www.samajalive.in
Monday, December 8, 2025
14.1 C
Bhubaneswar

‘ମାତୃଜ୍ୟୋତି’ର ସଫଳତା ଲାଗି ଡାକ୍ତର, ସିଡିପିଓ, ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କ କର୍ମଶାଳା

ସୁନ୍ଦରଗଡ଼: ‘ମାତୃଜ୍ୟୋତି’ ଅଧୀନରେ ‘ଗର୍ଭାବସ୍ଥାରେ ଯତ୍ନ’ କାର୍ଯ୍ୟକ୍ରମକୁ ଜିଲ୍ଲାବ୍ୟାପି ସଫଳତାର ସହ କାର୍ଯ୍ୟକାରୀ କରିବା ପାଇଁ ଅଧିକାରୀ ଏବଂ କ୍ଷେତ୍ର କର୍ମଚାରୀଙ୍କ ପ୍ରଶିକ୍ଷଣ କର୍ମଶାଳା ଆରମ୍ଭ ହୋଇଛି। ଜିଲ୍ଲାର ଡାକ୍ତର, ସିଡିପିଓଙ୍କ ସମେତ ସମସ୍ତ ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କୁ ଏଥିପାଇଁ ତାଲିମ ଦିଆଯାଉଛି।

ସୁନ୍ଦରଗଡ଼ର ପ୍ରଗତି ମଣ୍ଡପଠାରେ ବୁଧବାର ଦିନ ସିଡିପିଓମାନଙ୍କ ପାଇଁ ତାଲିମ କର୍ମଶାଳା ହୋଇଥିଲା। ୧୫ ତାରିଖରେ ଭିଡିଓ କନଫରେନ୍ସିଂ ଜରିଆରେ ଜିଲ୍ଲାର ଡାକ୍ତରମାନଙ୍କ ପାଇଁ କର୍ମଶାଳା କରାଯିବ। ସେହିପରି ୧୬ ତାରିଖ ଦିନ ବଣାଇଠାରେ ନିକଟବର୍ତ୍ତୀ ୪ଟି ବ୍ଲକର ସିଡିପିଓମାନଙ୍କୁ ତାଲିମ ଦିଆଯିବ। ପରବର୍ତ୍ତୀ ପର୍ଯ୍ୟାୟରେ ଜିଲ୍ଲାର ସମସ୍ତ ବ୍ଲକର ସିଡିପିଓମାନେ ନିଜ ନିଜ କ୍ଷେତ୍ରର ଆଶା ଏବଂ ଅଙ୍ଗନବାଡ଼ି କର୍ମୀମାନଙ୍କୁ ତାଲିମ ଦେବେ।

- Advertisement -

ମମତା ଯୋଜନାରେ ଅଙ୍ଗନବାଡ଼ି କେନ୍ଦ୍ର ମାଧ୍ୟମରେ ଗର୍ଭବତୀ ମହିଳାମାନଙ୍କର ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ସହ ସରକାରଙ୍କ ତରଫରୁ ବିଭିନ୍ନ ସୁବିଧା ଯୋଗାଇ ଦିଆଯାଉଛି। ଏବେ ‘ମାତୃଜ୍ୟୋତି’ କାର୍ଯ୍ୟକ୍ରମ ମାଧ୍ୟମରେ ଗର୍ଭାବସ୍ଥାରେ ସେମାନଙ୍କୁ ମାଗଣାରେ ଚାରି ଥର ଅଲଟ୍ରାସାଉଣ୍ଡ ପରୀକ୍ଷା ସେବା ଯୋଗାଇ ଦିଆଯିବ। ଏହି ସେବାର ସଫଳ କାର୍ଯ୍ୟକାରିତା ପାଇଁ ଏକ ମାନକ ପରିଚାଳନା ପଦ୍ଧତି ପ୍ରସ୍ତୁତ କରାଯାଇଛି। ଏହାକୁ ଆଧାରକରି ଅଧିକାରୀ ଏବଂ କ୍ଷେତ୍ର କର୍ମଚାରୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଉଛି।

ମହିଳା ଓ ଶିଶୁଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ଏକ ପ୍ରମୁଖ କାର୍ଯ୍ୟକ୍ରମ ଭାବେ ‘ମାତୃଜ୍ୟୋତି’ ଆରମ୍ଭ କରାଯାଇଛି। ଏହା ମାଧ୍ୟମରେ ଅଧିକରୁ ଅଧିକ ଗର୍ଭବତୀ ମା’ଙ୍କୁ କିଭଳି ସେବା ଯୋଗାଇ ଦିଆଯାଇ ପାରିବ ତାହା ଆମର ଲକ୍ଷ୍ୟ। ଏହାକୁ ସଫଳତାର ସହ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଜିଲ୍ଲାର ଅଧିକାରୀ ଓ କ୍ଷେତ୍ର କର୍ମଚାରୀମାନେ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି କହିଛନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ। ଜିଲ୍ଲାରେ ନୂତନ କରି ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏଥିପାଇଁ ଜିଲ୍ଲାର ବିଭିନ୍ନ ସରକାରୀ ଡାକ୍ତରଖାନା ସହିତ ୪୧ଟି ଘରୋଇ ଅଲଟ୍ରାସାଉଣ୍ଡ କ୍ଲିନିକକୁ ଅନୁବନ୍ଧିତ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ଆଶା ଓ ଅଙ୍ଗନବାଡ଼ି କର୍ମୀମାନେ ଗର୍ଭବତୀ ମହିଳାମାନଙ୍କୁ ନିର୍ଦ୍ଧାରିତ କେନ୍ଦ୍ରକୁ ନେଇ ପ୍ରତି ଥର ପରୀକ୍ଷା ଓ ଡାକ୍ତର ପରାମର୍ଶ କରାଇବେ। ଏହି ଯୋଜନାରେ ଗର୍ଭବତୀ ମା’ ଏବଂ ସ୍ୱାସ୍ଥ୍ୟ କର୍ମୀଙ୍କ ଯାତାୟତ ଏବଂ ଖାଇବା ପିଇବା ସହିତ ଆର୍ଥିକ ପ୍ରୋତ୍ସାହନର ବ୍ୟବସ୍ଥା ରହିଛି।ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମଏଫ) ଏହି କାର୍ଯ୍ୟକ୍ରମ ପାଇଁ ଆର୍ଥିକ ସହାୟତା ଯୋଗାଇ ଦେଉଛି। ବାର୍ଷିକ ୨୮ ହଜାରରୁ ଅଧିକ ଗର୍ଭବତୀ ମା’ ଏହି ସେବାର ସୁଯୋଗ ପାଇବେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories