ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ହେଲେ ଜେଫ ବୋଜସ୍‍

0

ନୂଆଦିଲ୍ଲୀ : ଅନଲାଇନ ସପିଂ କମ୍ପାନୀ ଆମାଜନର ପ୍ରତିଷ୍ଠାତା ଜେଫ ବୋଜସ୍‍ ବିଶ୍ୱର ସବୁଠୁ ବଡ଼ ଧନୀ ବୋଲି ବ୍ଲୁମବର୍ଗ ବିଲିୟନ୍ସ ଇଣ୍ଡେକ୍ସ ରିପୋର୍ଟରେ ଦର୍ଶାଯାଇଛି। ଏହି ରିପୋର୍ଟ ଅନୁସାରେ ଜେଫ ବୋଜସ୍‍ଙ୍କ ସମୁଦାୟ ସମ୍ପତ୍ତି ୧୫୦ ଆରବ ଡଲାର। ଏହା ଦୁନିଆର ସର୍ବୋଚ୍ଚ ଧନୀ ବ୍ୟକ୍ତି କୁହାଯାଉଥିବା ମାଇକ୍ରୋସଫ୍ଟ ସହ-ସମ୍ପାଦକ ବିଲ ଗେଟସ୍‍ଙ୍କ ସମ୍ପତ୍ତି ଠାରୁ ଦେଢ ଗୁଣା ଅଧିକ ରହିଛି।
୧୯୯୯ ମସିହାରେ ବିଲ ଗେଟସ୍‍ଙ୍କ ସମ୍ପତ୍ତି ପାଖାପାଖି ୧୦୦ ଆରବ ଡଲାର ପାର କରିଥିଲା। କିନ୍ତୁ କିଛି ବର୍ଷପରେ ଏହି ଗତିରେ ପରିବର୍ତ୍ତନ ଦେଖାଯାଇଥିଲା। ହେଲେ ଆମାଜନ ସିଇଓ ବୋଜସ୍‍ ୧୯୮୨ ମସିହା ଠାରୁ ଆଜି ଯାଏଁ ନିଜର ସମ୍ପତ୍ତି ବୃଦ୍ଧି କରିଚାଲିଛନ୍ତି। ଆମାଜନର ପ୍ରାଇମ ଡେ ସେଲ ହେବାପରେ ବୋଜସ୍‍ ଏହି ସୂଚୀରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।

Leave A Reply