www.samajalive.in
Saturday, December 13, 2025
23.1 C
Bhubaneswar

ଟିଟିଲାଗଡ଼ ଜିଲ୍ଲା ଦାବି ଆନ୍ଦୋଳନର ଦୁଇ ବର୍ଷ ପୂର୍ତ୍ତି

ଟିଟିଲାଗଡ଼: ପ୍ରବାଦ ପୁରୁଷ ବିଜୁ ବାବୁ ୧୯୯୨ରେ ତାଙ୍କ ଶାସନ କାଳରେ ଏକ ଐତିହାସିକ ପଦକ୍ଷେପ କ୍ରମେ ରାଜ୍ୟରେ ୧୩ଟି ଜିଲାକୁ ୩୦କୁ ବୃଦ୍ଧି କରିଥିଲେ। ସେ ସମୟରେ ଟିଟିଲାଗଡ ଜିଲା ଦାବି ଜୋର ଧରିଥିବା ବେଳେ ତାହା ସାକାର ହୋଇପାରିନଥିଲା। ଏ ପରିପ୍ରେକ୍ଷୀରେ ଦୀର୍ଘ ପ୍ରାୟ ୨୮ ବର୍ଷ ହେଲା ରାଜ୍ୟର ଅନ୍ୟତମ ବୃହତ ଉପଖଣ୍ଡ ଟିଟିଲାଗଡ ଅଞ୍ଚଳବାସୀ ଜିଲା ଦାବିକୁ ପ୍ରତିକ୍ଷା କରି ରହିଛନ୍ତି। ଏନେଇ ବିଭିନ୍ନ ସମୟରେ ଆନ୍ଦୋଳନ ତୀବ୍ର ରୁପ ଧାରଣ କରିଛି। ଗତ ୨୦୧୮ ନଭେମ୍ବର ୧ରୁ ଟିଟିଲାଗଡ ଜିଲା କ୍ରିୟାନୁଷ୍ଠାନ କମିଟିର ନିଷ୍ପତି କ୍ରମେ ଐତିହାସିକ ଆନ୍ଦୋଳନ ସେ ସମୟରେ ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିଲା। ଦୀର୍ଘ ପ୍ରାୟ ସାଢେ ଚାରି ମାସ ଧରି ଟିଟିଲାଗଡ ଉପଖଣ୍ଡ ଅନ୍ତର୍ଗତ ସମସ୍ତ ସରକାରି କାର୍ଯ୍ୟାଳୟ, କୋର୍ଟକଚେରିରେ ତାଲା ପଡିବା ସହ ଧାରଣା ପ୍ରଦର୍ଶନ ଜାରି ରହିଥିଲା। ଟିଟିଲାଗଡ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ଦାବି ନେଇ ଉପଖଣ୍ଡ ଅନ୍ତର୍ଗତ ବିଭିନ୍ନ ସଂଗଠନ ସାମିଲ ହୋଇ ରିଲେ ଧାରଣା ଜାରି ରଖିଥିଲେ। ସେ ସମୟରେ ଏନେଇ ଉପଖଣ୍ଡ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ରାସ୍ତାରୋକ, ବିକ୍ଷୋଭ ସହ ସମସ୍ତ ସରକାରୀ କାର୍ଯ୍ୟକ୍ରମ, ସଭା ସମିତି ଭଣ୍ଡୁର ହେବା ସହ ଏକ ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ଏପରିକି ଗଣତନ୍ତ୍ର ଦିବସ ଅବସରରେ ଉପଖଣ୍ଡ ସ୍ତରୀୟ ଉତ୍ସବ ବାତିଲ ହେବା ସହ ଧାରଣା ସ୍ଥଳରେ ଆନ୍ଦୋଳନକାରୀ ତଥା ବିଭିନ୍ନ ସଂଗଠନ, ଶିକ୍ଷାନୁଷ୍ଠାନ ପକ୍ଷରୁ ଉତ୍ସବ ପାଳିତ ହୋଇଥିଲା। ଏହି ଆନ୍ଦୋଳନରେ ଶାସକ ବିଜେଡି ସମେତ ବିଜେପି, କଂଗ୍ରେସ ଦଳ ନିଜକୁ ସାମିଲ କରିଥିଲେ।

ଅପରପକ୍ଷରେ ଆନ୍ଦୋଳନ ଜାରି ରହିଥିବା ସମୟରେ ଟିଟିଲାଗଡ ବିଧାୟିକା ଟୁକୁନୀ ସାହୁଙ୍କ ସହ ଏକ ପ୍ରତିନିଧି ମଣ୍ଡଳୀ ରାଜଧାନୀରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ ସହ ଜିଲା ପ୍ରତିଷ୍ଠା ପାଇଁ ଦାବି ରଖିଥିଲେ। ସେ ସମୟରେ ଜିଲା ଦାବି ଆନ୍ଦୋଳନରେ ଉପଖଣ୍ଡ ଅନ୍ତର୍ଗତ ସଇଁନ୍ତଲା, ମୁରିବାହାଲ, ବଙ୍ଗୋମୁଣ୍ଡା, ତୁରେକେଲା ତଥା ଟିଟିଲାଗଡ ବ୍ଲକ ସରପଞ୍ଚ ସଂଘ ସମେତ ବଲାଙ୍ଗିର ଜିଲା ଆଦିବାସୀ ସଂଘ, ଉପଖଣ୍ଡ ଯାଦବ ସଂଘ ସମେତ ଅନେକ ସାମାଜିକ ସଂଗଠନ ସାମିଲ ହେବା ଆନ୍ଦୋଳନର ବହ୍ନିକୁ ତେଜିୟାନ କରିଥିଲା। ଆନ୍ଦୋଳନ ପରିପ୍ରେକ୍ଷୀରେ ଯୁବକ ରଞ୍ଜନ ଖୁଆସ ରାଜଧାନୀକୁ ପଦଯାତ୍ରାରେ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ସେ ସମୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ତେବେ ୨୦୧୯ ମାର୍ଚ୍ଚରେ ସାଧାରଣ ନିର୍ବାଚନ ନେଇ ଆଚରଣ ବିଧି ଲାଗୁ ପରେ ଆନ୍ଦୋଳନ ଆପଣା ଛାଏଁ ସମାପ୍ତ ହୋଇଥିଲା। ଅନ୍ୟପକ୍ଷରେ ପୁର୍ବରୁ ୨୦୧୪ ପୂର୍ବରୁ ଜିଲା ଦାବି ଆନ୍ଦୋଳନ ତେଜିୟାନ ହେବା ସହ ଟିଟିଲାଗଡବାସୀ ଏନଏସି ନିର୍ବାଚନ କୁ ବର୍ଜନ ଜାରି ରଖିଥିଲେ। ଏପରିପ୍ରେକ୍ଷୀରେ ସେ ସମୟରେ ମୁଖ୍ୟମନ୍ତ୍ରୀ ଟିଟିଲାଗଡ ଏନଏସିକୁ ପୌର ପରିଷଦ ମାନ୍ୟତା ପ୍ରଦାନ ସହ ଜିଲା ଗଠନ ପାଇଁ ପ୍ରତିଶୃତି ଦେଇଥିଲେ। ଏପରିପ୍ରେକ୍ଷୀରେ ଟିଟିଲାଗଡ ଜିଲା ଦାବି ନେଇ ଐତିହାସିକ ମହାଆନ୍ଦୋଳନ ଆରମ୍ଭର ୨ ବର୍ଷ ପୂର୍ତ୍ତି ଅବସରରେ ଆମେ ଥକି ନାହୁଁ ବୋଲି ପୂର୍ବତନ ଜିଲା କ୍ରିୟାନୁଷ୍ଠାନ କମିଟି ତଥା ଟିଟିଲାଗଡ ବାର ପୂର୍ବତନ ସଭାପତି କୃଷ୍ଣଚନ୍ଦ୍ର ସାହୁ କହିଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କ ପିତା ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଅଧୁରା କାର୍ଯ୍ୟକୁ ନିଶ୍ଚୟ ପୂରଣ କରିବେ ବୋଲି ଅଞ୍ଚଳବାସୀଙ୍କ ମଧ୍ୟରେ ଆସ୍ଥା ରହିଥିବା ଶ୍ରୀ ସାହୁ କହିଛନ୍ତି।

Hot this week

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

Related Articles

Popular Categories