nua o banner

ଖଦି ଆୟୋଗ ଲଞ୍ଚ କଲା ‘ହାପି ଦିୱାଲି’ ମୁଦ୍ରିତ ମାସ୍କ

BJD Bijuli 480×75 Mob

ଦୀପାବଳି ପର୍ବକୁ ଦୃଷ୍ଟିରେ ରଖି ଖଦି ଏବଂ ଗ୍ରାମୋଦ୍ୟୋଗ ଆୟୋଗ ପକ୍ଷରୁ ପ୍ରସ୍ତୁତ ଶୁଦ୍ଧ ମୁସଲିନ୍ କପଡ଼ାରେ ନିର୍ମିତ ଦୁଇ ସ୍ତରୀୟ ‘ହାପି ଦିୱାଲୀ’ ମୁଦ୍ରିତ ମାସ୍କର ସୀମିତ ସଂସ୍କରଣ ବିକ୍ରି ଆରମ୍ଭ ହୋଇଛି। ଏହା ପଶ୍ଚିମବଙ୍ଗର ପାରମ୍ପରିକ ଖଦି କାରିଗରମାନଙ୍କ ଦ୍ୱାରା ନିର୍ମିତ ଏକ ଉଚ୍ଚ ଗୁଣବତ୍ତା ସମ୍ପନ୍ନ ସୂତା କପଡାରେ ତିଆରି ମାସ୍କ।

ଦିୱାଲୀ ମୁସଲିନ୍ ଫେସ୍ ମାସ୍କର ଦାମ ୭୫ ଟଙ୍କା ରହିଛି ଏବଂ ଏହା ଦିଲ୍ଲୀର ଖଦି ଆଉଟଲେଟ୍ ମାଧ୍ୟମରେ ଏବଂ ଖଦି ଓ ଗ୍ରାମୋଦ୍ୟୋଗ ଆୟୋଗର ପୋର୍ଟାଲ୍ ‘www.khadiindia.gov.in’ ମାଧ୍ୟମରେ ଅନଲାଇନରେ ବିକ୍ରି ପାଇଁ ଉପଲବ୍ଧ ହେଉଛି। ଅନଲାଇନରେ ଏହାର ମୂଲ୍ୟ ୬୦ ଟଙ୍କା ରହିଛି। ଏହି ମୁସଲିନ୍ ଫେସ୍ ମାସ୍କଗୁଡ଼ିକ ଚର୍ମ ଅନୁକୂଳ, ଧୋଇବା ଯୋଗ୍ୟ, ପୁନଃବ୍ୟବହାର ଯୋଗ୍ୟ ଏବଂ ବାୟୋ-ଡିଗ୍ରେଡେବଲ୍ ଅଟେ। ଗତ ୬ ମାସ ମାଦ୍ୟରେ ୧୮ ଲକ୍ଷରୁ ଅଧିକ ମାସ୍କ ବିକ୍ରି ହୋଇଥିବା ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ କହିଛି। ମନ୍ତ୍ରଣାଳୟ କହିଛି, ଆଗାମୀ ଦିନରେ ଖଦି ଓ ଗ୍ରାମୋଦ୍ୟୋଗ ଆୟୋଗ ଖ୍ରୀଷ୍ଟମାସ ଏବଂ ନୂଆ ବର୍ଷର ସ୍ୱତନ୍ତ୍ର ମାସ୍କ ମଧ୍ୟ ପ୍ରସ୍ତୁତ କରିବ।

Comments are closed.