www.samajalive.in
Monday, December 8, 2025
20.1 C
Bhubaneswar

ଓଡ଼ିଶାରେ ୧ ନମ୍ବର ସ୍ଥାନରେ ଜିଓ

– ଟ୍ରାଇ ଦ୍ୱାରା ପ୍ରକାଶିତ ଜୁଲାଇ ୨୦୨୦ର ଉପଭୋକ୍ତା ତଥ୍ୟ ଅନୁୟାୟୀ ଜିଓ ଭାରତର ପ୍ରଥମ ଡିଜିଟାଲ ସେବା ପ୍ରଦାନକାରୀ ଭାବେ ୪୦ କୋଟି ଗ୍ରାହକ ସଂଖ୍ୟା ଅତିକ୍ରମ କରିଛି
– ଟ୍ରାଇର ସେପ୍ଟେମ୍ବର ୪ଜି ଡାଉନଲୋଡ ସ୍ପିଡ ଚାର୍ଟରେ ଜିଓ ଶୀର୍ଷ ସ୍ଥାନ ବଜାୟ ରଖିଛି
ଭୁବନେଶ୍ୱର: ଭାରତୀୟ ଦୂରସଂଚାର ନିୟାମକ ପ୍ରାଧିକରଣ (ଟ୍ରାଇ) ପକ୍ଷରୁ ପ୍ରକାଶିତ ସଦ୍ୟତମ ମୋବାଇଲ ଗ୍ରାହକ ତଥ୍ୟ ଅନୁଯାୟୀ ଚଳିତ ବର୍ଷ ଜୁଲାଇ ମାସରେ ରିଲାଏନ୍ସ ଜିଓ ଓଡ଼ିଶାରେ ୨.୧୫ ଲକ୍ଷ ନୂଆ ଗ୍ରାହକ ଯୋଗ କରିବା ସହିତ ରାଜ୍ୟରେ ସର୍ବାଧିକ ପସନ୍ଦର ଡିଜିଟାଲ ସେବା ଯୋଗାଣକାରୀ ଭାବରେ ନିଜର ଏକ ନମ୍ବର ସ୍ଥାନକୁ ଅଧିକ ସୁଦୃଢ କରିଛି ।
ଏଥିସହିତ ଜିଓ ସମ୍ପ୍ରତି ଓଡ଼ିଶାରେ ପ୍ରାୟ ୪୦% ଗ୍ରାହକ ବଜାର ଅଂଶ ଦଖଲ କରିଛି ଏବଂ ରାଜ୍ୟରେ ସର୍ବାଧିକ ଗ୍ରାହକ ଏବଂ ରାଜସ୍ୱ ବଜାର ଅଂଶ ସହିତ ଅଗ୍ରଣୀ ସ୍ଥାନରେ ରହିଛି । ଟ୍ରାଇ ପକ୍ଷରୁ ପ୍ରକାଶିତ ଗ୍ରାହକ ତଥ୍ୟ ଅନୁଯାୟୀ ୨୦୨୦ ଜୁଲାଇ ମାସରେ ଓଡ଼ିଶାରେ ଭୋଡାଫୋନ ଆଇଡିଆ ୯୦,୦୦୦ରୁ ଅଧିକ ଗ୍ରାହକ ହରାଇଥିବାବେଳେ ତାହା ପଛକୁ ଭାରତୀ ଏୟାରଟେଲ ସେହି ସମୟରେ ପ୍ରାୟ ୪୧୦୦୦ରୁ ଅଧିକ ଗ୍ରାହକ ହରାଇଛି । ଜିଓ ବ୍ୟତୀତ କେବଳ ବିଏସଏନଏଲ ଅନ୍ୟତମ ସେବା ଯୋଗାଣକାରୀ ଭାବରେ ଜୁଲାଇରେ ରାଜ୍ୟରେ ୪୧୦୦୫ ନୂଆ ଗ୍ରାହକ ଯୋଗ କରିଛି ।
୨୦୨୦ ଜୁଲାଇ ମାସ ନିମନ୍ତେ ଟ୍ରାଇ ପକ୍ଷରୁ ପ୍ରକାଶିତ ମୋବାଇଲ୍ ଉପଭୋକ୍ତା ତଥ୍ୟ ଅନୁଯାୟୀ ଋାଷ୍ଟ୍ରୀୟସ୍ତରରେ ଜିଓ ୩. ୫ ନିୟୁତରୁ ଉର୍ଦ୍ଧ୍ୱ ନୂଆ ଗ୍ରାହକ ଯୋଗକରିବା ସହିତ ଦେଶର ପ୍ରଥମ ଡିଜିଟାଲ ସେବା ପ୍ରଦାନକାରୀ ଭାବରେ ୪୦ କୋଟି ମୋଟ ଗ୍ରାହକ ସଂଖ୍ୟା ଅତିକ୍ରମ କରିଛି ।
ଏଥିସହିତ ଟ୍ରାଇ ପକ୍ଷରୁ ତାହାର ମାଇଁସ୍ପିଡ୍ ପୋର୍ଟାଲରେ ପ୍ରକାଶିତ ୪ଜି ସ୍ପିଡ ସାରଣୀରେ ମଧ୍ୟ ଜିଓ ସେପ୍ଟେମ୍ବରରେ ୧୯.୩ ଏମବିପିଏସ୍ ସ୍ପିଡ ସହିତ ୪ଜି ଡାଉନଲୋଡ ସ୍ପିଡ ସାରଣୀରେ ପୁନର୍ବାର ଶୀର୍ଷରେ ରହିଛି, ଯାହା ସେପ୍ଟେମ୍ବରରେ ଭାରତୀ ଏୟାରଟେଲର ଡାଉନଲୋଡ ସ୍ପିଡ୍ ୭.