www.samajalive.in
Monday, December 8, 2025
27.1 C
Bhubaneswar

ଲଦାଖରେ ଏସିଆର ସବୁଠୁ ବଡ଼ ଦୂରବୀକ୍ଷଣ ଯନ୍ତ୍ର ଉଦ୍‌ଘାଟିତ, ଜାଣନ୍ତୁ କ’ଣ ପାଇଁ ରହିଛି ଚର୍ଚ୍ଚାରେ

ସମାଜ ଡିଜିଟାଲ ଡେସ୍କ: ବୈଜ୍ଞାନିକମାନଙ୍କ ଗବେଷଣା କ୍ଷେତ୍ରରେ ଅଧିକ ଶକ୍ତି ଯୋଗାଇବା ଲାଗି ଲଦାଖରେ ଏସିଆର ସବୁଠୁ ବଡ଼ ଦୂରବୀକ୍ଷଣ ଯନ୍ତ୍ରର ଉଦ୍‌ଘାଟନ କରାଯାଇଛି। ଏହାର ନାମ ହେଉଛି ଏମଏସିଇ ବା ମେଜର ଆଟମୋସ୍ଫେରିକ ଚେରେନକୋଭ ଏକ୍ସପେରିମେଣ୍ଟ। ପରମାଣୁ ଶକ୍ତି ବିଭାଗ (ଡିଏଇ) ସଚିବ ଅଜିତ କୁମାର ମହାନ୍ତି ଲଦାଖର ହାନଲିଠାରେ ବୁଧବାର ଏହାକୁ ଉଦଘାଟନ କରିଛନ୍ତି। ମୁମ୍ବାଇସ୍ଥିତ ଭାବା ପରମାଣୁ ଗବେଷଣା କେନ୍ଦ୍ର(ବିଏଆରସି) ଇଲେକ୍‌ଟ୍ରୋନିକ୍ସ କର୍ପୋରେସନ ଅଫ ଇଣ୍ଡିଆ ଲିମିଟେଡ(ଇସିଆଇଏଲ) ଏବଂ ଅନ୍ୟ ଭାରତୀୟ ଉଦ୍ୟୋଗୀଙ୍କ ସହାୟତାରେ ସମ୍ପୂର୍ଣ୍ଣ ସ୍ଵଦେଶୀ ଜ୍ଞାନକୌଶଳରେ ନିର୍ମାଣ କରିଛି।

ଉଦଘାଟନ ପରଠାରୁ ଏହି ଦୂରବୀକ୍ଷଣ ଯନ୍ତ୍ରକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ୪୩୦୦ ମିଟର ଉଚ୍ଚତାରେ ଅବସ୍ଥାପିତ ଏହି ଯନ୍ତ୍ର ବୈଜ୍ଞାନିକମାନଙ୍କୁ ଗବେଷଣା କ୍ଷେତ୍ରରେ ବେଶ୍‌ ସହାୟତା ଯୋଗାଇବ। ଡିଏଇ ସଚିବ ଅଜିତ କହିଛନ୍ତି, ଏହି ଦୂରବୀକ୍ଷଣ ଯନ୍ତ୍ର ଭାରତ ପାଇଁ ବଡ଼ ଉପଲବ୍ଧି। ବ୍ରହ୍ମାଣ୍ଡର ବିଭିନ୍ନ ରଶ୍ମୀ ବିଶେଷକରି ଗାମା ରଶ୍ମୀ ସମ୍ପର୍କରେ ଗବେଷଣା ଦିଗରେ ଏହା ବିଶ୍ଵସ୍ତରରେ ଭାରତକୁ ଆଗରେ ରଖିବ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories