ଏଫ୍‍ଆଇଏଚ୍‍ ମାନ୍ୟତାର ୫ମ ସ୍ଥାନରେ ଭାରତ

0

ନୂଆଦିଲ୍ଲୀ : ଅନ୍ତର୍ଜାତୀୟ ହକି ପରିଷଦ (ଏଫ୍‍ଆଇଏଚ୍‍) ତରଫରୁ ମଙ୍ଗଳବାର ପ୍ରକାଶିତ ମାନ୍ୟତାରେ ଭାରତୀୟ ପୁରୁଷ ହକି ଦଳ ଗୋଟିଏ ସ୍ଥାନ ଉପରକୁ ଉଠି ୫ନଂରେ ରହିଥିବା ଜଣାପଡ଼ିଛି। କିଛିଦିନ ତଳେ ଖେଳାଯାଇଥିବା ଚମ୍ପିଆନ୍‍ସ ଟ୍ରଫିରେ ରନର୍ସଅପ୍‍ ହୋଇଥିବାରୁ ଭାରତର ମାନ୍ୟତାରେ ଉନ୍ନତି ଘଟିଛି। ଚମ୍ପିଆନ୍‍ସ ଟ୍ରଫି ବିଜେତା ଅଷ୍ଟ୍ରେଲିଆ ମାନ୍ୟତାରେ ୧ନଂ ସ୍ଥାନରେ ରହିଛି। ଅଷ୍ଟ୍ରେଲିଆ ୧୯୦୬ ପଏଣ୍ଟ ସହ ୧ମ, ଆର୍ଜେଣ୍ଟିନା ୧୮୮୩ ପଏଣ୍ଟ ସହ ୨ୟ, ବେଲ୍‍ଜିୟମ ୧୭୦୯ ପଏଣ୍ଟ ସହ ୩ୟ ଓ ନେଦରଲ୍ୟାଣ୍ଡସ୍‍ ୧୬୫୪ ପଏଣ୍ଟ ସହ ୪ର୍ଥ ସ୍ଥାନରେ ରହିଛି। ଜର୍ମାନୀ ୧୪୫୬ ପଏଣ୍ଟ ସହ ୬ଷ୍ଠ ସ୍ଥାନରେ ରହିଛି।

Leave A Reply