www.samajalive.in
Sunday, December 14, 2025
14.1 C
Bhubaneswar

ମଞ୍ଚ ନାଟକ ନିମନ୍ତେ ପ୍ରେକ୍ଷାଳୟ ଖୋଲିବାକୁ ସରକାରଙ୍କୁ ଓଡ଼ିଶା ନାଟ୍ୟସଂଘର ଅନୁରୋଧ

ଭୁବନେଶ୍ୱର : କୋଭିଡ୍‍ ମହାମାରୀ ପାଦୁର୍ଭାବରୁ ରକ୍ଷା ପାଇବା ପାଇଁ ଗତ ମାର୍ଚ୍ଚ ମାସଠାରୁ ସାରା ଓଡ଼ିଶାର ପ୍ରେକ୍ଷାଳୟ ଗୁଡ଼ିକୁ ସରକାର ବନ୍ଦ କରିଛନ୍ତି ।  ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ହେଉଥିବା ନାଟ୍ୟଦଳମାନଙ୍କର ନିୟମିତ ନାଟ୍ୟପ୍ରଦର୍ଶନ ସହ ଭୁବନେଶ୍ୱରରେ ସରକାରଙ୍କ ଦ୍ୱାରା ପ୍ରାୟୋଜିତ ନାଟ୍ୟଧାରା କାର୍ଯ୍ୟକ୍ରମ ମଧ୍ୟ ବନ୍ଦ ହୋଇଯାଇଛି । ୭ ମାସ ଧରି ନାଟ୍ୟ ମଞ୍ଚ ବନ୍ଦ ରହିବା ଯୋଗୁଁ ମଞ୍ଚ ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରୁଥିବା କଳାକାର, ନିର୍ଦ୍ଦେଶକ, ନାଟ୍ୟକାର, ମଞ୍ଚଶିଳ୍ପୀ, ସଂଗୀତକାର, ନୃତ୍ୟଶିଳ୍ପୀ, ଆଲୋକ ସଂଯୋଜକ ଓ ପୋଷାକ ପରିପାଟି ଶିଳ୍ପୀ ସମସ୍ତେ ଘୋର ଆର୍ଥିକ ଓ ମାନସିକ ଦୁର୍ଦ୍ଦିନ ଭିତରେ କାଳାତିପାତ କରୁଛନ୍ତି ।  ତେଣୁ ମଞ୍ଚ ଉପରେ ନିର୍ଭର କରି ଚଳୁଥିବା କଳାକାରମାନଙ୍କର ଦୁଃଖ ବୁଝିବା ପାଇଁ ଓଡ଼ିଶା ନାଟ୍ୟ ସଂଘ ସରକାରଙ୍କୁ ଅନୁରୋଧ କରିଛି । ରାଜ୍ୟ ସରକାର ଓ ରାଜ୍ୟ ସଂସ୍କୃତି ବିଭାଗ ଆଗାମୀ ନଭେମ୍ବର ୧ ତାରିଖରୁ ନାଟ୍ୟମଞ୍ଚ ଗୁଡ଼ିକ ଖୋଲିବା ପାଇଁ ଓ ଓଡ଼ିଶାର ସବୁ ନାଟ୍ୟଦଳମାନଙ୍କୁ ଆଗାମୀ ଅକ୍ଟୋବର ୨୦ ତାରିଖରୁ ନିଜ ନିଜ ଅଞ୍ଚଳରେ କୋଭିଡ୍‍ ନିୟମ ମାନି ନାଟ୍ୟ ଅଭ୍ୟାସ ଆରମ୍ଭ କରିବା ପାଇଁ ଅନୁମତି ଦେବାକୁ ଅନୁରୋଧ କରିଛନ୍ତି । ଏହା ସହ ସରକାରଙ୍କ କୋଭିଡ୍‍ କଟକଣା ନିୟମ ପାଳନ କରି ପ୍ରେକ୍ଷାଳୟକୁ ସାନିଟାଇଜେସନ୍‍ କରି ଓ ୫୦ ପ୍ରତିଶତ ଦର୍ଶକମାନଙ୍କୁ ନେଇ ନାଟକ ପ୍ରଦର୍ଶନ କରିବାର ପ୍ରତିଶ୍ରୁତି ଦେଇ ଏକ ଦାବିପତ୍ର ଓଡ଼ିଶା ନାଟ୍ୟସଂଘର ସଭାପତି  ହରେନ୍‍ ସାହୁ ଓ ସମ୍ପାଦକ  ଲାଲା ବିରେନ୍‍ ରାୟ ସରକାରଙ୍କୁ ପ୍ରଦାନ କରିଛନ୍ତି ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories