www.samajalive.in
Tuesday, December 9, 2025
16.1 C
Bhubaneswar

ପୁଅର ମୃତ୍ୟୁ ପରେ ତାର ଶୁକ୍ରାଣୁ ବ୍ୟବହାର କରି ଜେଜେମା’ ହେବେ ଦମ୍ପତି

ଡେସ୍କ: ଏକ ଭାରତୀୟ ଦମ୍ପତି ଉଧାର ଗର୍ଭ ଜରିଆରେ ନିଜ ମୃତ ପୁଅର ସଂରକ୍ଷିତ ଶୂକ୍ରାଣୁ ବ୍ୟବହାର କରି ପରବର୍ତ୍ତୀ ପିଢ଼ି ସୃଷ୍ଟି କରିବେ। ସରୋଗେସି ବା ଉଧାର ଗର୍ଭ ଜରିଆରେ ନାତିନାତୁଣୀ ଜନ୍ମ କରିବା ପାଇଁ ମୃତ ପୁଅର ଶୂକ୍ରାଣୁ ସେମାନଙ୍କୁ ହସ୍ତାନ୍ତର କରିବାକୁ କୋର୍ଟ ଏକ ହସ୍ପିଟାଲକୁ ନିର୍ଦ୍ଦେଶ ଦେବା ପରେ ସମ୍ପୃକ୍ତ ଦମ୍ପତି ସନ୍ତୋଷ ବ୍ୟକ୍ତ କରିଛନ୍ତି।

ଦୀର୍ଘ ୪ ବର୍ଷର ଆଇନଗତ ଲଢ଼େଇ ପରେ ଦିଲ୍ଲୀ ହାଇକୋର୍ଟ ଏହି ଐତିହାସିକ ଆଦେଶ ଦେଇଛନ୍ତି। ସମ୍ପୃକ୍ତ ଦମ୍ପତି କହିଛନ୍ତି,
ଆମେ ଆମ ପୁଅକୁ ହରାଇଥିଲୁ । କିନ୍ତୁ ଅଦାଲତ ଆମକୁ ଏକ ମୂଲ୍ୟବାନ ଉପହାର ଦେଇଛନ୍ତି। ଏବେ ଆମେ ଆମ ପୁଅକୁ ଫେରାଇ ଆଣିବାରେ ସକ୍ଷମ ହୋଇପାରିବୁ ବୋଲି ମା’ ହରବୀର କୌର ବିବିସିକୁ କହିଛନ୍ତି।

- Advertisement -

ଡିସେମ୍ବର ୨୦୨୦ରେ ଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲ ସେମାନଙ୍କ ପ୍ରଜନନ ପରୀକ୍ଷାଗାରରେ ସଂରକ୍ଷିତ ଥିବା ପୁଅର ଶୂକ୍ରାଣୁ ଦେବାକୁ ମନା କରିବା ପରେ ଶ୍ରୀମତୀ କୌର ଏବଂ ତାଙ୍କ ସ୍ୱାମୀ ଗୁରବିନ୍ଦର ସିଂ ଅଦାଲତରେ ଆବେଦନ କରିଥିଲେ। ଏହି ଦମ୍ପତିଙ୍କ ୩୦ ବର୍ଷୀୟ ପୁଅ ପ୍ରୀତ ଇନ୍ଦ୍ର ସିଂହ ୨୦୨୦ ଜୁନ୍ ମାସରେ ରକ୍ତ କର୍କଟ ରୋଗରେ ପୀଡ଼ିତ ହୋଇ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। କେମୋଥେରାପି ଆରମ୍ଭ କରିବା ପୂର୍ବରୁ ଡାକ୍ତରଖାନା ତାଙ୍କୁ ଶୂକ୍ରାଣୁ ସଂରକ୍ଷଣ କରିବାକୁ ପରାମର୍ଶ ଦେଇଥିଲା, କାରଣ ଏହି ଚିକିତ୍ସା ତାଙ୍କ ଶୁକ୍ରାଣୁର ଗୁଣବତ୍ତା ଉପରେ ପ୍ରତିକୂଳ ପ୍ରଭାବ ପକାଇବାର ସମ୍ଭାବନା ଥିଲା ବୋଲି ପିତା ଗୁରବିନ୍ଦର ସିଂ କହିଛନ୍ତି।

ଅବିବାହିତ ପ୍ରୀତ ଇନ୍ଦର ଏଥିପାଇଁ ରାଜି ହୋଇଥିଲେ ଏବଂ ୨୦୨୦ ଜୁନ ୨୭ରେ ତାଙ୍କର ଶୂକ୍ରାଣୁ ସଂରକ୍ଷିତ କରାଯାଇଥିଲା। ସେହିବର୍ଷ ସେପ୍ଟେମ୍ବର ପ୍ରାରମ୍ଭରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହାର କିଛି ମାସ ପରେ ଦୁଃଖରେ ପୀଡ଼ିତ ପିତାମାତା ଯେତେବେଳେ ପୁଅର ଶୁକ୍ରାଣୁ ପାଇବାକୁ ଚାହିଁଲେ, ସେତେବେଳେ ଡାକ୍ତରଖାନା ସେମାନଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଥିଲା। ପରେ ଦମ୍ପତି ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

୬୦ ବର୍ଷ ବୟସ୍କ ଏହି ଦମ୍ପତି ଅଦାଲତଙ୍କୁ କହିଥିଲେ ଯେ ସେମାନେ ସେମାନଙ୍କ ପୁଅର ଶୂକ୍ରାଣୁ ବ୍ୟବହାର କରି ଜନ୍ମ ହୋଇଥିବା କୌଣସି ସନ୍ତାନକୁ ପାଳନ କରିବେ। ଆଉ ମୃତ୍ୟୁ ହେଲେ ପିଲାର ସମ୍ପୂର୍ଣ୍ଣ ଦାୟିତ୍ୱ ତାଙ୍କ ଦୁଇ ଝିଅ ନେବେ ବୋଲି କୋର୍ଟରେ ପ୍ରତିଶ୍ରୁତି ଦେଇଛନ୍ତି।

ଗତ ସପ୍ତାହରେ ଜଷ୍ଟିସ୍ ପ୍ରତିଭା ସିଂହ ତାଙ୍କ ରାୟରେ କହିଥିଲେ ଯେ ଭାରତୀୟ ଆଇନ ଅନୁଯାୟୀ ଯଦି ଶୁକ୍ରାଣୁ ମାଲିକ ସମ୍ମତି ଦେଇଥାନ୍ତି ତେବେ ମରଣୋତ୍ତର ପ୍ରଜନନ ଉପରେ କୌଣସି ପ୍ରତିବନ୍ଧକ ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି ଯେ ପିତାମାତାମାନେ ନମୁନା ପାଇବାର ଅଧିକାର ରଖିଛନ୍ତି କାରଣ ଜୀବନସାଥୀ କିମ୍ବା ସନ୍ତାନଙ୍କ ଅନୁପସ୍ଥିତିରେ ସେମାନେ ହିନ୍ଦୁ ଉତ୍ତରାଧିକାରୀ ଆଇନ ଅନୁଯାୟୀ ଆଇନଗତ ଉତ୍ତରାଧିକାରୀ ହୋଇଥାନ୍ତେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories