳ ବୁଥ୍‍ ଚିହ୍ନଟ କରାଯାଇଥିବାବେଳେ ୨୫୦ ଫ୍ଲାଇଙ୍ଗ୍‍ ସ୍କ୍ୱାର୍ଡ଼କୁ ନିୟୋଜିତ କରାଯାଇଥିଲା।

ଉତ୍ତର ପ୍ରଦେଶରେ ୭ଟି ବିଧାନସଭା ଆସନ ପାଇଁ ଭୋଟ୍‍ ଗ୍ରହଣ କରାଯାଇଛି। ଏଥିରେ ୮୮ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଛତିଶଗଡ଼ରେ ମର୍‍ୱାହି ଆସନ ପାଇଁ ଆଜି ହେଉଥିବା ମତଦାନରେ ୧ ଲକ୍ଷ ୯୧ ହଜାର ଭୋଟର୍‍ ରହିଛନ୍ତି। ଏହି ଆସନଟି ତଫସିଲ୍‍ଭୁକ୍ତ ଉପଜାତି ପାଇଁ ସଂରକ୍ଷିତ ରହିଛି। ଏଥିରେ ୮ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ୨୮୬ଟି ମତଦାନ କେନ୍ଦ୍ର ସ୍ଥାପନ କରାଯାଇଥିଲା।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories