www.samajalive.in
Sunday, December 7, 2025
14.1 C
Bhubaneswar

ଦିପାବଳୀ ପୂର୍ବରୁ ୟୁପିଆଇ ଲାଇଟ ବ୍ୟବହାରକାରୀଙ୍କ ପାଇଁ ଆସିଲା ଖୁସିଖବର, ଜାଣନ୍ତୁ..

ନୂଆଦିଲ୍ଲୀ : ଯଦି ଆପଣ ମଧ୍ୟ ୟୁପିଆଇ ଲାଇଟ୍ ବ୍ୟବହାର କରୁଛନ୍ତି ତେବେ ଏହି ଖବର ଆପଣଙ୍କୁ ଖୁସି କରିଦେବ । ଦିପାବଳୀ ପୂର୍ବରୁ ରିଜର୍ଭ ବ୍ୟାଙ୍କ ୟୁପିଆଇ ଲାଇଟରେ ହେଉଥିବା ନେଣଦେଣର ସୀମା ବଢାଇ ଦେଇଛି । ନୂଆ ନିୟମ ଅନୁସାରେ ରିଜର୍ଭ ବ୍ୟାଙ୍କ ଟ୍ରାଞ୍ଜାକ୍ସନ ସୀମାକୁ ୫୦୦ ଟଙ୍କାରୁ ବଢାଇ ୧୦୦୦ ଟଙ୍କା କରିଦେଇଛି । ଏହା ସହିତ ୟୁପିଆଇ ଲାଇଟ ଓ୍ବାଲେଟ ସୀମାକୁ ମଧ୍ୟ ୨ ହଜାର ଟଙ୍କାରୁ ବଢାଇ ୫ ହଜାର ଟଙ୍କା କରିଦିଆଯାଇଛି । ରିଜର୍ଭ ବ୍ୟାଙ୍କ ୟୁପିଆଇ ୧୨୩ ପେ ପ୍ରତି ନେଣଦେଣ ସୀମାକୁ ୫ ହଜାର ଟଙ୍କାରୁ ବୃଦ୍ଧି କରି ୧୦ ହଜାର ଟଙ୍କା କରିଦେଇଛି ।

ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର କହିଛନ୍ତି କି ୟୁପିଆଇ ଲଗାତର ନୂଆ ନିୟମ ଜରିଆରେ ଡିଜିଟାଲ ପୈଠକୁ ସହଜ ଓ ସରଳ କରିବାକୁ ଚେଷ୍ଟା କରୁଛି । ଲୋକଙ୍କୁ ଡିଜିଟାଲ ପୈଠ ପ୍ରତି ଆକର୍ଷିତ କରିବା ପାଇଁ ଏମିତି ନିଷ୍ପତ୍ତି ନିଆଯାଇଛି । ଏପର୍ଯ୍ୟନ୍ତ ୟୁପିଆଇ ଲାଇଟ ଓ୍ବାଲେଟରୁ ଥରକରେ ଆପଣ ୫୦୦ ଟଙ୍କା ପର୍ଯ୍ୟନ୍ତ ପଠାଇ ପାରୁଥିଲେ କିମ୍ବା ପ୍ରାପ୍ତ କରୁଥିଲେ । ଏବେ ଏହି ସୀମା ବଢାଇଦିଆଯାଇଛି ।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories