ସରକାରୀ ଯୋଜନାରେ ଗୃହ ଯୋଗାଇ ଦେବାପାଇଁ ଆଶା କର୍ମୀଙ୍କ ଗୁହାରି
ଭଙ୍ଗା ଘରେ ନିଜର ଦିବ୍ୟାଙ୍ଗ ପୁଅ ସହ ୫ ପ୍ରାଣିକୁଟୁମ୍ବ
ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକରେ ତିନି ଥର ପରସ୍କୃତ ହୋଇଥିବା ଆଶା କର୍ମୀଙ୍କ ଦୁଃଖ ବୁଝିବାକୁ ନାରାଜ ସ୍ଥାନୀୟ ପ୍ରଶାସନ । ଭଙ୍ଗା ଘରେ ନିଜର ଦିବ୍ୟାଙ୍ଗ ପୁଅ ସହ ୫ଜଣ ପ୍ରାଣୀ କୁଟୁମ୍ବଙ୍କ ବିତୁଛି ଜୀବନ। ସାଧାରଣତଃ ଗାଁ ଦୁର୍ଗମ ଅଂଚଳରେ ଆଶାକର୍ମୀ ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ସ୍ଵାସ୍ଥ୍ୟ ବିଭାଗ ପ୍ରତ୍ୟେକ କ୍ଷେତ୍ରରେ ଏମାନେ କାଯ୍ୟ କରିଆସିଥାନ୍ତି, କରୋନା ସମୟରେ ସେମାନେ ନିଜ ଜୀବନକୁ ବାଜି ଲଗାଇ କରୋନା ଯୋଦ୍ଧା ଭାବେ କାର୍ଯ୍ୟକରି ପ୍ରଶଂସାର ପାତ୍ର ବନିଛନ୍ତି । ହେଲେ ଏମାନଙ୍କ ଦୁଃଖ ବୁଝିବାକୁ କେହି ନାହାନ୍ତି, ଏହିପରି ଏକ ଘଟଣା ଦେଖିବାକୁ ମିଳିଅଛି ଝରିଗାଁ ବ୍ଲକ ରେ ଥିବା ଚାଟିଗୁଡା ଗ୍ରାମରେ ଆଜକୁ ପ୍ରାୟ ୨୦ଦିନ ହେବ ଆଶା ଦିଦିଙ୍କ ଘର ଭାଙ୍ଗି ପଡିଛି କିନ୍ତୁ ସ୍ଥାନୀୟ ପ୍ରଶାସନ ଏବଂ ସରପଞ୍ଚ, ପିଇଓଙ୍କୁ ବାରମ୍ବାର ଜଣାଇବା ପରେ ମଧ୍ୟ ତାଙ୍କୁ କୌଣସି ପ୍ରକାର ସରକାରୀ ସାହାଯ୍ୟ ମିଳିପାରିନାହିଁ । ବ୍ଲକ ପ୍ରଶାସନକୁ ନିଜ ପରିବାର ଦୁଃଖ ଜଣାଇବାରୁ ଦାୟିତ୍ବରେ ଥିବା ବିଡ଼ିଓ ତାଙ୍କୁ ସିଧାସଳଖ ମନା କରିଦେଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ଏପଟେ ୩ହଜାର ଟଙ୍କା ଦରମାରେ ପରିବାର ଚଳାଇବା କଷ୍ଟକର ହୋଇ ପଡ଼ିଥିବା ବେଳେ ସରକାର ଯୋଜନାରୁ ବଂଚିତ କରାଯାଉଥିବା କହିଛନ୍ତି ଆଶାକର୍ମୀଙ୍କ ପରିବାର ଲୋକ । ଏପଟେ ନିଜ କର୍ମକ୍ଷେତ୍ରରେ କାର୍ଯ୍ୟ ଦକ୍ଷତା ପାଇଁ ଆଶାକର୍ମୀ ଜଣଙ୍କ ୩ ଥର ପୁରସ୍କୃତ ହୋଇଛନ୍ତି। ବର୍ତ୍ତମାନ ଚାଟିଗୁଡାର ଆଶା ଦିଦି ସୁଜାତା ଦାସ ଜିଲ୍ଲା ପ୍ରଶାସନ ଏବଂ ସ୍ଥାନୀୟ ବିଧାୟକଙ୍କୁ ନିବେଦନ କରିଛନ୍ତି ତାଙ୍କୁ ଘର ଖଣ୍ଡିଏ ଯୋଗାଇ ଦେବାପାଇଁ। କାରଣ ତାଙ୍କ ଭଙ୍ଗା କୁଡ଼ିଆରେ ବିକଳାଙ୍ଗ ପୁଅ ସହ ୫ କୁଟୁମ୍ବ ବସବାସ କରୁଛନ୍ତି ।
Comments are closed.