www.samajalive.in
Sunday, December 14, 2025
19.1 C
Bhubaneswar

ଆସନ୍ତାକାଲିଠାରୁ ମୁଦ୍ରାନୀତି କମିଟିର ୩ ଦିନିଆ ବୈଠକ

ନବଗଠିତ ମୁଦ୍ରାନୀତି କମିଟିର ୩ ଦିନିଆ ବୈଠକ ଆସନ୍ତାକାଲିଠାରୁ ଆରମ୍ଭ ହେବ। ରିଜର୍ଭ ବ୍ୟାଙ୍କର ଦ୍ୱିମାସିକ ମୁଦ୍ରାନୀତି ସମୀକ୍ଷା ରିପୋର୍ଟ ଶୁକ୍ରବାର ଦିନ ଘୋଷଣା କରାଯିବ। ଏହି ବୈଠକ ଗତ ମାସ ୨୯ ତାରିଖରୁ ଆରମ୍ଭ ହେବାକୁ କାର୍ଯ୍ୟସୂଚୀ ସ୍ଥିର ହୋଇଥିଲା, କିନ୍ତୁ କୋରମ୍‍ ଅଭାବରୁ ଏହାକୁ ସ୍ଥଗିତ ରଖାଯାଇଥିଲା। ୩ ଜଣ ସ୍ୱାଧୀନ ସଦସ୍ୟ ଚେତନ ଘଟେ, ପାମି ଦୁଆ ଓ ରବୀନ୍ଦ୍ର ଢୋଲକିଆଙ୍କର କାର୍ଯ୍ୟକାଳ ସମ୍ପୂର୍ଣ୍ଣ ହୋଇଯାଇଥିବାରୁ ସେମାନଙ୍କୁ ପୁନଃ ନିଯୁକ୍ତ କରାଯାଇ ପାରିନଥିଲା।


ଇତି ମଧ୍ୟରେ ସରକାର ତିନି ଜଣ ପ୍ରଖ୍ୟାତ ଅର୍ଥନୀତିଜ୍ଞଙ୍କୁ ମୁଦ୍ରାନୀତି କମିଟିର ନୂଆ ସଦସ୍ୟ ମନୋନୀତ କରିଛନ୍ତି। ସେମାନେ ହେଲେ ଅଶିମା ଗୋଏଲ, ଜୟନ୍ତ ଆର୍‍. ବର୍ମା ଓ ଶଶାଙ୍କ ଭିଡେ। ଅଶିମା ଗୋଏଲ ଇନ୍ଦିରା ଗାନ୍ଧୀ ଇନଷ୍ଟିଚ୍ୟୁଟ ଅଫ ଡେଭେଲପମେଣ୍ଟ ରିସର୍ଚ୍ଚରେ ପ୍ରଫେସର ଥିବାବେଳେ ଜୟନ୍ତ ବର୍ମା ଆଇଆଇଟି ଅହମ୍ମଦାବାଦରେ ଶିକ୍ଷାଦାନ କରୁଛନ୍ତି। ଶ୍ରୀ ଭିଡେ ନେସନାଲ କାଉନ୍ସିଲ ଫର ଆପ୍ଲାଏଡ଼ ଇକୋନୋମିକ ରିସର୍ଚ୍ଚରେ ବରିଷ୍ଠ ଉପଦେଷ୍ଟା ଅଛନ୍ତି।

- Advertisement -

ମୁଦ୍ରାନୀତି କମିଟିର ଅନ୍ୟ ତିନି ଜଣ ଏକ୍ସ-ଅଫିସିଓ ସଦସ୍ୟଙ୍କ ମଧ୍ୟରେ ରିଜର୍ଭ ବ୍ୟାଙ୍କ୍‍ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ, ଡେପୁଟି ଗଭର୍ଣ୍ଣର ମାଇକେଲ୍‍ ପାତ୍ର ଓ କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ଜନକ ରାଜ ଅଛନ୍ତି। ୬ ସଦସ୍ୟ ବିଶିଷ୍ଟ ମୁଦ୍ରାନୀତି କମିଟି ବାର୍ଷିକ ମୁଦ୍ରାସ୍ପିତି ହାର ୪ ପ୍ରତିଶତରେ ରଖିବାକୁ ଏକମତ ହୋଇଛନ୍ତି। କମିଟିର ଶେଷ ବୈଠକ ଅଗଷ୍ଟ ମାସରେ ବସିଥିଲା ଓ ମୁଦ୍ରାସ୍ପିତିକୁ ନିୟନ୍ତ୍ରଣରେ ରଖିବା ପାଇଁ ସୁଧ ହାରରେ କୌଣସି ପରିବର୍ତ୍ତନ କରାଯାଇ ନ ଥିଲା।

Hot this week

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

Related Articles

Popular Categories