ପୋଖରୀରେ ବୁଡ଼ି ଦୁଇ ଭଉଣୀଙ୍କ ମୃତ୍ୟୁ

ସମାଜ ଡିଜିଟାଲ ଡେସ୍କ: ପୋଖରୀରେ ବୁଡ଼ି ଦୁଇ ଭଉଣୀଙ୍କ ମୃତ୍ୟୁ ଘଟିଛି। ବାଲେଶ୍ଵର ଜିଲା ଖାରାସାହାପୁର ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ଦୁଇ ଭଉଣୀ ହେଲେ ରାଜଲକ୍ଷ୍ମୀ ବେହେରା ଓ ଭାଗ୍ୟଲକ୍ଷ୍ମୀ ବେହେରା। ଉଭୟେ ଘର ନିକଟ ପୋଖରୀରେ ଗାଧୋଇବାକୁ ଯାଇଥିବାବେଳେ ବୁଡ଼ିଯାଇଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ। ହେଲେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।

Comments are closed.