www.samajalive.in
Monday, December 15, 2025
17.1 C
Bhubaneswar

କରୋନା ମୃତକଙ୍କ ଅନ୍ତିମ ସଂସ୍କାରରେ ଜଡିତ ୨୦ ଜଣଙ୍କୁ କରୋନା ଯୋଦ୍ଧା ସମ୍ମାନ

କରୋନା ଯୁଦ୍ଧରେ ଶେଷ ପର୍ୟ୍ୟନ୍ତ ଲଢି ନପାରି ହାର ମାନିଯାଇଥିବା ବ୍ୟକ୍ତିମାନଙ୍କ ଅନ୍ତିମ ସଂସ୍କାର କାର୍ୟ୍ୟରେ ଲିପ୍ତ ଥିବା ୨୦ ଜଣ ବ୍ୟକ୍ତିଙ୍କୁ ଆଜି ‘କରୋନା ଯୋଦ୍ଧା’ ଭାବରେ ସମ୍ମାନିତ କରିଛି ଜୟ ଓଡ଼ିଶା। ଦୀର୍ଘ ୬ ମାସ ଧରି ଭୁବନେଶ୍ଵରର ସତ୍ୟନଗର ଶ୍ମଶାନରେ ୨୦ ଜଣ ବ୍ୟକ୍ତି କୋରୋନା ସଂକ୍ରମିତ ମୃତକ ତଥା ଅନ୍ୟାନ୍ୟ ସମସ୍ତ ମୃତକ ବ୍ୟକ୍ତିଙ୍କ ଅହୋରାତ୍ର ଅନ୍ତିମ ସତ୍କାର କରି ଆସୁଛନ୍ତି। ନିଜ ସ୍ୱାସ୍ଥ୍ୟବସ୍ଥାକୁ ପଛରେ ପକାଇ, ସେମାନଙ୍କୁ ନିଜ ପରିବାରର ଏକ ସଦସ୍ୟ ଭାବରେ ନିରନ୍ତର ସେବା ଯୋଗାଇ ଆସୁଥିବାରୁ ଆଜି ଜୟ ଓଡ଼ିଶା ତରଫରୁ ସମସ୍ତଙ୍କୁ ଏକ ମାନପତ୍ର ପ୍ରଦାନ କରି ସମ୍ମାନିତ କରିବା ସହ ସମସ୍ତଙ୍କୁ ଟି-ସାର୍ଟ, ସାନିଟାଇଜର, ମାସ୍କ୍ ଆଦି ଦିଆଯାଇଥିଲା ଏବଂ ବର୍ଷା ଦାଉରୁ ରକ୍ଷା ପାଇବା ପାଇଁ ୬ଟି ବଡ଼ ଛତା ଦିଆଯାଇଛି।

ଏହି କାର୍ୟ୍ୟକ୍ରମରେ ଜୟ ଓଡ଼ିଶାର ସଭାପତି ଶ୍ରୀଯୁକ୍ତ ରୁଦ୍ର ସାମନ୍ତରାୟ ଓ କିଛି ସ୍ବେଛାସେବୀଙ୍କ ସମେତ ବିଏମସିର ଡେପୁଟି କମିଶନର୍ ପୁରନ୍ଦର ନନ୍ଦ, ଜୋନାଲ ଡେପୁଟି କମିଶନର୍ ଅଂଶୁମାନ ରଥ, ଡେପୁଟି କମଶନର ଜିଏସଟି ଦେବାଶିଷ ସାହୁ ଓ କଟକ ଚଣ୍ଡୀ ମନ୍ଦିର ଏକ୍ଜିକ୍ୟୁଟିଭ୍ ଅଫିସର୍ ସ୍ୱରୂପ ନନ୍ଦନ ବେହେରା ଉପସ୍ଥିତ ରହି ସମସ୍ତ ଶ୍ମଶାନ କର୍ମଚାରୀଙ୍କୁ ଉତ୍ସାହିତ କରିଥିଲେ। କରୋନା ଆମ ରାଜ୍ୟକୁ ଆତଙ୍କିତ କରିବାର ପ୍ରଥମ ଦିନରୁ ହିଁ ଏହି ବ୍ୟକ୍ତିମାନେ ଶ୍ମଶାନରେ ନିରବଚ୍ଛିନ୍ନ ସେବା ଯୋଗାଇ ଆସୁଥିବାରୁ ସେମାନେ ସମସ୍ତେ ଜଣେ ଜଣେ କୋରୋନା ଯୋଦ୍ଧା ଅଟନ୍ତି ଓ ପ୍ରଥମ ଦିନରୁ ଜୟ ଓଡ଼ିଶା ଏହିମାନଙ୍କ ସହ ଏକ ସୁନ୍ଦର ସମ୍ପର୍କ ସୃଷ୍ଟି କରିଥିବା ସହ ସେମାନଙ୍କର ସମସ୍ତ ସୁବିଧା ଅସୁବିଧା ବୁଝିଆସିଛି। ତେଣୁ ସେମାନେ ମଧ୍ୟ ଜୟ ଓଡ଼ିଶା ପରିବାରର ଜଣେ ଜଣେ ମୂଲ୍ୟବାନ ସଦସ୍ୟ ଅଟନ୍ତି। ଆଗାମୀ ଦିନରେ ଆହୁରି ଅନେକ ଲଢେଇ ଲଢ଼ିବାର ଅଛି ଏଣୁ ସେମାନଙ୍କ ମଧ୍ୟରେ ଦୃଢ ମନୋବଳ ସୃଷ୍ଟି କରିବା ସହିତ ଯେକୌଣସି ସମୟରେ ନିର୍ଦ୍ଵନ୍ଦରେ ନିଜର ଅସୁବିଧା ସୁବିଧା ଜଣେଇବା ପାଇଁ ଜୟ ଓଡ଼ିଶାର ପ୍ରତିଷ୍ଠାତା ରୁଦ୍ର ସାମନ୍ତରାୟ କହିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories