ସମାଜ ଡିଜିଟାଲ ଡେସ୍କ: ଝିଅର ଆତ୍ମହତ୍ୟା ଘଟଣାରେ ମା’ ଓ ବାପାଙ୍କୁ ଗିରଫ କରିଛି ପୁଲିସ। ବ୍ରହ୍ମପୁର ଅଞ୍ଚଳରେ ଏହି ଘଟଣା ଘଟିଥିଲା। ଜଣେ ଯୁବତୀ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଆତ୍ମହତ୍ୟା କରିଥିଲେ। ଏହି ଘଟଣାରେ ବ୍ରହ୍ମପୁର ସଦର ଥାନା ପୁଲିସ ଝିଅର ବାପା ଅଶୋକ ପ୍ରଧାନ ଏବଂ ମା’ ଜୋତ୍ସ୍ନା ନାୟକଙ୍କୁ ବୁଧବାର ଗିରଫ କରିଛି। ମା’ବାପା ଝିଅକୁ ନିର୍ଯାତନା ଦେଉଥିଲେ। ଏହି କାରଣରୁ ଝିଅ ଆତ୍ମହତ୍ୟା କରିଥିବା ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି। ତେଣୁ ଉଭୟଙ୍କୁ ଗିରଫ କରାଯାଇଥିବା ପୁଲିସ କହିଛି।



