ଭୁବନେଶ୍ବର : କଟକ ଚାଉଳିଆଗଞ୍ଜରେ ଲଗାତାର ୨୨ ଦିନ ଧରି ନାବାଳିକାକୁ ଗଣଦୁଷ୍କର୍ମ ଘଟଣାକୁ ବିଜେପି ପକ୍ଷରୁ ନିନ୍ଦା କରାଯାଇଛି। ବୁଧବାର ବିଜେପିର ଏକ ପ୍ରତିନିଧି ଦଳ ଡିସିପିଙ୍କୁ ଭେଟି ନାବାଳିକା ଗଣଦୁଷ୍କର୍ମ ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ବୋଲି ଦଳର ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତ ସିଂହାର କହିଛନ୍ତି। ତିର୍ତ୍ତୋଲର ଏହି ୧୫ ବର୍ଷର ନବମ ଶ୍ରେଣୀ ନାବାଳିକା ଝିଅ କଟକର ଚାଉଳିଆଗଞ୍ଜଠାରେ ୨୨ ଦିନ ଧରି ଗଣ ଦୁଷ୍କର୍ମର ଶିକାର ହେଉଛି କିନ୍ତୁ ଅପରାଧ ବିଷୟରେ ପୁଲିସ ଓ ପ୍ରଶାସନ ପାଖରେ ଖବର ନ ଥିବା ଅତି ଦୁଃଖ ଓ ପରିତାପର ବିଷୟ ବୋଲି ସେ କହିଛନ୍ତି। ତେବେ ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଚୁପ କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି ?
Popular Categories