୫ ଏମବିପିଏସ୍ ତୁଳନାରେ ଅଢେଇ ଗୁଣରୁ ଅଧିକ ରହିଛି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଜିଓ ଉଭୟ ଓଡ଼ିଶା ଏବଂ ସମଗ୍ର ଦେଶରେ ଦ୍ରୁତ ନେଟୱର୍କ ସମ୍ପ୍ରସାରଣ, ଏପର୍ଯ୍ୟନ୍ତ ଅଣସଂଯୁକ୍ତ ରହିଥିବା ଅଞ୍ଚଳକୁ ସଂଯୁକ୍ତ କରିବା ଏବଂ ଆକର୍ଷଣୀୟ ଭାଲ୍ୟୁ ଫର୍ ମନି ଅଫର୍ ତଥା ପ୍ରତ୍ୟେକ ଶ୍ରେଣୀର ଗ୍ରାହକଙ୍କ ପାଇଁ ସର୍ବୋତ୍ତମ ସୁବିଧା ପ୍ରଦାନ ଜରିଆରେ ଏହାର ସର୍ବବୃହତ ୪ଜି ନେଟୱର୍କରେ ନିରନ୍ତର ଭାବରେ ଲକ୍ଷ ଲକ୍ଷ ସଂଖ୍ୟାରେ ନୂଆ ଗ୍ରାହକ ଯୋଗ କରିଆସୁଛି । ଟ୍ରାଇ ପକ୍ଷରୁ ଏହି କ୍ଷେତ୍ର ଉପରେ ପ୍ରସ୍ତୁତ ଜୁନ୍ ତ୍ରୟମାସ ଆର୍ଥିକ ରିପୋର୍ଟ ଅନୁଯାୟୀ ଓଡ଼ିଶାରେ ଟେଲିକମ୍ କ୍ଷେତ୍ରର ମୋଟ ରାଜସ୍ୱରେ ଜିଓ ୫୦% ବଜାର ଅଂଶକୁ ଟପିଯାଇଛି ଏବଂ ଉଭୟ ଗ୍ରାହକ ସଂଖ୍ୟା ତଥା ରାଜସ୍ୱ ବଜାର ଅଂଶ କ୍ଷେତ୍ରରେ ନିଜର ଅଗ୍ରଣୀ ସ୍ଥାନକୁ ସୁଦୃଢ କରିଛି ।
ନିକଟରେ ଜିଓ ତାହାର ଜିଓପୋଷ୍ଟପେଡ ପ୍ଲସ୍ ପ୍ଲାନ ଘୋଷଣା କରିଥିଲା, ଯେଉଁଥିରେ ସମସ୍ତ ସଂଯୋଗ କ୍ଷେତ୍ରରେ ଉନ୍ନତତର ସେବା, ମନୋରଂଜନ ଏବଂ ଅନୁଭୂତି ସମ୍ପର୍କରେ ଉଲ୍ଲେଖ କରାଯାଇଥିଲା । ପୋଷ୍ଟପେଡ ପ୍ଲସ ପ୍ଲାନଗୁଡିକ ମାତ୍ର ୩୯୯ ଟଙ୍କାରୁ ଆରମ୍ଭ ହେଉଛି ଏବଂ ଏଥିରେ ନେଟଫ୍ଲିକ୍ସ, ଆମାଜନ ପ୍ରାଇମ୍‌, ଡିଜ୍‌ନି+ ହଟଷ୍ଟାର ଭିଆଇପି ପ୍ରମୁଖ ଓଟିଟି ଆପ୍ ସବ୍‌ସ୍କ୍ରିପସନ ସମ୍ମିଳିତ ଭାବେ ଉପଲବ୍ଧ କରାଯାଇଛି । ଏଥିସହିତ ଏହା ସମୁଦାୟ ପରିବାର ନିମନ୍ତେ ଏକକ ବିଲ୍ ସୁବିଧା ପ୍ରଦାନ କରୁଛି । ଏଥିରେ ନିର୍ଭରଯୋଗ୍ୟ ଏବଂ ଉଚ୍ଚମାନର ସଂଯୋଗ, ଅସୀମିତ ପ୍ରିମିୟମ ମନୋରଂଜନ, ନିର୍ବିଘ୍ନ ଏବଂ ସୁଲଭ ଆନ୍ତର୍ଜାତିକ ରୋମିଂ, ଅଗ୍ରଣୀ ଅଭିନବ ବୈଶିଷ୍ଟ୍ୟ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭାବରେ ବିବେଚନା କରାଯାଉଥିବା ଉତ୍କୃଷ୍ଟ ଗ୍ରାହକ ଅନୁଭୂତି ଆଦି ସହିତ ଏକାଧିକ ନୂତନ ବୈଶିଷ୍ଟ୍ୟ ସନ୍ନିବେଶିତ ହୋଇଛି । ଜିଓ ପୋଷ୍ଟପେଡ ପ୍ଲସ୍ ପ୍ଲାନ ସମଗ୍ର ଓଡ଼ିଶାରେ ଉପଲବ୍ଧ ହେଉଛି ଏବଂ ଗ୍ରାହକମାନେ ମାଗଣା ହୋମ୍ ଡେଲିଭରୀ ଜରିଆରେ ସେମାନଙ୍କ ସିମ୍ ନିମନ୍ତେ ଅର୍ଡର ଦେଇପାରିବା ବ୍ୟବସ୍ଥା ମଧ୍ୟ ରହିଛି ।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories