www.samajalive.in
Saturday, December 13, 2025
23.1 C
Bhubaneswar

ମୋଦୀଙ୍କୁ ଶତ୍ରୁଘ୍ନ ସିହ୍ନାଙ୍କ କଟାକ୍ଷ: ପୃଥିବୀରେ ୨ ଜଣଙ୍କୁ ଖୋଜିବା ଅସମ୍ଭବ; ଜଣେ ମୋଦୀଙ୍କ ସହପାଠୀ ଓ ଅନ୍ୟଜଣେ ତାଙ୍କଠାରୁ ଚା’ ପିଇଥିବା ଗ୍ରାହକ

ଏକଦା ବିଜେପିର ତାରକା ପ୍ରଚାରକ ଶତ୍ରୁଘନ ସିହ୍ନା ଏବେ ବିଜେପି ପାଇଁ ଶିରପୀଡ଼ା ହୋଇଛନ୍ତି । ୧୯୯୫ ମସିହାରୁ ୨୦୧୫ ପର୍ଯ୍ୟନ୍ତ ଦଳର ତାରକା ପ୍ରଚାରକ ଶତ୍ରୁଘନ ସିହ୍ନା ରବିବାର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କଟାକ୍ଷ କରିଛନ୍ତି । ଏକ ଟ୍ବିଟ୍ କରି ସେ କହିଛନ୍ତି ଯେ ପୃଥିବୀରେ ଦୁଇଜଣଙ୍କୁ ଖୋଜି ପାଇବା ଅସମ୍ଭବ । ଜଣେ ହେଉଛନ୍ତି ମୋଦୀଙ୍କ ସହପାଠୀ ଓ ଅନ୍ୟ ଜଣେ ମୋଦୀଙ୍କଠାରୁ ଚା’ ପିଇଥିବା ଗ୍ରାହକ ।


ସେହିପରି ଆଉଗୋଟିଏ ଟ୍ବିଟ​‌ରେ ଶ୍ରୀ ସିହ୍ନା ଲେଖିଛନ୍ତି ଭୁଲ ପିଠି ପଛେ ଥାଏ । ନିଜ ବ୍ୟତୀତ ଅନ୍ୟ ସମସ୍ତଙ୍କୁ ଦେଖାଯାଇଥାଏ । କ୍ଳାନ୍ତ ରବିବାର ଅପରାହ୍ନରେ ଏହି ଦୁଇଟି କ୍ଲିପକୁ ଉପଭୋଗ କରନ୍ତି ଓ ଆରାମ କରନ୍ତୁ । ହସିବା ସ୍ବାସ୍ଥ୍ୟ ପାଇଁ ଭଲ ବୋଲି ଶ୍ରୀ ସିହ୍ନା ନିଜ ଟ୍ବିଟରରେ ଉଲ୍ଲେଖ କରିଛନ୍ତି ।

- Advertisement -

ଶତ୍ରୁଘନ ସିହ୍ନା କେନ୍ଦ୍ରରେ ଅଟଳ ବିହାରୀ ବାଜପେୟୀ ସରକାରରେ ମନ୍ତ୍ରୀ ରହିଥିଲେ ଓ ଦୀର୍ଘଦିନ ଧରି ଦଳରେ ବରିଷ୍ଠ ନେତା ରହିଥିଲେ । ମାତ୍ର ଦଳୀୟ ନେତାଙ୍କ ସହ ମତଭେଦ ପ​‌ରେ ସେ ୨୦୧୯ରେ ବିଜେପି ଛାଡ଼ି କଂଗ୍ରେସରେ ଯୋଗ ଦେଇଥିଲେ ଓ ପାଟନା ଆସନରୁ ପ୍ରତିଦ୍ବନ୍ଦ୍ବିତା କରିଥିଲେ । ତାଙ୍କୁ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ପରାଜିତ କରିଥିଲେ । ଏବେ ବିହାର ନିର୍ବାଚନରେ ତାଙ୍କ ପୁଅ ଲବ ସିହ୍ନା ପାଟନାସ୍ଥିତ ବାଙ୍କିପୁର ଆସନରୁ କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି ।

Hot this week

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

Related Articles

Popular Categories