www.samajalive.in
Saturday, December 6, 2025
16.1 C
Bhubaneswar

ସମାଜ ପକ୍ଷରୁ ଗୋପବନ୍ଧୁ ଜୟନ୍ତୀ କାର୍ଯ୍ୟକ୍ରମ: ପୁଣ୍ୟାତ୍ମାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ଜନ୍ମପୀଠ ସୁଆଣ୍ଡୋରେ ଶୋଭାଯାତ୍ରା

ପୁରୀ : ଆଜି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୭ତମ ଜନ୍ମ ଜୟନ୍ତୀ। ଏହି ଅବସରରେ ଆଜି ଦୈନିକ ଖବର କାଗଜ ସମାଜ ଓ ଲୋକସେବକ ମଣ୍ଡଳ ପକ୍ଷରୁ କଟକସ୍ଥିତ ଗୋପବନ୍ଧୁ ଭବନରେ ଜନ୍ମ ଜୟନ୍ତୀ ପାଳିତ ହୋଇଛି । ସକାଳେ ପୁଣ୍ୟାତ୍ମାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ତାଙ୍କ ଜନ୍ମପୀଠ ସୁଆଣ୍ଡୋକୁ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ସନ୍ଧ୍ୟା ସାଢେ ୬ଟାରେ ଗୋପବନ୍ଧୁ ଭବନ ସଭାଗୃହରେ ଏକ ସଭା ଆୟୋଜିତ ହେବ। ଏଥିରେ ଉତ୍କଳ ସଂସ୍କୃତି ବିଶ୍ଵ ବିଦ୍ୟାଳୟ ର କୁଳପତି ଡ. ପ୍ରସନ୍ନ କୁମାର ସ୍ଵାଇଁ ମୁଖ୍ୟ ଅତିଥି , ଶିକ୍ଷାବିତ୍ ସତ୍ୟବ୍ରତ ମୀନକେତନ ଓ ସମାଜସେବୀ ଅକ୍ଷୟ ଦାସ ସମ୍ମାନୀତ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। କାର୍ଯ୍ୟକ୍ରମରେ ଯୋଗଦେବାକୁ ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ  ତଥା ସମାଜର ମୁଦ୍ରାକାର ଓ ପ୍ରକାଶକ ଡ.ପ୍ରଭାସ ଆଚାର୍ଯ୍ୟ ଅନୁରୋଧ କରିଛନ୍ତି।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories