www.samajalive.in
Tuesday, December 9, 2025
26.1 C
Bhubaneswar

ଭୁଶୁଡିଲା ଛାତ, ଶ୍ରମିକ ଗୁରୁତର

ଢେଙ୍କାନାଳ : ନିର୍ମାଣାଧିନ କୋଠାର ଛାତ ପଡିବାବେଳେ ଛାତ ଭୁଶୁଡି ଅନେକ ଜଣ ଆହତ ହୋଇଛନ୍ତି । ଜାତୀୟ ରାଜପଥ ୫୫ ମହିଷାପାଟ ନିକଟରେ ଏକ ୫ ମହଲା କୋଠାର ଛାତ ଭୁଶୁଡିବା ଫଳରେ ଅନେକ ଶ୍ରମିକ ଫସିରହିଥିବା ସୂଚନା ମିଳିଛି ।

ଢେଙ୍କାନାଳ ମହିଷାପାଟଠାରେ ହୋଟେଲ ପାଇଁ ଗୋଟିଏ ପାଞ୍ଚ ମହଲା କୋଠାର ନିର୍ମାଣ କାର୍ଯ୍ୟ ଚାଲିଥିଲା  । ତୃତୀୟ ମହଲାର ଛାତ ପଡୁଥିବାବେଳେ ଗୋଟିଏ ପିଲର ଭାଙ୍ଗିଯିବାରୁ ଛାତଟି ଭୁଷୁଡି ପଡିଥିଲା  । ସେଠାରେ କାର୍ଯ୍ୟରତ ଶ୍ରମିକ ଚାପି ହୋଇଯାଇଛନ୍ତି  । ଫଶିଥିବା ଶ୍ରମିକଙ୍କ ସଂଖ୍ୟା ୧୦ ବୋଲି ଅନୁମାନ କରାଯାଉଛି  । ଗୁରୁତର ଭାବେ ଉଦ୍ଧାର ହୋଇଥିବା ଶ୍ରମିକଙ୍କ ମଧ୍ୟରେ ସଦର ଥାନା ଅନ୍ତର୍ଗତ ଖୁଣ୍ଟୁଝରି ଗ୍ରାମର କୈଳାଶ ଚନ୍ଦ୍ର ରାଉତ (୪୫) ଙ୍କ ଦୁଇ ହାତ ଛିଣ୍ଡି ପଡିଥିବା ଜଣାଯାଇଛି  । ତାଙ୍କୁ ଗୁରୁତର ଭାବେ କଟକ ସ୍ଥାନାନ୍ତର କରାଯାଇଛି  । ସେହି ଖୁଣ୍ଟୁଝରି ଗ୍ରାମର ଆଉ ଜଣେ ଟୁନା ରାଉତ (୪୦)ଙ୍କୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଉଛି  । ଖବର ପାଇ ଢେଙ୍କାନାଳ ଓଡ୍ରାଫ ସମେତ ଗଁଦିଆ, ଓଡାପଡାରୁ ଅଗ୍ନିଶମ ବାହିନୀ, ପୁଲିସ, ଜେସିବି, ବୁଲଡୋଜର ଆଦି ସହାୟତାରେ ଉଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲୁ ରହିଛି  । ଘଟଣାସ୍ଥଳରେ ଢେଙ୍କାନାଳ ଜିଲାପାଳ ସୋମେଶ କୁମାର ଉପାଧ୍ୟାୟ, ଏସ୍ପି ଅଭିନବ ସୋନକର ଓ ଉପଜିଲାପାଳ ସମେତ ଜିଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟ ତଦାରଖ କରୁଛନ୍ତି  । ଉଦ୍ଧାର କାର୍ଯ୍ୟ ସରିଲେ କେତେ ଶ୍ରମିକ ମୃତାହତ ତାହା ଜଣାପଡିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି  ।

- Advertisement -

 

Hot this week

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

ବିଦ୍ୟୁତ୍ ତାର ଲାଗି ତାଲିମ ବିମାନ ଦୁର୍ଘଟଣା

ସମାଜ ଲାଇଭ ଡ଼େସ୍କ : ମଧ୍ୟପ୍ରଦେଶର ସିଓନିରେ ଏକ ତାଲିମ ବିମାନ...

ଅଜବ ନିଶା: କାରରେ ଭିଆଇପି ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମ, ଭାଙ୍ଗିଲା ସବୁ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା...

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

Related Articles

Popular Categories