www.samajalive.in
Sunday, December 7, 2025
15.1 C
Bhubaneswar

ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଜୋରଦାର, ଚଳଚଞ୍ଚଳ ପଦ୍ମପୁର

ପଦ୍ମପୁର: ରାୟଗଡ଼଼ା ଜିଲ୍ଲାର ପଦ୍ମପୁର ସହର ବସଷ୍ଟାଣ୍ଡ ଠାରେ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଏଠାରେ ଦୀର୍ଘ ବର୍ଷ ହେବ ସାର୍ବଜନୀନ ଦୁର୍ଗାପୂଜା ରୀତିନୀତି ଅନୁସାରେ ପାଳନ ହେଉଥିବାରୁ ଯୁଗ ବଦଳିବା ସହିତ ସମୟକୁ ତାଳ ଦେଇ ପୂଜାମଣ୍ଡପ ସାଜସଜା କରାଯାଉଛି। ଚଳିତ ବର୍ଷ ଆକର୍ଷଣୀୟ ତୋରଣ ନିର୍ମାଣ ଚାଲିଛି। ନୟାଗଡ଼଼ର କାରିଗରମାନେ ଆସି ତୋରଣ ତିଆରି କାମରେ ଲାଗି ପଡ଼ିଛନ୍ତି। ସ୍ଥାନୀୟ ଅଞ୍ଚଳର ମୂର୍ତ୍ତି କାରିଗର ତାଙ୍କ ସହଯୋଗୀ ମାନଙ୍କ ସହିତ ମୂର୍ତ୍ତିରେ ଜୀବନ୍ତ ରୂପ ଦେବା କାମରେ ନିୟୋଜିତ ଅଛନ୍ତି। ଷଷ୍ଠୀ ଦିନରୁ ବିଲ୍ବ ବରଣ କରି ପୂଜା ଆରମ୍ଭ ହୋଇ ଦଶମୀ ଦିନ ପର୍ଯ୍ୟନ୍ତ ବିଧି ପରମ୍ପରା ମତେ ପୂଜା ଆରାଧନା କରାଯାଇ ପ୍ରତ୍ୟେକ ଦିନ ସମସ୍ତ ଭକ୍ତ ମାନଙ୍କ ପାଇଁ ଭିନ୍ନ ଭିନ୍ନ ପ୍ରକାରର ଭୋଗର ବ୍ୟବସ୍ଥା କରାଯାଇଛି। ଏହି ପୂଜା ପଦ୍ମପୁର ସହରରେ ୭ ଦିନବ୍ୟାପୀ ମହାଡ଼ମ୍ବରରେ ପାଳନ ହେବାକୁ ଥିବାବେଳେ ଏ ବର୍ଷର ମୂଖ୍ୟ ଆକର୍ଷଣ ହେବ ସୁନ୍ଦର ତୋରଣ, ଆଲୋକ ସଜା ସାଙ୍ଗକୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ। ବାଣିଜ୍ୟ ସମ୍ପନ ସହର ପଦ୍ମପୁରରେ ଚଳିତ ବର୍ଷ ଦୁର୍ଗାପୂଜାକୁ ଅଧିକ ଆକର୍ଷଣୀୟ ଓ ଲୋକାଭିମୁଖୀ କରାଯିବ ବୋଲି ପୂଜା କମିଟିର କର୍ମକର୍ତ୍ତାମାନେ ନିଷ୍ପତ୍ତି ନେଇଛନ୍ତି। ଅନ୍ୟପଟେ ପଦ୍ମପୁର ଅଞ୍ଚଳର ସମସ୍ତ ଶକ୍ତି ପୀଠ ରେ ନବରାତ୍ରୀ ପୂଜା ଆରମ୍ଭ ହୋଇଯାଇ ଥିବାରୁ ଶ୍ରଦ୍ଧାଳୁମାନଙ୍କ ଭିଡ଼ ଜମିଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories