www.samajalive.in
Monday, December 15, 2025
15.1 C
Bhubaneswar

କଟକରେ ନାବାଳିକା ଗଣଦୁଷ୍କର୍ମ ପ୍ରସଙ୍ଗରେ ସରକାରଙ୍କୁ କଂଗ୍ରେସର ନିଶାଣ: ରାଜ୍ୟରେ ନାରୀ ଅସୁରକ୍ଷିତ, ଆଇନ୍‍ ଶୃଙ୍ଖଳା ବିପର୍ଯ୍ୟସ୍ତ

ଭୁବନେଶ୍ୱର: ତିର୍ତୋଲ ଅଂଚଳର ଜନୈକା ନାବାଳିକାକୁ କଟକର ଚାଉଳିଆଗଞ୍ଜ ଥାନା ଅଧିନସ୍ଥ ଗତିରାଉତପାଟଣାର ଏକ ପରିତ୍ୟକ୍ତ ଘରେ ୨୨ ଦିନ କାଳ ବନ୍ଦୀ କରି ରଖି ଗଣଦୁଷ୍କର୍ମ ଘଟଣା ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ବ୍ୟବସ୍ଥାର ନିଦର୍ଶନ ଓ ରାଜ୍ୟରେ ନାରୀ ଅସୁରକ୍ଷିତ ବୋଲି ପ୍ରମାଣ ବୋଲି ଅଭିଯୋଗ କରିଛି କଂଗ୍ରେସ ।   କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର କହିଛନ୍ତି ଯେ  ଘଟଣା ସଂପର୍କରେ ପୁଲିସ ପାଖରେ ଅପରାଧୀଙ୍କ ସଂପର୍କରେ ନିର୍ଦ୍ଦିଷ୍ଟ ତଥ୍ୟ ଭିତିକ ଅଭିଯୋଗ ହେବାର ୪୮ ଘଣ୍ଟା ଯାଇଥିଲେ ମଧ୍ୟ ଅପରାଧୀଙ୍କୁ ପୋଲିସ ଧରିବାରେ ବିଫଳ ହୋଇଛି ।  ସମଗ୍ର ଦେଶରେ ଦଣ୍ଡହାର ଠାରୁ ରାଜ୍ୟର ଦଣ୍ଡ ହାର ସର୍ବନିମ୍ନ। ଯେଉଁଥି ପାଇଁ ଅପରାଧୀମାନେ ଅପରାଧ ଘଟାଇବା ପାଇଁ ପଛଘୁଂଚା ଦେଉନାହାନ୍ତି ଏବଂ ଅପରାଧୀମାନଙ୍କୁ ଦଣ୍ଡ ଦେବା ପାଇଁ ସରକାରଙ୍କର ମାନସିକତା ମଧ୍ୟ ନାହିଁ।  ଦୀର୍ଘ ୨୦ ବର୍ଷର ଶାସନ କାଳରେ ଅଧିକାଂଶ ଅପରାଧିକ ଘଟଣାରେ ସରକାରୀ ଦଳର କର୍ମୀ ସଂପୃକ୍ତ ହୋଇଥିବାରୁ ତଦନ୍ତକାରୀ ସଂସ୍ଥା ଅପରାଧିଙ୍କ ପ୍ରତି କୋହଳ ମନୋଭାବ ରଖି ଅଭିଯୋଗ ଫର୍ଦ୍ଦ ଦାଖଲ କରୁଥିବାରୁ ଅପରାଧୀମାନେ ଅପରାଧ ଘଟାଇ ଖସିବାରେ ସଫଳ ହେଉଛନ୍ତି ବୋଲି ଶ୍ରୀ ମିଶ୍ର ଅଭିଯୋଗ କରିଛନ୍ତି ।

ପିପିଲିର ବେବିନା, ଟିକିରି ଶିକ୍ଷୟତ୍ରୀ ଇତିଶ୍ରୀ ପ୍ରଧାନ ଓ ଆୟୁଷ ଡାକ୍ତରାଣୀ ମାଧବୀଲତା ଘଟଣାକୁ ରାଜ୍ୟ ସରକାର ଯେଭଳି ଭାବେ ତଦନ୍ତ କରାଇଲେ ତାହା ସମସ୍ତ ରାଜ୍ୟବାସୀ ଅବଗତ। ବିଶେଷକରି କୁନ୍ଦୁଲି ଘଟଣାରେ ସରକାରଙ୍କର ତଦନ୍ତ ଏବଂ ମାତ୍ରାଧିକ ଚାପ ସହି ନପାରି କୁନ୍ଦୁଲି ପୀଡିତା ଆତ୍ମହତ୍ୟା କରିଥିଲେ। ତେଣୁ ତିର୍ତୋଲ ପୀଡିତାଙ୍କ କ୍ଷେତ୍ରରେ କୁନ୍ଦୁଲି ଘଟଣାର ଯେଭଳି ପୁନରାବୃତି ନହେଉ, ସେଥିପାଇଁ ରାଜ୍ୟ ସରକାର ଉଚ୍ଚସ୍ତରୀୟ କ୍ରାଇମ୍‍ବ୍ରାଂଚ ତଦନ୍ତ କରାଇବା ସହିତ ପରିବାରକୁ ସୁରକ୍ଷା, ପୀଡିତା ରୋଜଗାରକ୍ଷମ ହେବା ପର୍ଯ୍ୟନ୍ତ ତା’ର ସମସ୍ତ ଭରଣପୋଷଣ ଖର୍ଚ୍ଚ ଓ ମାଗଣା ଶିକ୍ଷା ସହିତ ପୀଡିତାର ପରିବାରକୁ ସରକାରଙ୍କର ଜନମଙ୍ଗଳକାରୀ ଯୋଜନାରେ ସାମିଲ କରି ସାମାଜିକ ସୁରକ୍ଷା ପ୍ରଦାନ, ୨୦ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯିବାକୁ ସାମ୍ବାଦିକ ସମ୍ମିଳନୀରେ ଦାବି କରାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ରଶ୍ମି ମହାପାତ୍ର, ଜେ ଦାସ, ନାରାୟଣ ଜେନା, ଦୀପକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories