www.samajalive.in
Sunday, December 7, 2025
26.1 C
Bhubaneswar

ବିସ୍ଫୋରଣରେ ପରିବାରର ୭ ସଦସ୍ୟଙ୍କ ସହ ଆଫଗାନିସ୍ଥାନ ଅମ୍ପାୟାର ବିସମିଲ୍ଲା ଜନ ସିନ୍ବାରୀଙ୍କ ମୃତ୍ୟୁ

ଶନିବାର (ଅକ୍ଟୋବର ୩) ଦିନ ସଡକ ବିସ୍ଫୋରଣରେ ଆଫଗାନିସ୍ତାନ ଅମ୍ପାୟାର ବିସ୍ମିଲ୍ଲା ଜନ ସିନ୍ୱାରୀଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ଆଫଗାନିସ୍ତାନର ନଙ୍ଗରହାର ପ୍ରଦେଶରେ ଘଟିଛି। ଏହି ଦୁର୍ଘଟଣାରେ ତାଙ୍କ ପରିବାରର ୭ ଜଣ ସଦସ୍ୟ ମଧ୍ୟ ପ୍ରାଣ ହରାଇଛନ୍ତି। ୩୬ ବର୍ଷୀୟ ଶିନୱାରୀ ୨୦୧୭ ରେ ଗାଜୀ ଅମାନୁଲ୍ଲା ଦିନିକିଆ କ୍ୟାରିୟର ଆରମ୍ଭ କରିଥିଲେ ଓ  ୨୦୧୭-୧୮ ରେ ଅନେକ ଅନ୍ତର୍ଜାତୀୟ ମ୍ୟାଚରେ ଅମ୍ପାୟାରିଂ କରିଥିଲେ। ଆଫଗାନିସ୍ତାନ ଗଣମାଧ୍ୟମ ଅନୁଯାୟୀ କାର ବିସ୍ଫୋରଣରେ ଅତି କମରେ ୧୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ପୂର୍ବ ନାଙ୍ଗରହାର ପ୍ରଦେଶର ଘାନିଖିଲ ଜିଲ୍ଲାର ରାଜ୍ୟପାଳଙ୍କ କମ୍ପାଉଣ୍ଡ ନିକଟରେ ଏହି ବିସ୍ଫୋରଣ ଘଟିଛି।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories