www.samajalive.in
Saturday, December 6, 2025
14.1 C
Bhubaneswar

୧୨ଟି କ୍ଷେତ୍ରକୁ ପ୍ରଥମ ଜାତୀୟ ଷ୍ଟାର୍ଟ ଅପ୍‍ ପୁରସ୍କାର

ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ୍‍ ମଙ୍ଗଳବାର ନୂଆଦିଲ୍ଲୀରେ ୧୨ଟି ଭିନ୍ନ ଭିନ୍ନ କ୍ଷେତ୍ରକୁ ପ୍ରଥମ ଜାତୀୟ ଷ୍ଟାର୍ଟ ଅପ୍‍ ପୁରସ୍କାରଗୁଡ଼ିକୁ ପ୍ରଦାନ କରିଛନ୍ତି। ସେଗୁଡ଼ିକ ମଧ୍ୟରେ କୃଷି, ଶିକ୍ଷା, ଉଦ୍ୟୋଗ ବୈଷୟିକ ଜ୍ଞାନ, ଶକ୍ତି, ଅର୍ଥ, ଖାଦ୍ୟ, ସ୍ୱାସ୍ଥ୍ୟ, ଶିଳ୍ପ ଓ ସହରାଞ୍ଚଳ ସେବା ରହିଛି। କୃଷି ଉତ୍ପାଦନ କ୍ଷେତ୍ରରେ ନଭ ଡିଜାଇନ ଆଣ୍ଡ ଇନୋଭେସନ ପ୍ରାଇଭେଟ ଲିମିଟେଡ଼କୁ ପୁରସ୍କାର ମିଳିଥିବା ବେଳେ ଅମଳ ପରବର୍ତ୍ତୀ କୃଷି ପୁରସ୍କାର ଇଣ୍ଟେଲୋ ଲ୍ୟାବ ପ୍ରାଇଭେଟ ଲିମିଟେଡ଼କୁ ଦିଆଯାଇଛି। ପ୍ରଦୂଷଣ ମୁକ୍ତ ଶକ୍ତି କ୍ଷେତ୍ରରେ ଆଲଏ ଇ ସେଲ ପ୍ରାଇଭେଟ ଲିମିଟେଡ଼ ପୁରସ୍କାର ଲାଭ କରିଛି। ଉପଗ୍ରହ ବୈଷୟିକ ଜ୍ଞାନ ଶ୍ରେଣୀରେ ବେଲାଟ୍ରିକ୍ସ ଏରୋସ୍ପେସ ପ୍ରାଇଭେଟ ଲିମିଟେଡ଼ ପୁରସ୍କାର ଲାଭ କରିଛି।


ଏହି ଅବସରରେ ଉଦବୋଧନ ଦେଇ ଗୋଏଲ କହିଛନ୍ତି, ଏହି ସବୁ ପୁରସ୍କାରଗୁଡ଼ିକ ଯୁବ ଉଦ୍ୟୋଗପତିମାନଙ୍କୁ ଅଧିକ ଉତ୍ସାହିତ କରିବ। ସେ କହିଛନ୍ତି, ଏହି ପୁରସ୍କାରଗୁଡ଼ିକୁ ସ୍ୱତନ୍ତ୍ର ପୁରସ୍କାର ବିବେଚନା କରାଯାଉଛି କାରଣ ନୂଆ ନୂଆ ଚିନ୍ତାଧାରାକୁ ସ୍ୱୀକୃତି ଦେବା ପାଇଁ ଏଗୁଡ଼ିକୁ ଦିଆଯାଉଛି। ସେ କହିଛନ୍ତି, ଭାରତ ବିଶ୍ୱରେ ତୃତୀୟ ବୃହତମ ଷ୍ଟାର୍ଟ ଅପ୍‍ କେନ୍ଦ୍ରରେ ପରିଣତ ହୋଇଛି। ଗତ ୫ ବର୍ଷ ଭିତରେ ୨୧ଟି ଷ୍ଟାର୍ଟ ଅପ୍‍ କମ୍ପାନୀ ସ୍ଥାପନ ହେବା ସହ ୫ହଜାର କୋଟି ଡଲାର ସମ୍ବଳିତ ପାଣ୍ଠି ଗଠନ କରାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories